ଯିଏ ନିଜ କଲେଜାକୁ ଜାଳି ଚୁପ୍ ଚାପ୍ ଆଗକୁ ବଢିଥାଏ
ସେ ନାରୀ....
ଯିଏ କୋହକୁ ହୃଦୟରେ ଜାକି ହସି ହସି ପାଦ ବଢାଏ
ସେ ନାରୀ....
ଯିଏ କଣ୍ଟକ ପଥରେ କୋମଳ ପୁଷ୍ପର ଶଯ୍ୟା ବିଛେଇ ଦିଏ
ସେ ନାରୀ.....
ଯିଏ ନିଜର ସ୍ବପ୍ନ କୁ ମାରି ଅନ୍ୟର ସ୍ବପ୍ନକୁ ସାକାର କରେ
ସେ ନାରୀ.....
ଯିଏ ବାପଘରୁ ଆସି ଶାଶୁଘରେ ନିଜକୁ ସମର୍ପଣ କରିଦିଏ
ସେ ହିଁ ନାରୀ.....
ଯିଏ ନିଜ ଶରୀରରୁ ନୂତନ ଆତ୍ମା ର ସୃଷ୍ଟି କରିପାରେ
ସେ ହିଁ ଅନନ୍ୟା ନାରୀ।
Comments
Post a Comment