Skip to main content

*ଉଦାରୀକରଣ ର ୩୧ ବର୍ଷ ସଂପର୍କ ରେ.....

*ଉଦାରୀକରଣ ର ୩୧ ବର୍ଷ ସଂପର୍କ ରେ.....*

ଉଦାରୀକରଣ ଅର୍ଥ ହେଉଛି ଏହିପରି ନିୟନ୍ତ୍ରଣ କୁ ମୁକ୍ତ କରିବା ବା ଅପସାରଣ କରିବା ଯାହାଦ୍ବାରା ଅର୍ଥନୈତିକ ବିକାଶ ହୋଇପାରିବ।  ଏହି ଉଦାରୀକରଣ ନୀତିରେ ଦେଶରେ ଅର୍ଥନୈତିକ କଲ୍ୟାଣ ବା ବିକାଶରେ ବାଧା ସୃଷ୍ଟି କରୁଥିବା ନିତି,ନିୟମ, ପ୍ରଶାସନିକ ନିୟମ, ପ୍ରଣାଳୀ କୁ ବନ୍ଦ କରାଯାଏ ବା ଶିଥିଳତା ଅଣାଯାଏ।

ଏହି ପ୍ରକ୍ରିୟାରେ ବିଶ୍ବ ସହିତ ବେପାର ବାଣିଜ୍ୟ ର ସର୍ତ୍ତ ଗୁଡ଼ିକ ଲାଗୁ କରାଯାଏ। ଯା'ଦ୍ବାରା ଆର୍ଥିକ ଅବସ୍ଥା ର ବିକାଶ ହେବା ସଙ୍ଗେ ସଙ୍ଗେ ଦେଶର ସର୍ବଦଳୀୟ ଅଗ୍ରଗତି ମଧ୍ୟ ହୋଇଥାଏ।
ବହୁମୁଖୀ ପ୍ରଗତିକୁ ମଧ୍ୟ ଆଗେଇ ନେଇଥାଏ।

୨୦୨୨ ଜୁଲାଇ ମାସ ଉଦାରୀକରଣ ର  ୩୧ତମ ବାର୍ଷକୀ ଅଟେ।
୧୯୯୧ ମସିହା ଜୁଲାଇ ୨୪ ତାରିଖ ରେ ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂହ ଙ୍କ ଦ୍ଵାରା ବଜେଟ ଭାଷଣ ଉପରେ ଅଧିବେଶନ ହୋଇଥିଲା। ସେତେବେଳେ ଏହି ଉଦାରୀକରଣ ନୀତି ଲାଗୁ କରିଥିଲେ।

ଆମ ଦେଶ ଯେତେବେଳେ ସ୍ବାଧୀନତା ଲାଭ କଲା ଦେଶର ଅର୍ଥନୈତିକ, ରାଜନୈତିକ ସମସ୍ତ ବ୍ୟବସ୍ଥା ଏକ ଶୈଶବ ଆକାରରେ ଥିଲା । ତାହାରି ଉପରେ ଅନେକ ବିଦେଶୀ ଛଞ୍ଚାଣ ଙ୍କ ଲୋଲୁପ ଦୃଷ୍ଟି ନିବିଦ୍ଧ ଥିଲା।
ଅନ୍ତଃରାଷ୍ଟ୍ରୀୟ ବେପାରୀ,ପୁଞ୍ଜିପତି,ବଡ଼ ବଡ଼ ଅନେକ ସଂସ୍ଥା ,ବିକାଶଶୀଳ ଦେଶ ଆମ ଦେଶରେ ଅର୍ଥ ବିନିଯୋଗ କରିବାକୁ ଚାହୁଁଥିଲେ। କିନ୍ତୁ ସେତେବେଳେ ଡର ଥିଲା ସେମାନେ ଆମର ଅର୍ଥନୈତିକ, ରାଜନୈତିକ, ସାମାଜିକ ସ୍ବାଧୀନତା ରେ ପୁଣି ଆଞ୍ଚ ଆଣି ପାରନ୍ତି। ସେମାନଙ୍କ ଇଶାରା ରେ ବା ସେମାନଙ୍କ ଆଜ୍ଞାରେ ବସଉଠ ହବାକୁ ପଡ଼ିପାରେ।ଏମିତି ଅନେକ ଦେଶ ର ଉଦାହରଣ ଅଛି। କିନ୍ତୁ ଯେତେବେଳେ ଆମେ ସ୍ବାବଲମ୍ବୀ ହୋଇପାରିଲୁ ।ନିଜ ଦକ୍ଷତା ଉପରେ ଆମର ଦୃଢ଼ ବିଶ୍ୱାସ ବଢିଲା। ଆମର ଶାସନ ଉପରେ ନିଜର ନିୟନ୍ତ୍ରଣ ରହିଲା । ତାହା ପରେ ଅର୍ଥନୈତିଜ୍ଞ, ରାଜନୈତିଜ୍ଞ ,ବଡ଼ ବଡ଼ ବୁଦ୍ଧିଜୀବୀ ଦେଶର ଆହୁରି ବିକାଶ ଓ ପ୍ରସାର ପାଇଁ ଚିନ୍ତା କଲେ।

