*ରାକ୍ଷୀ ପୂର୍ଣ୍ଣିମା*
ବିଧାତା ଗଢିଛି ଏମିତି ବନ୍ଧନ
ଭାଇ ଭଉଣୀ ସ୍ନେହ ମନେ କରି ଧ୍ୟାନ,
ସେହି ସଂପର୍କ ଅଟେ ଯେ ଦୁର୍ଲଭ
କେହି ନ ଦେଖନ୍ତି ନିଜ କ୍ଷତି ଲାଭ,
ରାକ୍ଷୀ ନୁହେଁ ସେତ ମମତାର ଡୋର
ରକ୍ଷା କବଚ ଭାଇ ଅଟେ ଭଉଣୀର,
ସୁଭଦ୍ରା ଗେହ୍ଲେଇ ଭାରି ସୁକୁମାରୀ
ଜଗା,ବଳିଆ ହାତେ ବାନ୍ଧନ୍ତି ଡୋରୀ,
ସୁଖେ ଦୁଃଖେ ଦୁହେଁ ସାକ୍ଷୀ ରୁହନ୍ତି
ଭଉଣୀକୁ ନେଇ ରଥେ ବୁଲନ୍ତି,
ବଳରାମ ଙ୍କ ଆଜି ଜନମ ତିଥି
ଶାସ୍ତ୍ରରେ ଏହାର ଅଛି ଟି ନୀତି,
ଗାଈ,ବଳଦ ଙ୍କୁ ପୂଜା କରନ୍ତି
ମଣ୍ଡା,ଏଣ୍ଡୁରି ଭୋଗ ଲଗାନ୍ତି,
ଆମ ସଂସ୍କୃତି ର ଏ ମହାନ ପର୍ବ
ଝୁଲଣ ଝୁଲନ୍ତି ରାଧା ମାଧବ,
ସତ୍ୟ ସନାତନ ଧର୍ମ ପରମ୍ପରା
ଓଡ଼ିଆ ସଂସ୍କୃତି ଅତି ନିଆରା,
ଜାତି,ଧର୍ମ ଭୁଲି ସର୍ବେ ପାଳନ୍ତି
ବିଶ୍ବାସ ରଜ୍ଜୁ ରେ ବନ୍ଧା ରୁହନ୍ତି ।
Comments
Post a Comment