*ବିରହ ବେଦନା*
ଏକୁଟିଆ ଥିଲି ଏହି ଦୁନିଆରେ
ନଥିଲା ମୋହର ଦୁଃଖ,
ଯେବେଠୁ ମୁଁ ତତେ ଭଲ ପାଇଲି ଲୋ
ଦୂର ହୋଇ ଗଲା ସୁଖ।
ଭଲ ପାଇବାର ଅଭିନୟ ସାରି କରିଦେଲୁ ମତେ ପର,
ଭଣ୍ଡି ଦେଇ ମତେ ଦୂର ହେଇଗଲୁ
ହୃଦୟ କୁ ଚିରି ମୋର।
ପ୍ରତାରଣା ତୋର ବୁଝି ପାରିଲିନି
ବିଶ୍ବାସ ରେ ଦେଲୁ ବିଷ,
ଛିଃ ହୋଇଗଲା ଏ ସାରା ସଂସାର
ବଂଚିବାକୁ ନାହିଁ ଆଶ।
ତୋ ଶଂଙ୍ଖା ସିନ୍ଦୁର କିଏ କିଣି ନେଲା
ବିକିଦେଲୁ ତୋର ମନ
ଗରିବ ବୋଲି ମୁଁ ଛଳନା କରିଲୁ
ଦେଖାଇଲୁ ମିଛ ସପନ।
ସୁପ୍ତ ଜୀବନ ମୋ ରୋମାଞ୍ଚିତ କଲୁ
ପ୍ରୀତିର ଝଂକାର ତୋଳି,
ବିରହରେ ତୋର ଲୁହରେ ଭିଜୁଛି
ମନ ମୋ ଯାଇଛି ଜଳି।
ଆସିଯାଲୋ ଗୋରୀ ବଧୂ ବେଶ ହୋଇ ପ୍ରେମର ପ୍ରଦୀପ ନେଇ
ମୋ ଅଗଣାର ତୁଳସୀ ମୂଳରେ ସଞ୍ଜବତୀ ଦେବୁ ତୁହି।
ବିଜନ ବେଳାରେ ଝୁରୁଛି ଲୋ ତତେ
ସାଗର ଆଖିରେ ପାଣି,
ଆସିଯା ସୁନ୍ଦରୀ ମୋ ପ୍ରୀତି ବନାନୀ କୁ
କରିଦେବି ତତେ ରାଣୀ।
Comments
Post a Comment