*ବର୍ଷା*
ଆସ ତୁମେ ବର୍ଷା
ଦେଖି ଯାଅ ଥରେ
ଏ ନିରବ ଆସନ୍ନ ପ୍ରସବା ମାଟି ମା' କୁ
ଚାହିଁ ବସିଅଛି ସେଇ ଖୋଲା ଆକାଶକୁ,
ତା ତପ୍ତ ମନରେ ଉତ୍ତପ୍ତ
ପବନର ସ୍ପର୍ଶ ଅଥୟ କରୁଛି
ଛୁଇଁ ଯାଅ ବାରେ ବର୍ଷା
ସୃଷ୍ଟି ହଉ ସବୁଜ ବିପ୍ଲବ,
ଜନ୍ମ ନେଉ ନବୀନ ପଲ୍ଲବ
ନିଦାଘ ର ଅକାଟ କଟାକ୍ଷ ରେ
ଝରି ପଡୁଛି ତାର
ଶୁଖିଲା ହସର ପାଖୁଡ଼ା,
ସତେ କାହାର ତିକ୍ତ ଅପେକ୍ଷାରେ
ଦିଶୁଛି ସେ ବିଷର୍ଣ୍ଣ , ବିବ୍ରତ
ନିଶୁନ ପୋଖରୀ ତୁଠେ
ଚାହିଁ ରହିଛି କଇଁର ପୀୟାସୀ ଆତ୍ମା,
ଦିଶାହୀନ ତଟିନୀ ଆଜି ମର୍ମାହତ,
ଆସ ତୁମେ ବର୍ଷା ...
ତୁମର ଆବେଗ ଉଷ୍ଣତାରେ
ଭରିଦିଅ ଇନ୍ଦ୍ରଧନୁ ରଙ୍ଗ,
ସଞ୍ଚରି ଦିଅ ମାୟା କାୟା ତୁମ ରଙ୍ଗ ରୂପର,
ପାଖୁଡ଼ା ପାଖୁଡ଼ା ଶ୍ରଦ୍ଧା ରେ
ଖେଳିଯାଉ ବର୍ଣ୍ଣିଳ ଫଲଗୁ,
ଧୋଇଯାଉ ଯେତେ କ୍ଷୋଭ,
ଈର୍ଷା,ବିଦ୍ୱେଷର ମନୋଭାବ,
ଆନମନା ଜୀବନକୁ କରିଦିଅ ଅର୍ଥପୂର୍ଣ୍ଣ,
ବିସ୍ଥାପିତ କାୟା ତୁମ ପକଉ
ସତର୍କତାର ପାଦ,
ମାଟିକୁ ଆଦ୍ର କରି ଝରୁ
ଯେତେ ରସସିକ୍ତ ଆବେଗ,
ଆହତ ଆତ୍ମା ରେ ଉଜ୍ଜ୍ୱଳି ଉଠୁ
ଅନାସକ୍ତ ମୁକ୍ତିର
ଆନନ୍ଦ ଓ ତାର ଭାବାବେଗ।
Comments
Post a Comment