୧୯୯୦-୧୯୯୧ ମସିହାରେ ଆର୍ଥିକ ସଙ୍କଟ ଦେଖାଗଲା।
ବିଦେଶୀ ମୁଦ୍ରା ର ଘୋର ଅଭାବ ଦେଖାଗଲା।ଦେଶର ଭବିଷ୍ୟତ ଅନ୍ଧାକାର ଦେଖାଯାଉଥିଲା। ସେହି ସମୟରେ ମନମୋହନ ସିଂହ ୧୯୯୧ ଜୁଲାଇ୨୪ ରେ ଉପସ୍ଥାପନ କରିଥିଲେ ଐତିହାସିକ ବଜେଟ୍ ଯାହା ଦେଶର ରୁପରେଖ ବଦଳାଇବାରେ ସହାୟକ ହୋଇଥିଲା। ସେହି ଦିନଠାରୁ ଉଦାରୀକରଣ ଯୁଗ ଆରମ୍ଭ ହେଲା ।ଆଜିକୁ ୩୧ ବର୍ଷ ପୂର୍ଣ୍ଣ ହୋଇଛି। 

ଏହି ଉଦାରୀକରଣ ନିୟମ ଲାଗେ ଜିଡିପିରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଥିଲା। ବିଭିନ୍ନ ପ୍ରକଳ୍ପର ସ୍ଥାପନାରେ ବ୍ୟାପକ ବିନିଯୋଗ ଏବଂ ଆଧୁନିକୀକରଣ, ବିଶେଷ କରି ବୟନଶିଳ୍ପ, ଅଟୋମୋବାଇଲ,କୋଇଲାଖଣି, ରାସାୟନିକ ଏବଂ ପେଟ୍ରୋ-ରାସାୟନିକ ପଦାର୍ଥ, ଧାତୁ,ଖାଦ୍ୟ, ପ୍ରକ୍ରିୟାକରଣ, ସଫ୍ଟୱେର ଇଣ୍ଡଷ୍ଟ୍ରି, ଇତ୍ୟାଦି ରେ ଏହାର ନେତୃତ୍ୱ ନେଇଥିବା ଭିତ୍ତିଭୂମି ବିକାଶ ସହିତ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଲା।

ନରସିଂହ ରାଓଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଓ ମନମୋହନ ସିଂହ ଙ୍କ ଅର୍ଥନୀତି ଉପରେ ଗଭୀର ଜ୍ଞାନ ଉଦାରୀକରଣ କୁ ଜନ୍ମ ଦେଇଥିଲା।
ଯାହାଦ୍ବାରା ଆମେ ଏବେ ଏକ ବିକାଶଶୀଳ ଦେଶ ନାମରେ ନାମିତ ଅଛୁ।

