ଏ ସଜ ଫୁଟା ସକାଳର ଉଚ୍ଛ୍ୱାସ ମୁହୁର୍ତ୍ତ,
ମିଳନର ଲଗ୍ନେ ଆଜି ମଳିନ ତା"ସର୍ତ୍ତ।
ଏ ତରଳ ସଂନ୍ଧ୍ୟାରେ ମଳୟର ପ୍ରଲେପ,
ସ୍ଵର୍ଣ୍ଣାଭ ଆଶା ଖୋଜେ ପ୍ରଣୟର ତାପ।
ଏ ନିସ୍ତବ୍ଧ ରଜନୀ ତାର ଭୁରୁ ଭୁରୁ ବାସ,
ମୁଦ୍ରିତ ଚକ୍ଷୁ ଚାହେଁ ଚୁମ୍ବନ ର ସ୍ପର୍ଶ।
ଛନ୍ଦମୟ ଦିନ ନାହିଁ, ସୁରଭିତ ରାତ୍ର,
ଅଶ୍ରୁଳ ଅଲୌକିକେ ଲଭିଛି ବିନିଦ୍ର।
ମୃତ୍ୟୁ ହୁଏ ଦୁର୍ଲଭ ପଥଶ୍ରାନ୍ତ ତୃଷ୍ଣା,
ଦଗ୍ଦିଭୂତ ବନାନୀ ନାହିଁ ତାର ଜ୍ୟୋସ୍ନା।
ଆହତ, ପରାସ୍ତ ଆଜି ଆବେଗ ସଂବେଗ,
ଶ୍ବେତ ଫର୍ଦ୍ଦେ ରହିଗଲା କାଳିମାର ଦାଗ।
ଅଧାଗଢ଼ା ପ୍ରେମ କାବ୍ୟେ ଭଙ୍ଗୁର ତା' ମନ,
ପ୍ରତିକ୍ଷାର ଜତୁ ଗୃହେ ବିଷର୍ଣ୍ଣ ବଦନ।
ଯୁଗାଯୁଗାନ୍ତର ସାକ୍ଷୀ ଶାଶ୍ଵତ ସେ ପ୍ରେମ,
ରିକ୍ତ ସିକ୍ତ ଆତ୍ମା ଶେଷେ ଖୋଜଇ ବିରାମ।
Comments
Post a Comment