*ଆମେ ସମସ୍ତେ ପରିବର୍ତ୍ତନ ର ପ୍ରବାହମାନ ସ୍ରୋତରେ... ପରିଣାମ...*???
ସମୟ,ମାସ,ବର୍ଷ,ଏମିତିକି ଋତୁ ର ସର୍ବଦା ପରିବର୍ତ୍ତନ ହୋଇଥାଏ। ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ।
ପରିବର୍ତ୍ତନ କିନ୍ତୁ ପ୍ରାକୃତିକ ଓ କୃତ୍ରିମ ହୋଇପାରେ।ସମାଜରେ ଏହି ପରିବର୍ତ୍ତନ ଏକ ନିରବଚ୍ଛିନ୍ନ ଅଙ୍ଗ ଅଟେ। ପ୍ରାଚୀନ ସଭ୍ୟତାରୁ ଆଧୁନିକ ସଭ୍ୟତା ର ପରିବର୍ତ୍ତନ ହୋଇଥାଏ।
କିନ୍ତୁ ଏହାର ମୌଳିକତା ଓ ବିଶେଷତ୍ଵ ସବୁବେଳେ ଅକ୍ଷୁର୍ଣ୍ଣ ରହିଥାଏ।ଏହା ସ୍ବାଭାବିକ ସାମାଜିକ ପ୍ରକ୍ରିୟା ଅଟେ।ଆମେ ଭାବୁ ଯୁଗ ଏତେ ଆଧୁନିକ ହେଲାଣି ଏତେ ପରିବର୍ତ୍ତନ ହେଲାଣି ସମାଜ ତାର ପରମ୍ପରା,ତାର ଐତିହ୍ୟ ହରାଉଛି।ଏହା କିନ୍ତୁ ଭୁଲ ଧାରଣା। ଆମର ଏହି ପରିବର୍ତ୍ତନଶୀଳ ଦୁନିଆରେ ଏହି ଯନ୍ତ୍ରଚାଳିତ ଯୁଗରେ ବରଂ ସମାଜର ମୌଳିକତା, ପରମ୍ପରା ସାରା ଭାରତରେ କ'ଣ ସାରା ବିଶ୍ବରେ ପ୍ରସାର ଲାଭ କରି ପାରୁଛି।ଅନେକ ମାଧ୍ୟମ ସୃଷ୍ଟି ହୋଇଛି ଯାହା ଦ୍ବାରା ଆମର ମନସ୍ତତ୍ତ୍ୱ ବିକାଶ ଘଟୁଛି।
ଉଦାହରଣ ସ୍ବରୂପ ଏହି ସାହିତ୍ୟ ଲେଖନୀ ଆଗରୁ ସୀମିତ ଥିଲା ଯଦିଓ ବହୁତ ପ୍ରତିଭାଶାଳୀ ଲେଖକ ଲେଖିକା ଥିଲେ କିନ୍ତୁ ସମସ୍ତ ପାଠକ ପାଠିକା ଙ୍କ ପାଖରେ ସହଜରେ ପହଞ୍ଚି ପାରୁ ନଥିଲା।ଆଜିକାଲି ଅନ୍ ଲାଇନ୍,ନେଟ୍ ଯୋଗୁଁ ଏହା ଯଥାସାଧ୍ୟ ସମ୍ଭବ ହୋଇ ପାରିଛି।ଦେଶ, ବିଦେଶରେ ଭି ପ୍ରସାର ଲାଭ କରି ପାରୁଛି। ସମସ୍ତ ଙ୍କ ଅନ୍ତର୍ନିହିତ ବୁଦ୍ଧି ତାଙ୍କର ଲେଖନୀ, ତାଙ୍କ କଳା ଆହୁରି ଶାଣିତ ହୋଇ ପାରୁଛି , ବିକଶିତ ହେଇ ପାରୁଛି। ତେଣୁ ପରିବର୍ତ୍ତନ ଏକ ଅବିରତ ପ୍ରକ୍ରିୟା। ଏହା ଏକ ସ୍ବଚ୍ଛ ଜଳଧାରା ସହ ସମାନ। ସମୟାନୁସାରେ ଯେତେ ଯେତେ ପରିବର୍ତ୍ତନ ହେଉଥିବା ତାର ସ୍ବଚ୍ଛତା,ତାର ଦୃଢତା ଆହୁରି ବଢି ଚାଲିବ। ମୁଦ୍ରା ର ଦୁଇ ପାର୍ଶ୍ଵ ପରି ପରିବର୍ତ୍ତନ ର ବି ଦୁଇ ପାର୍ଶ୍ଵ ଅଛି।
ବାହ୍ୟ ଓ ଆଭ୍ୟନ୍ତର।
ଆଭ୍ୟନ୍ତର ବା ଅନ୍ତଃପାର୍ଶ୍ବ ମନୁଷ୍ୟ ର ମାନସିକତା ବ୍ୟକ୍ତତ୍ବ ଉପରେ ନିର୍ଭର କରେ। କିନ୍ତୁ ଏହା ସକାରାତ୍ମକ ରହିବା ଆବଶ୍ୟକ।