Comments

Popular posts from this blog

ଅଳସୁଆ ଦୁଃଖ ପାଏ (ଶିଶୁ କବିତା )✓

ଅଳସୁଆ ଦୁଃଖ ପାଏ ସମୟ ହାତରେ ଘଣ୍ଟି, ଟିକ୍–ଟିକ୍ କରି କୁହେ  “ଉଠ, ଚାଲ, ସୃଷ୍ଟି କର।” କିନ୍ତୁ ଅଳସୁଆ ଶୋଇ ରହେ, ଚାଦରକୁ ଭାବେ ସ୍ଵପ୍ନର ରାଜ୍ୟ, କାରଣ ସେ ପ୍ରକୃତିର ନିୟମରୁ ବିପରୀତ କରିଥାଏ। ପ୍ରକୃତି କେବେ ଅଳସୁଆ ନୁହେଁ ସୂର୍ଯ୍ୟ ନିତ୍ୟ ଉଦୟ ହୁଏ, ନଦୀ ସଦା ବହେ, ଗଛ ସଦା ବୃଦ୍ଧି ପାଏ, ପକ୍ଷୀ ସଦା ପରିଶ୍ରମରେ ନୀଡ଼ ଗଢ଼େ।  ଯେପରି ବୀଜ ମାଟିରେ ପଡ଼ି ଶ୍ରମର ସ୍ନେହ ପାଇଲେ ଗଛରେ ପରିଣତ ହୁଏ, ତେଣୁ ମଣିଷର ଭାଗ୍ୟ କେବଳ କାର୍ଯ୍ୟରେ ପ୍ରସ୍ଫୁଟିତ। କାର୍ଯ୍ୟହୀନ ବୀଜ ଶୁଖିଯାଏ, ଜୀବନର କାଳୀନୀ କୌଣସି ଫଳ ଦିଏନାହିଁ। ଜୀବନ ହେଉଛି ଏକ ପ୍ରବାହମାନ ନଦୀ, ଯେଉଁଥିରେ ସମୟର ଝରଣା ନିରନ୍ତର ପ୍ରବାହିତ ହୋଇ ବହିଯାଏ। କର୍ମରେ ରହିଛି ଆନନ୍ଦ, ଶ୍ରମରେ ରହିଛି ସ୍ୱାଧୀନତା, ପରିଶ୍ରମରେ ହିଁ ମଣିଷ ନିଜ ଆତ୍ମାକୁ ଜୀବନ୍ତ କରିଥାଏ। ତତ୍ତ୍ୱ କୁହେ... କର୍ମ ହିଁ ଯଜ୍ଞ, ଶ୍ରମ ହିଁ ଧ୍ୟାନ, ପରିଶ୍ରମ ହିଁ ମୁକ୍ତିର ପଥ। କର୍ମଯୋଗୀ ସମୟ ସହିତ  ଏକତାରେ ସ୍ଵୟଂକୁ ଦେଖେ। ତା’ର ପାଇଁ ପ୍ରତ୍ୟେକ କ୍ଷଣ ହୁଏ ଅମୃତ, ପ୍ରତ୍ୟେକ କାର୍ଯ୍ୟ ହୁଏ ଉପାସନା। ଅଳସୁଆ ମନରେ ସ୍ୱପ୍ନ ଥାଏ, କିନ୍ତୁ ହାତ ଆଗକୁ ବଢ଼େନି, ଚକ୍ଷୁରେ ଆଶା ଭରିଥାଏ, କିନ୍ତୁ ପାଦେ ପାଦେ ମନ୍ଥରତାର ବେଡ଼ି। ତା’ର ହାତରେ ରହିଯାଏ କେବଳ  ଦୁଃଖର ଖାଲିପଣ ଓ ପଶ୍ଚାତ୍ତାପର ଲୁହ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ...

ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ”

“ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ” ମାନବ ଇତିହାସ ଅଗଣିତ ବଳିଦାନର ସାକ୍ଷୀ। କେହି ଦେଶ ପାଇଁ, କେହି ଧର୍ମ ପାଇଁ, କେହି ସତ୍ୟ ପାଇଁ ପ୍ରାଣ ଦେଇଥାନ୍ତି। କିନ୍ତୁ ପ୍ରକୃତି ପାଇଁ ପ୍ରାଣ ଆହୁତି ଦେବାର ଉଦାହରଣ ଅତ୍ୟନ୍ତ ଦୁର୍ଲଭ । ମାନବ ସଭ୍ୟତାର ଇତିହାସରେ କେତେକ ଏମିତି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ  ନିଜ ସ୍ଵାର୍ଥକୁ ତ୍ୟାଗ କରି ସାମୂହିକ ମୂଲ୍ୟବୋଧ ପାଇଁ ଜୀବନ ଦେଇଛନ୍ତି। ହିମାଳୟ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ପାଇଁ ଚିପକୋ ଆନ୍ଦୋଳନ ବିଷୟରେ ଅନେକ ଲୋକ ଜାଣନ୍ତି। କିନ୍ତୁ, ଏହାର ଶହ ଶହ ବର୍ଷ ପୂର୍ବରୁ, ରାଜସ୍ଥାନରେ ମଧ୍ୟ ଏକ ଚିପକୋ ଆନ୍ଦୋଳନ ହୋଇଥିଲା, ଯାହାର ଇତିହାସ ବହୁତ ସ୍ପର୍ଶକାତର। ଏଥିରେ ପରିବେଶ ରକ୍ଷା ପ୍ରତି ସଚେତନ ଅମୃତା ଦେବୀ ବିଶ୍ନୋଇଙ୍କ ସମେତ ୩୬୩ ଜଣ ଲୋକ ନିଜ ଜୀବନ ବଳିଦାନ ଦେଇଥିଲେ।ସରକାରଙ୍କର ମୁଣ୍ଡ ନୁଆଁଇ ଦେଇଥିଲେ।ବିଶ୍ନୋଇ ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ଗୁରୁ ଜମ୍ଭେଶ୍ୱର (ଜମ୍ଭୋଜୀ), ଯିଏ ୧୫ ଶତାବ୍ଦୀରେ ପ୍ରକୃତି ସୁରକ୍ଷାକୁ ଧର୍ମୀୟ କର୍ତ୍ତବ୍ୟ ଭାବରେ ସ୍ଥାପନ କରିଥିଲେ। ତାଙ୍କ ୨୯ ଟି ନିୟମ (ବିଶ୍-ନୋଇ)ରେ ସ୍ପଷ୍ଟ କରାଯାଇଥିଲା। ବିଶ୍ନୋଇ ସମ୍ପ୍ରଦାୟରେ ପ୍ରକୃତି ହେଉଛି ପରମେଶ୍ୱରଙ୍କ ପ୍ରତିରୂପ। ସେଠାରେ ପଶୁ, ପକ୍ଷୀ, ଗଛ, ମାଟି, ଜଳ ସବୁକୁ ପବିତ୍ର ମାନାଯାଏ। “ଗଛ କାଟିବା ପାପ, ପଶୁକୁ ହତ୍ୟା କରିବା ପାପ, ପ୍ରକୃତିକୁ ବିନାଶ କରିବା ମାନେ ମାନବତାକୁ...

