ଆଜିର ଏଇ ଶ୍ରାବଣୀ ସଂଧ୍ୟା ରେ ସସ୍ମିତା ଭଉଣୀଙ୍କ ଭକ୍ତିପୂତ ଶ୍ଳୋକ ପରିବେଶ କୁ ଅମୃତମୟ କରିଦେଲା।
ଶୀତଳ ଚନ୍ଦନ ଲେପ ସମ ଦୟାନିଧି ଭାଇନା ଓ ଚନ୍ଦ୍ର ଶେଖର ଭାଇନା ଙ୍କ ଜଗନ୍ନାଥ ଉପରେ କଥାମୃତ ଆମ ସମସ୍ତ ଙ୍କୁ ଅତୁଟ ଭକ୍ତି ବନ୍ଧନରେ ବାନ୍ଧି ଦେଲା।
କିଛି ସମୟ ପାଇଁ ଆମେ ଜଗନ୍ନାଥଭିମୁଖି ହୋଇଗଲୁ।
ସର୍ବାଣୀଙ୍କ ସୁମଧୁର କଣ୍ଠ ସଂଗୀତରେ ସମସ୍ତେ ଜଗନ୍ନାଥ ବିହ୍ବଳ ହୋଇଗଲୁ।
ଯେତେ ଦୂରରେ ଥିଲେ ଭି ଆମର ଆତ୍ମା ଜଗନ୍ନାଥ ଜଗନ୍ନାଥ ଡାକେ।
ଆମେ ଓଡ଼ିଆ ସବୁଠୁ ବଢିଆ ତା'ର କୌଣସି ଦ୍ବିମତ ନାହିଁ।
ସତରେ ଆମେ ବହୁତ ଗର୍ବିତ ଆମେ ଉତ୍କଳ ମାଟିରେ ଜନ୍ମ ନେଇଛୁ।
ଆଜିର ସନ୍ଧ୍ୟା ଆସରରେ
ସମସ୍ତ ଙ୍କ କବିତା ଭିଜା ଭିଜା ମାଟିର ବାସ୍ନା ପରି ମହ ମହ ହୋଇ ଉଠିଲା....
କବିତା ର ହାସ୍ୟ, ଲାସ୍ୟମୟୀ ଫୁଲ ପାଖୁଡାର ରଙ୍ଗୀନ ବର୍ଣ୍ଣାଳୀ ସମସ୍ତ ଙ୍କୁ ଉନ୍ମତ କରିଦେଲା।
ଏଇ ମୌସୁମୀ ଆସର ଝିଲମିଲ ସବୁଜ ପତ୍ରରେ ଖିଲି ଖିଲି ହସ ଭରି ଭିଜାଇ ଦେଲା ତାର ନିଜସ୍ବ ଢଙ୍ଗରେ ...
ତାର ସୌନ୍ଦର୍ଯ୍ୟ କୁଟିକମ ଦ୍ୟୁତିରେ ଝଲକି ଉଠିଲା ଆମ ପ୍ରତିଶ୍ରୁତି ପରିବାର....
ସେଥିପାଇଁ ସମସ୍ତ ସାଧକ ,ସାଧିକାଙ୍କୁ ମୋର ଆନ୍ତରିକ ଧନ୍ୟବାଦ......
ଶିବାନନ୍ଦ ବାରିକ ଙ୍କ ଶଦ୍ଦ ସଂଯୋଜନା ଶୈଳୀ ବହୁତ ଉଚ୍ଚକୋଟୀର ଥିଲା ।ନିଶ୍ଚିତ ଭାବରେ ପ୍ରଶଂସନୀୟ।
ଶେଷରେ ଆମର କର୍ତ୍ତା, ଧର୍ତ୍ତା , ପ୍ରତିଷ୍ଠାତା ସ୍ମୃତି ରଞ୍ଜନ ତ୍ରିପାଠୀ ଙ୍କୁ ମୋର ଅନେକ ଅନେକ ସାଧୁବାଦ।
ସେ ସମସ୍ତ ଙ୍କୁ ଏମିତି ସ୍ନେହ ଡୋରରେ ବାନ୍ଧି ରଖିଛନ୍ତି ରଖିଥାନ୍ତୁ। ପୂଣ୍ୟତୋୟା ନଦୀ ଧାର ପରି ଏହି ପ୍ରତିଶୃତି ପରିବାର ଆଗକୁ ଆହୁରି ବଢିଚାଲୁ। ଦୟାନିଧି ଭାଇନା, ଚନ୍ଦ୍ର ଶେଖର ଭାଇନା ପ୍ରତିଶୃତି ପରିବାର ର ମଙ୍ଗ ଧରିଥାନ୍ତୁ।
ଏମିତି ସମସ୍ତେ ପ୍ରତିଶ୍ରୁତି ପରିବାର ସହ ସ୍ନେହ, ଶ୍ରଦ୍ଧା ଡୋରରେ ବନ୍ଧା ହୋଇ ରୁହନ୍ତୁ। ଏତିକି ମୋ କାମନା 🙏
ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ🙏
ମିନାକ୍ଷୀ ଦ୍ବିବେଦୀ
ଉପଦେଷ୍ଟା ପ୍ରତିଶ୍ରୁତି ପରିବାର
Comments
Post a Comment