Skip to main content

ଆମେ ସମସ୍ତେ ପରିବର୍ତ୍ତନ ର ପ୍ରବାହମାନ ସ୍ରୋତରେ... ପରିଣାମ...*???

*ଆମେ ସମସ୍ତେ ପରିବର୍ତ୍ତନ ର ପ୍ରବାହମାନ ସ୍ରୋତରେ... ପରିଣାମ...*???

ସମୟ,ମାସ,ବର୍ଷ,ଏମିତିକି ଋତୁ ର ସର୍ବଦା ପରିବର୍ତ୍ତନ ହୋଇଥାଏ। ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ।  
ପରିବର୍ତ୍ତନ କିନ୍ତୁ ପ୍ରାକୃତିକ ଓ କୃତ୍ରିମ ହୋଇପାରେ।ସମାଜରେ ଏହି ପରିବର୍ତ୍ତନ ଏକ ନିରବଚ୍ଛିନ୍ନ ଅଙ୍ଗ ଅଟେ। ପ୍ରାଚୀନ ସଭ୍ୟତାରୁ ଆଧୁନିକ ସଭ୍ୟତା ର ପରିବର୍ତ୍ତନ ହୋଇଥାଏ।
କିନ୍ତୁ ଏହାର ମୌଳିକତା ଓ ବିଶେଷତ୍ଵ ସବୁବେଳେ ଅକ୍ଷୁର୍ଣ୍ଣ ରହିଥାଏ।ଏହା ସ୍ବାଭାବିକ ସାମାଜିକ ପ୍ରକ୍ରିୟା ଅଟେ।ଆମେ ଭାବୁ ଯୁଗ ଏତେ ଆଧୁନିକ ହେଲାଣି ଏତେ ପରିବର୍ତ୍ତନ ହେଲାଣି ସମାଜ ତାର ପରମ୍ପରା,ତାର ଐତିହ୍ୟ ହରାଉଛି।ଏହା କିନ୍ତୁ ଭୁଲ ଧାରଣା। ଆମର ଏହି ପରିବର୍ତ୍ତନଶୀଳ ଦୁନିଆରେ ଏହି ଯନ୍ତ୍ରଚାଳିତ ଯୁଗରେ ବରଂ ସମାଜର ମୌଳିକତା, ପରମ୍ପରା ସାରା ଭାରତରେ କ'ଣ ସାରା ବିଶ୍ବରେ ପ୍ରସାର ଲାଭ କରି ପାରୁଛି।ଅନେକ ମାଧ୍ୟମ ସୃଷ୍ଟି ହୋଇଛି ଯାହା ଦ୍ବାରା ଆମର ମନସ୍ତତ୍ତ୍ୱ ବିକାଶ ଘଟୁଛି।
ଉଦାହରଣ ସ୍ବରୂପ ଏହି ସାହିତ୍ୟ ଲେଖନୀ ଆଗରୁ ସୀମିତ ଥିଲା ଯଦିଓ ବହୁତ ପ୍ରତିଭାଶାଳୀ ଲେଖକ ଲେଖିକା ଥିଲେ କିନ୍ତୁ ସମସ୍ତ ପାଠକ ପାଠିକା ଙ୍କ ପାଖରେ ସହଜରେ ପହଞ୍ଚି ପାରୁ ନଥିଲା।ଆଜିକାଲି ଅନ୍ ଲାଇନ୍,ନେଟ୍ ଯୋଗୁଁ ଏହା ଯଥାସାଧ୍ୟ ସମ୍ଭବ ହୋଇ ପାରିଛି।ଦେଶ, ବିଦେଶରେ ଭି ପ୍ରସାର ଲାଭ କରି ପାରୁଛି। ସମସ୍ତ ଙ୍କ ଅନ୍ତର୍ନିହିତ ବୁଦ୍ଧି ତାଙ୍କର ଲେଖନୀ, ତାଙ୍କ କଳା ଆହୁରି ଶାଣିତ ହୋଇ ପାରୁଛି , ବିକଶିତ ହେଇ ପାରୁଛି। ତେଣୁ ପରିବର୍ତ୍ତନ ଏକ ଅବିରତ ପ୍ରକ୍ରିୟା। ଏହା ଏକ ସ୍ବଚ୍ଛ ଜଳଧାରା ସହ ସମାନ। ସମୟାନୁସାରେ ଯେତେ ଯେତେ ପରିବର୍ତ୍ତନ ହେଉଥିବା ତାର ସ୍ବଚ୍ଛତା,ତାର ଦୃଢତା ଆହୁରି ବଢି ଚାଲିବ। ମୁଦ୍ରା ର ଦୁଇ ପାର୍ଶ୍ଵ ପରି ପରିବର୍ତ୍ତନ ର ବି ଦୁଇ ପାର୍ଶ୍ଵ ଅଛି। 
ବାହ୍ୟ ଓ ଆଭ୍ୟନ୍ତର।
ଆଭ୍ୟନ୍ତର ବା ଅନ୍ତଃପାର୍ଶ୍ବ ମନୁଷ୍ୟ ର ମାନସିକତା ବ୍ୟକ୍ତତ୍ବ ଉପରେ ନିର୍ଭର କରେ। କିନ୍ତୁ ଏହା ସକାରାତ୍ମକ ରହିବା ଆବଶ୍ୟକ।
କେତେକ ପରିବର୍ତ୍ତନ ବିଧି ନିର୍ଦ୍ଦେଶ, କେତେକ କୃତ୍ରିମ।
ପରିବର୍ତ୍ତନ ନଥିଲେ ଋତୁ ବଦଳନ୍ତାନି। ତେବେ ଭାବି ନିଅନ୍ତୁ କ'ଣ ଅବସ୍ଥା ହୋଇଥାନ୍ତା??  ମନୁଷ୍ୟ ଏନ୍ତୁଡ଼ିଶାଳ ରୁ ମଶାଣି ଯାଏଁ କେତେ ସୋପାନ ଅତିକ୍ରମ କରିଥାଏ। ତା ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ।
ଯେଉଁଠି ପରିବର୍ତ୍ତନ ନାହିଁ ସେଠି ବିକାଶ ନାହିଁ।ଯେମିତି ସାକ୍ଷରତା,ଶିକ୍ଷା, ବିଜ୍ଞାନ, ଗବେଷଣା, ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ ବିକାଶ, ଉନ୍ନତ ଚିନ୍ତାଧାରା ସବୁ ପରିବର୍ତ୍ତନ ସହ ଅଙ୍ଗାଙ୍ଗୀ  ସଂପୃକ୍ତ।
ସମୟ ର ସ୍ରୋତରେ ଆମର ମନୋଭାବ ,ଚାଲିଚଳନ ଧୀରେ ଧୀରେ ବଦଳି ଚାଲିଛି। ସନାତନ ଭାରତୀୟ ସଂସ୍କୃତି, ଐତିହାସିକ ଭିତ୍ତି ରହିଯାଇଛି ପୋଥି,ପୁରାଣରେ। ବେଦ, ଉପନିଷେଦ, ରାମାୟଣ ମହାଭାରତ ରେ ନିହିତ ରହିଛି ତତ୍କାଳୀନ ଚିତ୍ର, ଚରିତ୍ର, ଭୂଗୋଳ, ସଭ୍ୟତା ର କଥା। ସାଟେଲାଇଟ୍ ଯୁଗ, ଯନ୍ତ୍ରଚାଳିତ ଯୁଗରେ ଆମର ଭାବଧାରା ଆହୁରି ବିସ୍ତାରିତ ହୋଇପାରିଛି। ଅକ୍ଷାଂଶ,ଦ୍ରାଘିମା ଆଉ ଭୌଗୋଳିକ ଲାଗୁନାହିଁ।ସବୁ ଯେମିତି ବହୁତ ନିକଟତର ହୋଇ ଯାଇଛି।