ଟିକି ଟିକି ଫୁଲ ଆମେ✓

(ଟିକି ଟିକି ଫୁଲ ଆମେ) ଟିକି ଟିକି ଫୁଲ ଆମେ ଭାରତ ମାତାର ଖିଲି ଖିଲି ହସୁଥାଉ ନ ଥାଏ ଯେ ଡର ।। ଆମ ବାସ ଖେଳିଯାଏ ମୁଲକରୁ ମୁଲକ ଭାରତର ଅଟୁ ଆମେ ସୁକୋମଳ ପ୍ରତୀକ ।। ଟିକି ଟିକି ମନ ଆମ ଦିଅ ନାହିଁ ଦଳିରେ ସ୍ବର୍ଣ୍ଣ ଦେଶ ଗଢିଦେବୁ ତୋଳି ନିଅ ସ୍ନେହରେ।। ଟିକି ଟିକି ଶିଶୁ ଆମେ ଭାରତର ମଣି ଦୂର କରିବୁ ଅନ୍ଧାର ଆଲୋକକୁ କିଣି।। ଆମେ ଅଟୁ ଭବିଷ୍ୟତ ହୀରା ମୋତି ମାଣିକ ରଖିବୁ ଦେଶର ଟେକ ହୋଇ ଆମେ ନିର୍ଭୀକ ।। ଦେଶ ଜନନୀର ଲୁହ ପୋଛି ଦେବୁ ଆମେରେ ମାଆର ସୁରକ୍ଷା ଭାର ନେବୁ ଆମ କାନ୍ଧରେ ।। ଦରିଆ ବୁକୁରୁ ଆମେ ଖୋଜି ଦେବୁ ମୁକୁତା ସ୍ନେହ,ପ୍ରେମ, ଭକ୍ତି ଢାଳି ଦେବୁ ଶାନ୍ତି ବାର୍ତ୍ତା।। ଜ୍ଞାନର ଆଲୋକ ବାଣ୍ଟି ଯିବୁ ସତ୍ୟ ପଥରେ ଚିକିମିକି ଚମକିବୁ ଭାଇଚାରା ଡୋରରେ।। ରଙ୍ଗ ରଙ୍ଗୀନ ଫୁଲ ପରି ଗୁଣ ବିକଶିବ ଦିଗନ୍ତ ବିସ୍ତାରି ଆମ ନାମ ମହକିବ।। ଆମ ହାତେ ଦିଅ ଯେତେ ନୂଆ ରଙ୍ଗ ତୁଳିକା  ଆଙ୍କି ଦେବୁ ନବ ଛବି କେତେ ଭଳି ଭଳିକା ।। ସମୃଦ୍ଧ କରିବୁ ଭାଷା ବିଶ୍ୱେ ଯିବ ଚହଟି ହେଳା ନ କର ଆମକୁ ନିଅ କୋଳେ ସାଉଁଟି।। ଭାରତ ମାତାର ଅଟୁ ଗେହ୍ଲା ପୁଅ ଝିଅ କଳା, ସଂସ୍କୃତି ଐତିହ୍ୟ ରଖିବୁ ବଜାୟ।। ଅସୁମାରୀ ସ୍ବପ୍ନ ନେଇ ଦେଶକୁ ଗଢ଼ିବୁ ସୁସ୍ଥ, ଶାନ୍ତ ପରିବେଶ ଉଦ୍ଭବ କରିବୁ।। ଗାନ୍ଧୀ,ଚାଚା, ଶାସ୍ତ୍ରୀ,ପରି ମନୋଭାବ ନେଇ ଶୃଙ୍ଖଳ ବିଶ୍ବ ଗଢିବୁ ପ୍ରୀତି ରଙ୍ଗ ଦେଇ।। ମିଳିମିଶି ପ୍ରକୃତିର ରକ୍ଷା ଯେ କର...