ମୋ ବୋଉ ପାଇଁ ଦୁଇ ପଦ
ଏନ୍ତୁଡ଼ିଶାଳ ରୁ ମଶାଣି ଯାଏ
ଜୀବନ ର ପ୍ରତିଟି ମୁହୂର୍ତ୍ତରେ, ପ୍ରତିଟି ସୋପାନରେ
ସେ ଏକ ପ୍ରେରଣାର ଉତ୍ସ।
ମମତାମୟୀ ହୃଦୟର ଚୀର ସ୍ରୋତସ୍ବିନୀ,
ଗଙ୍ଗା ପରି ପବିତ୍ର ତାର ମଧୁଝରା ଅମୃତ ବାଣୀ,
ସେ ମୋ ସଫଳତାର ଚାବିକାଠି,
ମୋ ହୃଦୟ ର ସ୍ପନ୍ଦନ,
ମୋର ପ୍ରଥମ ସ୍ପର୍ଶ, ପ୍ରଥମ ବିଶ୍ବାସ,
ପ୍ରଥମ ଡାକ,ପ୍ରଥମ ପ୍ରେମ,
ପ୍ରତି ରକ୍ତର କଣେ କଣେ ପ୍ରବାହିତ ମୋ ପ୍ରାଣର ଈଶ୍ୱର
ମୋ ବୋଉ
Comments
Post a Comment