*ଅସ୍ତିତ୍ବ*
ସେ କିଛି ଜାଣି ନଥିଲା
ସ୍ବର୍ଗ ଟା ଦୁଇ ଆଙ୍ଗୁଳି ଦୂର ଲାଗୁଥିଲା
କୁଆଁ ତାରା ଜୁଳୁ ଜୁଳୁ ଜଳୁଥିଲା
ତାର ବିଶ୍ବାସର ଠିକଣାରେ ପଶି ଆସିଲା ସ୍ବାର୍ଥନେଷୀ, ବିଷଝରା କଳାଜହ୍ନ
ତା ଆଙ୍କାକ୍ଷାର ନୀଳ ଆକାଶରେ
ଦୁଃଖ ର ପସରା ମେଲି ଗଲା
ଘରର ପରସ୍ତ ପରସ୍ତ ପୁରୁଣା କାନ୍ଥ ଅପରିଚିତ ମନେ ହେଲା
ଲକ୍ଷେ ତାରା , ନୀହାରିକା ମୃତ୍ୟୁ ରେ
ସ୍ନାୟୁ ତାର ରେ ଖେଳିଗଲା କ୍ଷୋଭ, କ୍ଲାନ୍ତି, ଭୟଙ୍କର ନୀରବତା।
ସାରା ଜୀବନ ବୁଝୁଥିଲା, ଝୁଜୁଥିଲା
ଭଲ ପାଇବାର ଚିର ଆଲୋକରେ ଉନ୍ମତ୍ତ ସମୁଦ୍ର ରେ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହେଲା
ଗୁପ୍ତ ଇଛା ଲୁହ ଟୋପା ହୋଇ ରହିଗଲା
ତାର ଦୁଇ ଡେଣାର ଇନ୍ଦ୍ରଧନୁ କୁ କିଏ ନର୍କ କୁ ଉଡାଇ ନେଲା
ତା ଆତ୍ମା ର ବାଉନ ଭଣ୍ଡାର ରେ ଭରପୁର ବିଶ୍ବାସର ମାଟିର ବାସ୍ନା,ଫୁଲ ର ରଙ୍ଗ ଫିକା ପଡ଼ିଗଲା
ସୂକ୍ଷ୍ମ, ଅଧା ନିଦର ସ୍ବପ୍ନ ଅରୂପ ଅଭିଶପ୍ତ ଭାରରେ ମୁକୁଳିବାର ବାଟ ଖୋଜୁଥିଲା
ବାସ୍ତବ, ଅବାସ୍ତବ , ଛାଇ, ଖରା,ପାପ, ପୂଣ୍ୟ ର ଲୁଚକାଳି ଖେଳରେ ବଳି ପଡିଗଲା ତା'ର ଅସ୍ତିତ୍ବ।
Comments
Post a Comment