*ବର୍ଷା ର ଗଜଲ୍*
ଏଇ.....ଦେଖିଲ ଟିକେ...
ସେ ବର୍ଷା କେମିତି ଗୀତ ଗାଇ ଥେଇ ଥେଇ ହୋଇ ନାଚୁଛି
ତା ପ୍ରୀୟତମ ସ୍ପର୍ଶ ପାଇ ପୂର୍ଣ୍ଣଗର୍ଭା ହୋଇ ଉଠିଛି ବୋଧେ
ଆଃ...କେତେ ଖୁସି ଆଜି ସେ..
ଦେଖିଲ ଦେଖିଲ ଟିକେ ପ୍ରେମରେ ବାଦଲ ଟା ତାକୁ କେମିତି ବାହୁକୁ ଟାଣି ଆଣୁଛି ବାରମ୍ବାର,
ବର୍ଷା କଣ ମାନୁଛି...
ସପ୍ତରଙ୍ଗୀ ଶାଢ଼ୀ ରେ ପରିପାଟୀ ହୋଇ,
ଆହୁର ସୁନ୍ଦର ହୋଇ ତାକୁ କେମିତି ଜଳଉଛି ଦେଖୁନ...
ପ୍ରଗଳ୍ଭା ହୋଇ ଉଠିଛି ଆଜି ବୋଧେ ସେ,
ତା ପାଉଁଜି ର ଛମ୍ ଛମ୍ ଶଦ୍ଦ
ଆହାଃ.... କେତେ ମନଲୋଭା
ସତରେ ଆବୋରି ବସିଛି ଦୃଢ଼ ଅନ୍ତରୀକ୍ଷ,
ବାଦଲ ର ଛାତିକି ଛୁଇଁ ଯାଉଛି ଫୁରୁ ଫୁରୁ ଉଡୁଥିବା ତାର ଘନ ମୁକୁଳା କେଶ,
ଦେଖନା ...ତାକୁ ଦେଖି ସେ ଅଲାଜୁକୀ ବିଜୁଳି ମୁହଁ ଲୁଚେଇ ଲୁଚେଇ କେମିତି ହସୁଛି,
ଧେତ୍... ମୁଁ କାହିଁକି ଲାଜ କରୁଛି...?
ସତରେ ବର୍ଷା ଟା ବଡ଼ ଫୁଲେଇ...
ବଡ଼ ଗେହ୍ଲେଇ...
ସ୍ନିଗ୍ଧ ହାସ୍ୟ ରେ ସମୀର ମଧ୍ୟ ତାକୁ ଛୁଇଁ ବାକୁ ଆପ୍ରାଣ ଚେଷ୍ଟା କରି ଚାଲିଛି,
ଋତୁମତୀ ଧରିତ୍ରୀ ତାକୁ କେମିତି ଆ ଆ ଡାକୁଛି..
ଭାରି ଭାଗ୍ୟଶାଳୀ ସେ...
ସତରେ ଭାରି ଈର୍ଷା ହଉଛି ତାକୁ ଦେଖି,
ଫୁଲେଇ ରାଣୀ କୃଷ୍ଣ ଚୂଡା ର ନାଲି ଓଢଣୀ ଟାଣି ମନରେ ପ୍ରିୟ ମିଳନର ଲାଳସା ରଖିଛି,
ଛିଃ.... କେତେ ଅଲାଜୁକି ସେ...
ସଜେଇ ହଉଛି ପ୍ରିୟ ମନ କୁ ଆହୁରି ରସାମୟ କରିବାକୁ
ପ୍ରଣୟୀ ରାଜକୁମାରୀ ଆଖିରେ କେତେ ଅସୁମାରୀ ସ୍ବପ୍ନ ଭରିଛି କେଜାଣି...?
ବାଣ,ରୋଷଣୀ,ଚମକର ପ୍ରୀତି ପାଲିଙ୍କି ରେ ଢଳି ଢଳି ,ଝୁଲି ଝୁଲି ହୋଇ ଚାଲିଛି ଦେଖୁନ...
ସତରେ....
ତାକୁ ଦେଖି ଭାରି ଇଛା ହେଉଛି ତୁମ ସହ ଏ ବର୍ଷା ରେ ଟିକେ ଭିଜିବାକୁ,
ଚାଲନା... ଆମେ ବି ପ୍ରୀତି ପ୍ରଣୟ ରେ ଏମିତି ଭିଜିଯିବା....
ତୁମ ପ୍ରଶସ୍ତ ବୁକୁ ରେ ମତେ ଆଉଜେଇ ନେବ
ମୁଁ ତୁମ ଉଷ୍ଣ ଆବେଗ ରେ ଭିଜିଯିବି
ଚାଲନା ଥରେ.....
Comments
Post a Comment