 ମନୁଷ୍ୟ ର ଆଭ୍ୟନ୍ତର ଓ ବାହ୍ୟ ପରିବର୍ତ୍ତନ ଓତଃପ୍ରୋତ ଭାବେ ଜଡ଼ିତ। ଗୋଟେ ଖୁସିଆଳ ମନୁଷ୍ୟ ତାର ମାନସିକତା ରହିବ ଅନ୍ୟକୁ ଖୁସି ଦେବା‌, ସମାଜକୁ ଖୁସି ଦେବା । ତେଣୁ ଏକ ବିକଶିତ ମଣିଷ ସଂସ୍ଥାକୁ ବିକଶିତ କରିପାରେ। ଏକ ବିକଶିତ ସମାଜ ବି ମନୁଷ୍ୟ ର ବିକାଶ ସଂଚାର କରିପାରେ। ଏହି ବିକାଶଶୀଳ, ପରିବର୍ତ୍ତନ ଦୁନିଆରେ ଆମେ ଆମର ମୌଳିକତା, ସଭ୍ୟତା, ପରମ୍ପରା ହ୍ରାସ ହଉନି ବରଂ ଆହୁରି ସକ୍ରୀୟ, ପ୍ରସାରିତ ହେଇ ପାରୁଛି। ତେଣୁ ସମାଜର ପ୍ରତ୍ୟେକ ବ୍ୟକ୍ତି ତାର ମନୋଭାବ, ସମାଜ ତାର ଅନୁଷ୍ଠାନ, ବ୍ୟବସ୍ଥା ଏକ ସକରାତ୍ମକ ପରିବର୍ତ୍ତନ ର ମାଧ୍ୟମ ବା ଆୟୁଧ ହେବା ଦରକାର। ଯାହାଦ୍ବାରା କି ମାନସିକ ସ୍ଥିତି, ସାମାଜିକ ସ୍ଥିତି ପରିବର୍ତ୍ତନଶୀଳ ଦୁନିଆରେ ଉର୍ଜା ଭରି ପାରିବ । ସୁନ୍ଦର ଏକ ପୃଥିବୀର ର ସୃଷ୍ଟି ହୋଇ ପାରିବ।

