ନାଚ ନାଚ ସଜନୀ ନାଚରେ.....
ହଁ....
ଆମେ ସମସ୍ତେ ଏମିତି ଜୀବନର ରଙ୍ଗ ମଞ୍ଚ ରେ ଗୋଟେ ଗୋଟେ କଳାକାର।
ପ୍ରଭୁଙ୍କ ମାୟା ରେ ବାୟା ହୋଇ ସମସ୍ତେ ନାଚୁଛେ।
ଜାଣିଛେ ମୃତ୍ୟୁ ହିଁ ସତ୍ୟ ଓ ଚିରନ୍ତନ।
ତଥାପି ନାଚୁଛେ ପାପ , ପୂଣ୍ୟ ରେ
ଗର୍ବ ଅହଙ୍କାର ରେ,
ସ୍ନେହ, ପ୍ରେମ ରେ
ଟଙ୍କା ପଇସା ରେ
ଏମିତି ଅନେକ କିଛି।
ଋତୁ ବଦଳେ,ବୟସ ବଦଳେ ,
ବଦଳେ ନାହିଁ କେବଳ ମୃତ୍ୟୁ।
ଆମର ସେହି ପୂଣ୍ୟ ମହାତ୍ମ୍ୟ ପ୍ରଫୁଲ କର ମୃତ୍ୟୁ ଜାଲରେ ଛନ୍ଦି ହୋଇ ଶୋଇ ଯାଇଛନ୍ତି।
ତାଙ୍କ ଯାତ୍ରା ପଥ ର ଜବନୀକା ପଡି ଯାଇଛି।
ଆନନ୍ଦ ନନ୍ଦନେ ପ୍ରୀତି ପାରିଜାତ ଫୁଟାଇ ଯୋଉ ସୌରଭ ବିତରଣ କରିଛନ୍ତି
ତାହା ଆମ ପାଇଁ ଅମୃତ ସମ।
ସେ ତାଙ୍କ କର୍ମ ରଥରେ ନିଷ୍ଠାପର ବ୍ରତୀ ଥିଲେ।
ଜୀବନର ବିଜୟ ପଥରେ ପ୍ରଦୀପ ଜାଳି,ହର୍ଷର ମାଦକତା ଭରି ଭାବର ପ୍ରସାର କରିଥିଲେ।
ତାଙ୍କର ସାମ,ରସ ଗୀତି ,ଆନନ୍ଦ ର ଜ୍ୟୋତି ଅନ୍ତର ତଳେ ମୁଗ୍ଧ ପ୍ରତିଧ୍ଵନି ତୋଳେ।
ବିଯୋଗ,ସଂଯୋଗ ଗମନାଗମନ ତ ସଂସାରରେ ଚାଲିଛି ଏମିତି ଚାଲିଥିବ । କିନ୍ତୁ ରହିଯାଏ ଅମର,ଅକ୍ଷୟ କୀର୍ତ୍ତି।
ଆମର ଏଇ *ପ୍ରତିଶୃତି ପରିବାର* ତରଫରୁ ସେଇ କର୍ଣ୍ଣଧାର,ମହନୀୟ ଆତ୍ମା ଙ୍କୁ ଶତ ଶତ ଭକ୍ତିପୂତ ଶ୍ରଦ୍ଧାଂଜଳି।
Comments
Post a Comment