*(ଅନ୍ବେଷଣ)*
ମୋର ତ ଅନେକ ନାମ ଅନେକ ଠିକଣା
ତଥାପି ମୁଁ ପର୍ଯ୍ୟେଷଣା କରେ ମୋ ଅସ୍ତିତ୍ବ
ପ୍ରଶସ୍ତ ଅପରାହ୍ନ ରେ ଜଳି ଜଳି
ଝଡ଼ ବର୍ଷା ସକାଳର ମଳିନ ଆକାଶରେ ଭିଜି ଭିଜି
ମୁଁ ଯାଉଛି... ମୁଁ ଆସୁଛି...
ବହୁରୂପି ବହୁବେଶ ଧରି
ମୁଁ ଦେଖୁଛି ସବୁ...
ମୁଁ ସହୁଛି ସବୁ କୁଟୀଳ କଟାକ୍ଷ ନିର୍ବିକାର, ନିର୍ବିକଳ୍ପ ହୋଇ।
କିନ୍ତୁ...
ତୁମେ ଯେତେବେଳେ ପଶି ଆସ ମୋ ଭିତରେ ବିନା ନିମନ୍ତ୍ରଣ ରେ
ନୁଆ ଅନୁଭବ ସଂଚରିଯାଏ ରଜନୀଗନ୍ଧା ର ବାସ୍ନା ପରି,
ଏକ ନିରୁପାୟ ଅସହାୟ ବେଦନା ଭିତରେ ତ୍ରିପୁର୍ତିର ହୁଏ ବିକାଶ,
ଭିଆଣ କରେ ଏକ ନୂତନ ଦିଗନ୍ତ।
ଅଯାଚିତେ ଆପଣାର ଭାବଦେଇ ମୋ ଅସ୍ତିତ୍ବ କୁ ତୋଳିଧର ଯେବେ ତୁମ ଚକ୍ଷୁରେ
ମୋ ଭିତରେ ମୁଁ ର ହୁଏ ଜନ୍ମନ।
ଛୋଟ ଆଶା ଟିଏ ମନକୁ ତେଜେଇ ଦିଏ,
ଉତ୍ତରଣ, ଅବତରଣ ତ୍ରିଶଙ୍କୁରେ ପ୍ରେମର ମହକ ଲେସି ହୋଇଯାଏ,
ସୁବାସିତ କନ୍ପନାରେ ଅନ୍ଧାର ଆହୁରି ସୁନ୍ଦର ହୋଇଉଠେ,
ନିବିଡ ସ୍ପର୍ଶ ରେ ଅନ୍ତଃସତ୍ତ୍ବା ହୋଇଉଠେ ଭାବ ସୁନ୍ଦରୀ,
ଏହି ଦେହ, ମନ, ଆତ୍ମା ର ପରିଧୀ ଭିତରେ
କ୍ଷୁଭିତ ଯୋଗିନୀ
ଅନ୍ତରେ ଉଚ୍ଛ୍ୱାସ ନେଇ, ଅମୃତର କିରଣ ବୁଣି
ବାରୁଣୀ ବେଳାରେ ପାଇଯାଏ ତାର ସଠିକ ଠିକଣା।
Comments
Post a Comment