*ମିନାକ୍ଷୀ ଦ୍ବିବେଦୀ*
*ନିଉ ଦିଲ୍ଲୀ*

Comments

Popular posts from this blog

ଅଳସୁଆ ଦୁଃଖ ପାଏ (ଶିଶୁ କବିତା )✓

ଅଳସୁଆ ଦୁଃଖ ପାଏ ସମୟ ହାତରେ ଘଣ୍ଟି, ଟିକ୍–ଟିକ୍ କରି କୁହେ  “ଉଠ, ଚାଲ, ସୃଷ୍ଟି କର।” କିନ୍ତୁ ଅଳସୁଆ ଶୋଇ ରହେ, ଚାଦରକୁ ଭାବେ ସ୍ଵପ୍ନର ରାଜ୍ୟ, କାରଣ ସେ ପ୍ରକୃତିର ନିୟମରୁ ବିପରୀତ କରିଥାଏ। ପ୍ରକୃତି କେବେ ଅଳସୁଆ ନୁହେଁ ସୂର୍ଯ୍ୟ ନିତ୍ୟ ଉଦୟ ହୁଏ, ନଦୀ ସଦା ବହେ, ଗଛ ସଦା ବୃଦ୍ଧି ପାଏ, ପକ୍ଷୀ ସଦା ପରିଶ୍ରମରେ ନୀଡ଼ ଗଢ଼େ।  ଯେପରି ବୀଜ ମାଟିରେ ପଡ଼ି ଶ୍ରମର ସ୍ନେହ ପାଇଲେ ଗଛରେ ପରିଣତ ହୁଏ, ତେଣୁ ମଣିଷର ଭାଗ୍ୟ କେବଳ କାର୍ଯ୍ୟରେ ପ୍ରସ୍ଫୁଟିତ। କାର୍ଯ୍ୟହୀନ ବୀଜ ଶୁଖିଯାଏ, ଜୀବନର କାଳୀନୀ କୌଣସି ଫଳ ଦିଏନାହିଁ। ଜୀବନ ହେଉଛି ଏକ ପ୍ରବାହମାନ ନଦୀ, ଯେଉଁଥିରେ ସମୟର ଝରଣା ନିରନ୍ତର ପ୍ରବାହିତ ହୋଇ ବହିଯାଏ। କର୍ମରେ ରହିଛି ଆନନ୍ଦ, ଶ୍ରମରେ ରହିଛି ସ୍ୱାଧୀନତା, ପରିଶ୍ରମରେ ହିଁ ମଣିଷ ନିଜ ଆତ୍ମାକୁ ଜୀବନ୍ତ କରିଥାଏ। ତତ୍ତ୍ୱ କୁହେ... କର୍ମ ହିଁ ଯଜ୍ଞ, ଶ୍ରମ ହିଁ ଧ୍ୟାନ, ପରିଶ୍ରମ ହିଁ ମୁକ୍ତିର ପଥ। କର୍ମଯୋଗୀ ସମୟ ସହିତ  ଏକତାରେ ସ୍ଵୟଂକୁ ଦେଖେ। ତା’ର ପାଇଁ ପ୍ରତ୍ୟେକ କ୍ଷଣ ହୁଏ ଅମୃତ, ପ୍ରତ୍ୟେକ କାର୍ଯ୍ୟ ହୁଏ ଉପାସନା। ଅଳସୁଆ ମନରେ ସ୍ୱପ୍ନ ଥାଏ, କିନ୍ତୁ ହାତ ଆଗକୁ ବଢ଼େନି, ଚକ୍ଷୁରେ ଆଶା ଭରିଥାଏ, କିନ୍ତୁ ପାଦେ ପାଦେ ମନ୍ଥରତାର ବେଡ଼ି। ତା’ର ହାତରେ ରହିଯାଏ କେବଳ  ଦୁଃଖର ଖାଲିପଣ ଓ ପଶ୍ଚାତ୍ତାପର ଲୁହ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ...

ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ”

“ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ” ମାନବ ଇତିହାସ ଅଗଣିତ ବଳିଦାନର ସାକ୍ଷୀ। କେହି ଦେଶ ପାଇଁ, କେହି ଧର୍ମ ପାଇଁ, କେହି ସତ୍ୟ ପାଇଁ ପ୍ରାଣ ଦେଇଥାନ୍ତି। କିନ୍ତୁ ପ୍ରକୃତି ପାଇଁ ପ୍ରାଣ ଆହୁତି ଦେବାର ଉଦାହରଣ ଅତ୍ୟନ୍ତ ଦୁର୍ଲଭ । ମାନବ ସଭ୍ୟତାର ଇତିହାସରେ କେତେକ ଏମିତି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ  ନିଜ ସ୍ଵାର୍ଥକୁ ତ୍ୟାଗ କରି ସାମୂହିକ ମୂଲ୍ୟବୋଧ ପାଇଁ ଜୀବନ ଦେଇଛନ୍ତି। ହିମାଳୟ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ପାଇଁ ଚିପକୋ ଆନ୍ଦୋଳନ ବିଷୟରେ ଅନେକ ଲୋକ ଜାଣନ୍ତି। କିନ୍ତୁ, ଏହାର ଶହ ଶହ ବର୍ଷ ପୂର୍ବରୁ, ରାଜସ୍ଥାନରେ ମଧ୍ୟ ଏକ ଚିପକୋ ଆନ୍ଦୋଳନ ହୋଇଥିଲା, ଯାହାର ଇତିହାସ ବହୁତ ସ୍ପର୍ଶକାତର। ଏଥିରେ ପରିବେଶ ରକ୍ଷା ପ୍ରତି ସଚେତନ ଅମୃତା ଦେବୀ ବିଶ୍ନୋଇଙ୍କ ସମେତ ୩୬୩ ଜଣ ଲୋକ ନିଜ ଜୀବନ ବଳିଦାନ ଦେଇଥିଲେ।ସରକାରଙ୍କର ମୁଣ୍ଡ ନୁଆଁଇ ଦେଇଥିଲେ।ବିଶ୍ନୋଇ ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ଗୁରୁ ଜମ୍ଭେଶ୍ୱର (ଜମ୍ଭୋଜୀ), ଯିଏ ୧୫ ଶତାବ୍ଦୀରେ ପ୍ରକୃତି ସୁରକ୍ଷାକୁ ଧର୍ମୀୟ କର୍ତ୍ତବ୍ୟ ଭାବରେ ସ୍ଥାପନ କରିଥିଲେ। ତାଙ୍କ ୨୯ ଟି ନିୟମ (ବିଶ୍-ନୋଇ)ରେ ସ୍ପଷ୍ଟ କରାଯାଇଥିଲା। ବିଶ୍ନୋଇ ସମ୍ପ୍ରଦାୟରେ ପ୍ରକୃତି ହେଉଛି ପରମେଶ୍ୱରଙ୍କ ପ୍ରତିରୂପ। ସେଠାରେ ପଶୁ, ପକ୍ଷୀ, ଗଛ, ମାଟି, ଜଳ ସବୁକୁ ପବିତ୍ର ମାନାଯାଏ। “ଗଛ କାଟିବା ପାପ, ପଶୁକୁ ହତ୍ୟା କରିବା ପାପ, ପ୍ରକୃତିକୁ ବିନାଶ କରିବା ମାନେ ମାନବତାକୁ...