କେତେକ ପରିବର୍ତ୍ତନ ବିଧି ନିର୍ଦ୍ଦେଶ, କେତେକ କୃତ୍ରିମ।
ପରିବର୍ତ୍ତନ ନଥିଲେ ଋତୁ ବଦଳନ୍ତାନି। ତେବେ ଭାବି ନିଅନ୍ତୁ କ'ଣ ଅବସ୍ଥା ହୋଇଥାନ୍ତା?? ମନୁଷ୍ୟ ଏନ୍ତୁଡ଼ିଶାଳ ରୁ ମଶାଣି ଯାଏଁ କେତେ ସୋପାନ ଅତିକ୍ରମ କରିଥାଏ। ତା ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ।
ଯେଉଁଠି ପରିବର୍ତ୍ତନ ନାହିଁ ସେଠି ବିକାଶ ନାହିଁ।ଯେମିତି ସାକ୍ଷରତା,ଶିକ୍ଷା, ବିଜ୍ଞାନ, ଗବେଷଣା, ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ ବିକାଶ, ଉନ୍ନତ ଚିନ୍ତାଧାରା ସବୁ ପରିବର୍ତ୍ତନ ସହ ଅଙ୍ଗାଙ୍ଗୀ ସଂପୃକ୍ତ।
ସମୟ ର ସ୍ରୋତରେ ଆମର ମନୋଭାବ ,ଚାଲିଚଳନ ଧୀରେ ଧୀରେ ବଦଳି ଚାଲିଛି। ସନାତନ ଭାରତୀୟ ସଂସ୍କୃତି, ଐତିହାସିକ ଭିତ୍ତି ରହିଯାଇଛି ପୋଥି,ପୁରାଣରେ। ବେଦ, ଉପନିଷେଦ, ରାମାୟଣ ମହାଭାରତ ରେ ନିହିତ ରହିଛି ତତ୍କାଳୀନ ଚିତ୍ର, ଚରିତ୍ର, ଭୂଗୋଳ, ସଭ୍ୟତା ର କଥା। ସାଟେଲାଇଟ୍ ଯୁଗ, ଯନ୍ତ୍ରଚାଳିତ ଯୁଗରେ ଆମର ଭାବଧାରା ଆହୁରି ବିସ୍ତାରିତ ହୋଇପାରିଛି। ଅକ୍ଷାଂଶ,ଦ୍ରାଘିମା ଆଉ ଭୌଗୋଳିକ ଲାଗୁନାହିଁ।ସବୁ ଯେମିତି ବହୁତ ନିକଟତର ହୋଇ ଯାଇଛି।
ମନୁଷ୍ୟ ର ଆଭ୍ୟନ୍ତର ଓ ବାହ୍ୟ ପରିବର୍ତ୍ତନ ଓତଃପ୍ରୋତ ଭାବେ ଜଡ଼ିତ। ଗୋଟେ ଖୁସିଆଳ ମନୁଷ୍ୟ ତାର ମାନସିକତା ରହିବ ଅନ୍ୟକୁ ଖୁସି ଦେବା, ସମାଜକୁ ଖୁସି ଦେବା । ତେଣୁ ଏକ ବିକଶିତ ମଣିଷ ସଂସ୍ଥାକୁ ବିକଶିତ କରିପାରେ। ଏକ ବିକଶିତ ସମାଜ ବି ମନୁଷ୍ୟ ର ବିକାଶ ସଂଚାର କରିପାରେ। ଏହି ବିକାଶଶୀଳ, ପରିବର୍ତ୍ତନ ଦୁନିଆରେ ଆମେ ଆମର ମୌଳିକତା, ସଭ୍ୟତା, ପରମ୍ପରା ହ୍ରାସ ହଉନି ବରଂ ଆହୁରି ସକ୍ରୀୟ, ପ୍ରସାରିତ ହେଇ ପାରୁଛି। ତେଣୁ ସମାଜର ପ୍ରତ୍ୟେକ ବ୍ୟକ୍ତି ତାର ମନୋଭାବ, ସମାଜ ତାର ଅନୁଷ୍ଠାନ, ବ୍ୟବସ୍ଥା ଏକ ସକରାତ୍ମକ ପରିବର୍ତ୍ତନ ର ମାଧ୍ୟମ ବା ଆୟୁଧ ହେବା ଦରକାର। ଯାହାଦ୍ବାରା କି ମାନସିକ ସ୍ଥିତି, ସାମାଜିକ ସ୍ଥିତି ପରିବର୍ତ୍ତନଶୀଳ ଦୁନିଆରେ ଉର୍ଜା ଭରି ପାରିବ । ସୁନ୍ଦର ଏକ ପୃଥିବୀର ର ସୃଷ୍ଟି ହୋଇ ପାରିବ।
*ମିନାକ୍ଷୀ ଦ୍ବିବେଦୀ*
*ନିଉ ଦିଲ୍ଲୀ*
Comments
Post a Comment