*କି ନାମରେ ଡାକିବି କୁହ*
କି ନାମରେ ଡାକିବି କୁହ....
ଖୁସି କି ଭରସା
ପ୍ରତିକ୍ଷା କି ଅଭିପ୍ସା
ଗଙ୍ଗା କି ପୂଣ୍ୟତୋୟା
ସବୁତ ତୁମରି ମାୟା।
କି ନାମରେ ଡାକିବି କୁହ....
ଆଶା କି ପିପାସା
ଝରଣା କି ବରଷା
ଚନ୍ଦ୍ରିକା କି ଜୋଛନା
ସବୁ ତ ତୁମରି ରଚନା।
କି ନାମରେ ଡାକିବି କୁହ....
କୃଷ୍ଣା କି ତୃଷ୍ଣା
ଫୁଲ କି ବାସ୍ନା
ତନ୍ଦ୍ରା ଅବା ସ୍ବପ୍ନା
ସବୁ ତ ତୁମରି ସର୍ଜନା।
ହଁ....ଜାଣେ...
ତୁମେ ବସନ୍ତର ବାସନ୍ତୀ
ଫଗୁଣର ଋତୁମତୀ
ମେଘମନା ପ୍ରେୟସୀ
ସଞ୍ଜ ର ତୁଳସୀ
ସୁଗନ୍ଧିତା ଯୌବନ
ଭରିଦିଅ ପ୍ରିତିସ୍ବାନ
କାନ୍ତି ତୁମ ଅପସରା
ପ୍ରେମିକର ଲକ୍ଷେ ହୀରା
ତଥାପି ତୁମେ ଅନାମିକା
କଳ୍ପନାର ଚିତ୍ରଲେଖା
ଦେଖି ତୁମ ଆଖି ଧୂଆଁ
ବୁଝିଯାଏ ପ୍ରେମମାୟା।
ପ୍ରେମର ସଜ୍ଞା କୁହ...
ଅସ୍ମିତା କି ଆତ୍ମୀୟତା
ବା କବିର ଭାବ କବିତା
ବାସ୍.... ସେତିକି....
ତୁମେ ପ୍ରେମିକ ର ରଚନା
ଅବୁଝା ଏକ କଳ୍ପନା,
ଅଦୃଶ୍ୟ ଏକ ଅବଶୋଷ,
ବ୍ୟଥା ସକାଳ ର ଶେଷ ହସ
ତଥାପି କି ନାମରେ ଡାକିବି କୁହ.....!!!
ମିନାକ୍ଷୀ ଦ୍ବିବେଦୀ
ନିଉ ଦିଲ୍ଲୀ
୭୯୭୮୦୮୨୮୩୪
Comments
Post a Comment