*ହଜି ଯାଇଥିବା ପରମ୍ପରା ରଜ*
ଆମ ଓଡ଼ିଆ ପରମ୍ପରା ରଜ
ଆଶା ଓ ଭରସା ର ପ୍ରତୀକ,
ଆଧୁନିକତାର ଧ୍ଵଜା ଓ ବାହ୍ୟ ଆଡ଼ମ୍ବରରେ
ଭୁଲି ଯାଇଛି ଏଇ ଗଣପର୍ବ ଓ ତା ମୌଳିକ।
ବସୁଧା ମାଟି
ମେଘର ଆବେଗ ଉଷ୍ଣତାରେ
ରଜସ୍ଵଳା ହୋଇଉଠେ
ଅପ୍ରତିମ ଉଲ୍ଲାସ,ଅନାବିଳ
ଆନନ୍ଦ ରେ ନୂତନ ଜୀବନର ସଂଚାର କରେ।
କୁଆଁରୀ କପୋତୀ ମନ
ହସଖୁସିର ସ୍ବର୍ଣ୍ଣାଭ ଆଶା ନେଇ
ଝୁଲଣାରେ ଝୁଲି ଝୁଲି,
ଆକାଶକୁ ଛୁଇଁବା ନିଶାରେ
ଖିଲି ଖିଲି ହସର ମାଦକତା ରେ ପ୍ରେମର ଚଉଡାଳିରେ ମଧୁର ମୂର୍ଚ୍ଛନା ତୋଳନ୍ତି।
ଆଶା ଆଉ ପ୍ରତୀକ୍ଷା ରେ ରାଜୁତି କରୁଥିବା କୁଆଁରୀ ବୟସ ପ୍ରୀତି ର ଗହନ
ନୀରବତା ଭାଙ୍ଗି ଡାକେ
ଆସ ...ଆସ....
ପ୍ରେମର ବଇଁଶୀ ଟିକେ ବଜେଇ ଦିଅ....
ନାଲି ଅଳତା ବୋହୁ ବୋହୁକା ସଜବାଜ ରେ
ଦୁର୍ବଳ ମନରେ ଖେଳିଯାଏ
ପହିଲି ବର୍ଷା ର ପହିଲି ଅନୁଭବ,
ପୋଡପିଠା,ଆମ୍ବ,ପଣସ, ଖଜୁରୀ ର ମୃଦ୍ୟୁ ଆତ୍ମୀୟତାରେ ଅମାବାସ୍ୟା ହଟିଯାଏ...
ଚନ୍ଦ୍ର, ତାରାର ସ୍ନେହରେ
ମାୟା ମୋହ ସ୍ବପ୍ନ ର ସଂନ୍ଦିଗ୍ଧ ଲଗ୍ନରେ
ଲେଖିଯାଏ କୁଆଁରୀ କବିତା,
ଶ୍ରାବଣୀ ସଂମ୍ଭାବନାର ଧାରେ ଧାରେ
ଭାରି ଯଉବନୀ ପିଆଲା ଧରି କହେ
ଆସ.....ଆସ.....
ବାରେ ମତେ ଛୁଇଁ ଯାଅ...
ପ୍ରେମ ରଙ୍ଗର ସ୍ପର୍ଶ ଦିଅ।
ଥମ୍ ଥମ୍ ମେଦୁର ସକାଳେ
ପ୍ରଣୟ' ତା ବନ୍ଧା ପଡେ କୋଉ ବର ଓହଳରେ...
ତନ୍ବୀ ତରୁଣୀର ଲାଜ ଲାଜ ଇଶାରା ରେ ପ୍ରଗଳ୍ଭା ହୋଇ ଉଠେ ବନ ଉପବନ,
ପାନଖିଆ ପାଟିରେ ରଜଦୋଳି ର
ସୁମଧୁର ସଂଗୀତ
ଲୁଡୋ,ତାସର ଆସର
କ୍ଳାନ୍ତ ମୁହଁ ରେ ରଙ୍ଗ ଆଣିଦିଏ,
ଶହ ଶହ ପ୍ରଜାପତି ବାଟ କଢାନ୍ତି
ସ୍ବପ୍ନ କୁ କ୍ଷଣିକ ସାକାର କରିବା ପାଇଁ।
ଆଜି ଭି ଚାଲ ସାକାର କରିବା
ସେଇ ମାଟି ମା'ର ସ୍ବର....
ହଜି ଯାଇଥିବା ସ୍ମୃତି ରେ ଆଶାର ଆଲୋକ ଭରି ପୁଣି ଗଢିବା,ଉଜ୍ଜୀବିତ କରିବା ଆମ ପରମ୍ପରା ଓ ଐତିହ୍ୟ ତାର।
Comments
Post a Comment