[4/17, 11:32 PM] Minakshi Dwivedy: ଯୋଉଠି ସ୍ନେହ,ମମତା, ବିଶ୍ବାସ ଥାଏ ସେଠି ଛଳନା,ରାଗ,ଋଷା ନ ଥାଏ,
ଥାଏ କେବଳ ମାନ,ଅଭିମାନ...
ସେହି ଅଭିମାନ ପାଣି ଫୋଟକା ପରି
ଟିକେ ସ୍ନେହ ରେ ମିଳେଇ ଯାଏ।
[4/17, 11:42 PM] Minakshi Dwivedy: ଗୋଟିଏ ମା ପେଟରୁ ଜନ୍ମିତ ସଂତାନ ସମସ୍ତେ ସମାନ ନୁହନ୍ତି।
ସଂସ୍କାର ଓ ନୈତିକତା ତ ସମସ୍ତ ଙ୍କ ପାଇଁ ସମାନ ଥାଏ।
କିନ୍ତୁ ଗ୍ରହଣ କରିବାର ଶକ୍ତି ଉପରେ ନିର୍ଭର କରେ ତୁମ ଚରିତ୍ର।
[4/21, 12:33 AM] Minakshi Dwivedy: ଦୀପ ମାଟିର ହଉ କି ସୁବର୍ଣ୍ଣ ର ସେ ଯେମିତି ପରିବେଶକୁ ଆଲୋକିତ କରେ
ସେମିତି ଜ୍ଞାନୀ ଲୋକ ଗରିବ ହଉ କି ଧନୀ
ସେମାନେ ସେମିତି ଚତୁର୍ଦ୍ଦିଗେ ଜ୍ଞାନାଲୋକ ବିତରଣ କରିଥାନ୍ତି।
[4/21, 12:36 AM] Minakshi Dwivedy: ଚେହେରା ସୁନ୍ଦର ହଉ କି ନହେଉ ଭାଷା ସୁନ୍ଦର ହେବା ଦରକାର।
ସମୟ ସହ ଚେହେରା ତ ଢଳି ପଡ଼ିବ
ଭାଷା କିନ୍ତୁ ସର୍ବଦା ମନେ ରହିଯିବ।
[4/21, 12:38 AM] Minakshi Dwivedy: କାହାକୁ କିଛି ଗାଳି ଦେବା ପୂର୍ବରୁ କି କଟୁ କଥା କହିବା ପୂର୍ବରୁ ଭାବିଚିନ୍ତି କରି କୁହ,
ଥରେ ପାଟିରୁ ଖସିଗଲେ ଆଉ ଫେରେଇ ନେଇ ହୁଏନି ।
Comments
Post a Comment