*କୁହ ତୁମେ ଜହ୍ନ*
କୁହ ତୁମେ ଜହ୍ନ
କାହା ପ୍ରତିକ୍ଷା ରେ ଜାଗର ଜାଳୁଛ ଦିବାରାତ୍ରି
ତୁମର ଆଲୋକର ମସୃଣତାରେ ରଙ୍ଗୀନ ହୋଇ ଉଠିଛି ଶୃଙ୍ଗାରୀ ମନ
ତୁମର କରୁଣ କମନୀୟ ଭାବ
ଉଜାଣି ଯମୁନା କୁ କରିଛି ଉତ୍ସୃଙ୍ଖଳ
ଚାରିଆଡେ ବିଚ୍ଛୁରିତ ତୁମ ବିତପନ ଅପୂର୍ବ ସମ୍ଭାର।
କୁହ ତୁମେ ଜହ୍ନ
କାହାର ଦନ୍ଥରା ଜୀବନରେ
ଭରିଦେଇଛ ବର୍ଣ୍ଣିଳ ଆଭା
କାଳରାତ୍ରି ର ଅଟ୍ଟହାସ୍ୟ
ଅନନ୍ତ ବିସ୍ତୃତ ପଥେ
ଦୋଳାୟିତ ହୋଇଛି କ୍ଳାନ୍ତ ତନୁଲତା
ଝଟିକାର ତିବ୍ର ସୁରା ପିଇ ଭୁଲାଉଛି ମୃତ ଅତୀତ।
କୁହ ତୁମେ ଜହ୍ନ
କାହାର ଦିଦୃକ୍ଷାକୁ ତୋଳି ନେଇଛ ସ୍ବ ପାପୁଲିରେ
ତନୁମନଧନ,ମଣିମୁକୁଟ, ପାଟ ପୀତାମ୍ବର, ସ୍ବପ୍ନ ସିଂହାସନ
ନିମିଷେ ପାଇଛି ଖଦ୍ୟୋତି।
କୁହ ତୁମେ ଜହ୍ନ
ସତରେ କ'ଣ ଉଷସୀର ଉଷ୍ଣାଗମରେ ଦଳି ହୋଇଯାଇଛି ତୁମର ଆସ୍ପଦ?
ସେଇ ରକ୍ତକ୍ଷରା ଦୁଃଖ ର ରାତ୍ରୀ ବ୍ୟଥାର ସକାଳ ଭିଜେଇ ଦେଇଛି ନିଷ୍କଳଙ୍କ ପଦୁଅଁ ଆଖିକୁ??
ସତରେ ତୁମର କଳାକୌଶଳ,
ତୁମର ସୁଧା ଅନ୍ବେଷଣ ଗାଉଛି ପ୍ରାଣ ମଧୁ ରସ ଗୀତି
ବର୍ଷ ବର୍ଷ ଇତିହାସ ଧରି ଝରାଉଛି ଜୀବନ କବିତା
ଅନ୍ଧାରି ବଉଦ ତଳେ
ଆଖିରୁ ନିଦ ଚୋରେଇ
ପହଁରୁଛି ସମାଧିସ୍ଥ ଆତ୍ମା ର ସକଳ ଆଶା ଓ ପ୍ରତ୍ୟାଶା।।
Comments
Post a Comment