(ନିଷ୍ଠୁର ସତ୍ୟ)
ଥାଉ ଥାଉ ଶୋଇଥାଉ
ସେ କଅଁଳ ଭିକାରୀ ପିଲା
କେତେ ଅନିନ୍ଦ୍ଯ ,
ଅଚିନ୍ତା ନିଦ୍ରା ......
ଟହ ଟହ ଖରା ଭି
ଓହରି ଯାଉଛି ,
ଘାସର ବିଛଣା ଆଜି
ତାର ଶଙ୍ଖ ମଲମଲ ବିଛଣା
ରୋଗୀ ପିତା ମାତା ଙ୍କ ପାଇଁ
ଉତ୍ସର୍ଗ ଜୀବନ ରେ
ଶାନ୍ତି ରେ ଟିକେ
ଶୋଇ ନଥିଲା....
ଓଃ ....କି ଶାନ୍ତି......
ଆଜି ଶୁଭୁ ନାହିଁ କାହାର
ଦୂର ଦୂର ଭାକ୍ ଭାକ୍ ଶଦ୍ଦ,
କି ସୂର୍ଯ୍ୟ ଙ୍କ ବିଟପ ହସ ,
ଆଉ ଟିକେ ଶାନ୍ତି ରେ
ଶୋଇବାକୁ ଦିଅ।
କେଁ କେଁ ମ୍ୟୁନିସିପାଲଟି ଗାଡି...
ଉଠାଇ ନିଅନା ,ଉଠାଇ ନିଅନା
ଅଳିଆ ଗଦା ପରି କୋଉ
ଅପନ୍ତରା ଯାଗା କୁ....
ଅନ୍ଧାର ପିଇ ସାରା ଜୀବନ ବଂଚିଥିଲା
ବୈଶାଖ ର ଦାବାନଳେ
ଧସି ହୋଇ ଯାଉଥିଲା ଶୈଶବ୍ୟ
ଆଖି ରେ ଥିଲା ସାରା
କ୍ଳାନ୍ତି, କ୍ଳେଶ ହତୋତ୍ସାହ।
ବଂଚିଥିଲା ବେଳେ ଭୁଲିଯାଇ ଥିଲା
ସୁଖ ସ୍ବପ୍ନ ଓ ତା'ର ଅସ୍ତିତ୍ବ
ଅଗଣିତ ରଙ୍ଗ ବେରଙ୍ଗ ଫୁଲ ତା' ର ମହକ,
ଆଜି କେତେ ଖୁସି..
କେତେ ଯେ ଆନନ୍ଦ..
ହଁ...
ଆଜି ସେ ନିର୍ଲୋଭ, ନିର୍ଲିପ୍ତ, ନିଃଷ୍ପାପ, ନିର୍ବିକାର
ଆଖି ଖୋଲିବ ବା କାହିଁକି?
ଖୋଲିଲେ ତ ସେଇ
ବିଭୀଷିକା, ବ୍ଯଭିଚାର
ବିଦ୍ରୁପ, ଭ୍ରଷ୍ଟାଚାର।
ଆଜି କିନ୍ତୁ ସେ ବିଭୋଳ...
ଟିକିଏ ନିଃଶ୍ବାସ ରେ
ଭୁଲିଯାଇଛି ....
ଦରମଲା ସମଗ୍ର ରାତ୍ରି ର ଶୋକ ଆଶ୍ଵାସନା , ମିଛ ସାନ୍ତ୍ଵନା
ତା କୁନି ଜୀବନ ଯାତ୍ରାର
ଯେତେ କ୍ଳାନ୍ତି,
ଯେତେ ଅବସାଦ
ଅବସୋସ ଆଉ ପ୍ରତାରଣା ।
Comments
Post a Comment