ଟିକି ଟିକି ଫୁଲ ଆମେ✓

(ଟିକି ଟିକି ଫୁଲ ଆମେ) ଟିକି ଟିକି ଫୁଲ ଆମେ ଭାରତ ମାତାର ଖିଲି ଖିଲି ହସୁଥାଉ ନ ଥାଏ ଯେ ଡର ।। ଆମ ବାସ ଖେଳିଯାଏ ମୁଲକରୁ ମୁଲକ ଭାରତର ଅଟୁ ଆମେ ସୁକୋମଳ ପ୍ରତୀକ ।। ଟିକି ଟିକି ମନ ଆମ ଦିଅ ନାହିଁ ଦଳିରେ ସ୍ବର୍ଣ୍ଣ ଦେଶ ଗଢିଦେବୁ ତୋଳି ନିଅ ସ୍ନେହରେ।। ଟିକି ଟିକି ଶିଶୁ ଆମେ ଭାରତର ମଣି ଦୂର କରିବୁ ଅନ୍ଧାର ଆଲୋକକୁ କିଣି।। ଆମେ ଅଟୁ ଭବିଷ୍ୟତ ହୀରା ମୋତି ମାଣିକ ରଖିବୁ ଦେଶର ଟେକ ହୋଇ ଆମେ ନିର୍ଭୀକ ।। ଦେଶ ଜନନୀର ଲୁହ ପୋଛି ଦେବୁ ଆମେରେ ମାଆର ସୁରକ୍ଷା ଭାର ନେବୁ ଆମ କାନ୍ଧରେ ।। ଦରିଆ ବୁକୁରୁ ଆମେ ଖୋଜି ଦେବୁ ମୁକୁତା ସ୍ନେହ,ପ୍ରେମ, ଭକ୍ତି ଢାଳି ଦେବୁ ଶାନ୍ତି ବାର୍ତ୍ତା।। ଜ୍ଞାନର ଆଲୋକ ବାଣ୍ଟି ଯିବୁ ସତ୍ୟ ପଥରେ ଚିକିମିକି ଚମକିବୁ ଭାଇଚାରା ଡୋରରେ।। ରଙ୍ଗ ରଙ୍ଗୀନ ଫୁଲ ପରି ଗୁଣ ବିକଶିବ ଦିଗନ୍ତ ବିସ୍ତାରି ଆମ ନାମ ମହକିବ।। ଆମ ହାତେ ଦିଅ ଯେତେ ନୂଆ ରଙ୍ଗ ତୁଳିକା  ଆଙ୍କି ଦେବୁ ନବ ଛବି କେତେ ଭଳି ଭଳିକା ।। ସମୃଦ୍ଧ କରିବୁ ଭାଷା ବିଶ୍ୱେ ଯିବ ଚହଟି ହେଳା ନ କର ଆମକୁ ନିଅ କୋଳେ ସାଉଁଟି।। ଭାରତ ମାତାର ଅଟୁ ଗେହ୍ଲା ପୁଅ ଝିଅ କଳା, ସଂସ୍କୃତି ଐତିହ୍ୟ ରଖିବୁ ବଜାୟ।। ଅସୁମାରୀ ସ୍ବପ୍ନ ନେଇ ଦେଶକୁ ଗଢ଼ିବୁ ସୁସ୍ଥ, ଶାନ୍ତ ପରିବେଶ ଉଦ୍ଭବ କରିବୁ।। ଗାନ୍ଧୀ,ଚାଚା, ଶାସ୍ତ୍ରୀ,ପରି ମନୋଭାବ ନେଇ ଶୃଙ୍ଖଳ ବିଶ୍ବ ଗଢିବୁ ପ୍ରୀତି ରଙ୍ଗ ଦେଇ।। ମିଳିମିଶି ପ୍ରକୃତିର ରକ୍ଷା ଯେ କର...