*ସମୀକ୍ଷା*
ଜୀବନଟା ଏକ ମୁହୂର୍ତ୍ତ ମାନଙ୍କର ସମାହାର
ଏଇ ମୁହୂର୍ତ୍ତ ହୋଇଯାଏ ଅତୀତ
ଭବିଷ୍ୟତ ହୁଏ ବର୍ତ୍ତମାନ,
ସୁଖ ଦୁଃଖ ଅଲଗୁଣୀରୁ ଝୁଲୁଥାଏ ଅନିଶ୍ଚିତ ଭାଗ୍ୟ
ଅୟୁତ ଯୁଗର କାମନା ନେଇ ଆସିବା ଯିବାର ସନ ବାର ଲାଗି ରହିଥାଏ,
ଘୃଣା _ ପ୍ରେମର ଲଢେଇରେ ଦିଗହରା ହୁଏ ସ୍ବପ୍ନ,
କପଟିଆ ଜହ୍ନ ଦାଣ୍ଡ ଅଗଣାରେ ଆରାମ ଚୌକିରେ ବସି ମୁଚୁକି ହସୁଥାଏ,
ନିରବତା ନିଗିଡ଼ି ଯାଏ କାନ୍ଥ ସନ୍ଧିରୁ,
ଭିନ୍ନ ଭିନ୍ନ ଆଲିଙ୍ଗନ ଭିତରେ ଅଧିକାର ବି କାଢି ନିଏ,
ସ୍ମୃତି ର ସେଇ ତଳ ପାହାଞ୍ଚରୁ
ମୁଁ ହୋଇଯାଏ ସାରା ଇଲାକାର ବାଦଶାହା,
ରୁଞ୍ଜ ରୁଞ୍ଜ ଦୃପ୍ତମନେ ସୃଷ୍ଟି ର ପ୍ରେରଣାରେ
ମୁଁ ଭିତରେ ମୁଁ ର ପାଏ ଭିନ୍ନ ପରିଚୟ।
ମୁଁ ସୃଷ୍ଟି କରେ ଇଶ୍ଵର,
ମୁଁ ସୃଷ୍ଟି କରେ ସମଗ୍ର ନିଆରା ପୃଥିବୀ,
ମୁଁ ସୃଷ୍ଟି କରେ ସ୍ବର୍ଗ, ମର୍ତ୍ତ୍ୟ,ପାତାଳ ଚଉଦ ଭବନ
ଦିଦୃକ୍ଷାର ଅଭିଯାନରେ ଗବେଷଣା କରେ ଅମୃତାୟନ।
ଔଦାସୀନତା, ବୈରାଗ୍ୟତାର ନିଶାଣ ଧରି ଦ୍ରବିଭୂତ ହୋଇଯାଏ
ଦ୍ବିବିଦଗ୍ଧ ଦ୍ବନ୍ଦ୍ବ ଭିତରେ
ତଲାରି ରେ ଭରିଯାଏ କ୍ଳାନ୍ତ ଅପରାହ୍ନ ର ଘର୍ମାକ୍ତ କାଳକ୍ଷେପ କର୍ତ୍ତବ୍ୟ।
କ୍ଳାନ୍ତ, ଶ୍ରାନ୍ତ ଅବସନ୍ନ ପଥଚାରୀ ପରି ଜୁକୁ ଜୁକୁ ଜଳୁଥିବା ଜୀବନର ତ୍ରିବର୍ଗେ ସମୀକ୍ଷା କରେ ଆତ୍ମା ର ଗୁଢ ତତ୍ତ୍ଵ ତାର ମର୍ଭୁତ ରହସ୍ୟ।
ଦିଦୃକ୍ଷା...ଦେଖିବାର ଇଛା
ତଲାରି...ପତ୍ର, ବାଉଁଶ ଟୋପର
ମର୍ଭୁତ....କୋମଳ
ମିନାକ୍ଷୀ ଦ୍ବିବେଦୀ
ନିଉ ଦିଲ୍ଲୀ
୭୯୭୮୦୮୨୮୩୪
Comments
Post a Comment