ଆଜିର ଏଇ ଶ୍ରାବଣୀ ସଂଧ୍ୟା ରେ ସମସ୍ତ ଙ୍କ କବିତା ଭିଜା ଭିଜା ମାଟିର ବାସ୍ନା ପରି ବାସ୍ନାୟତ କରିଦେଲା
କବିତା ଫୁଲ ପାଖୁଡାର ହାସ୍ୟ, ଲାସ୍ୟମୟୀ ରଙ୍ଗୀନ ବର୍ଣ୍ଣାଳୀ ସମସ୍ତ ଙ୍କୁ ଉନ୍ମତ କରିଦେଲା।
ଏଇ ମୌସୁମୀ ଆସର ଝିଲମିଲ ସବୁଜ ପତ୍ରରେ ଖିଲି ଖିଲି ହସ ଭରି ଭିଜାଇ ଦେଲା ତାର ନିଜସ୍ବ ଢଙ୍ଗରେ ...
ତାର ସୌନ୍ଦର୍ଯ୍ୟ କୁଟିକମ ଦ୍ୟୁତିରେ ଝଲକି ଉଠିଲା ଆମ ପ୍ରତିଶ୍ରୁତି ପରିବାର....
ସେଥିପାଇଁ ସମସ୍ତ ସାଧକ ,ସାଧିକାଙ୍କୁ ମୋର ଆନ୍ତରିକ ଧନ୍ୟବାଦ......
ବିଶେଷତଃ ପ୍ରତିଶ୍ରୁତି ପରିବାରର ପ୍ରତିଷ୍ଠାତା, ସଂପାଦକ ସ୍ମୃତି ରଞ୍ଜନ ତ୍ରିପାଠୀ ଙ୍କୁ ମୋ ଆନ୍ତରିକ ସାଧୁବାଦ ଯିଏ କି ସମସ୍ତଙ୍କୁ ଏକ ନିବିଡ ସ୍ନେହ ଡୋରରେ ବାନ୍ଧି ରଖିଛନ୍ତି।
ଏମିତି ଜଗନ୍ନାଥ ଙ୍କ କୃପାରେ ପୂଣ୍ୟତୋୟା ନଦୀ ଧାର ପରି ଛଳ ଛଳ କଳ କଳ ହୋଇ ବହିଚାଲୁ
ସମସ୍ତେ ପ୍ରତିଶ୍ରୁତି ପରିବାର ସହ ସ୍ନେହ, ଶ୍ରଦ୍ଧା, ବନ୍ଧୁତା ର ଡୋରରେ ବନ୍ଧା ହୋଇଥାନ୍ତୁ।
ଧନ୍ୟବାଦ
Comments
Post a Comment