*ଶାରଦୀୟ ପାର୍ବଣେ*(ଶିଶୁ କବିତା)
ଶରଦ ଆକାଶେ ସାମିୟାନା ତଳେ
କାଶତଣ୍ଡୀ ଦୋଳି ଖେଳେ,
ଅପୂର୍ବ ସୁନ୍ଦର ଦୃଶ୍ୟରାଜି ତାର
ପାର୍ବଣର ଋତୁ ବେଳେ।
ଶୁଭ୍ର ବସନେ କାଶଦଣ୍ଡୀ ହସେ
ଶାନ୍ତିର ବାରତା ନେଇ,
ଦୁର୍ଗତିନାଶିନୀ ଆସ ଅବତରି
ପାପ ସବୁ ଦିଅ ଧୋଇ।
ହର୍ଷ ଆଲିଙ୍ଗନେ ଆତ୍ମା ଛନ୍ଦି ହୁଏ
ମାତ ତବ ଆଗମନେ,
ଅବତରି ନିଅ ଏ ଧରା ପୃଷ୍ଠରେ
ଶୁଣି ଦୁଃଖି ଦୁଃଖ କର୍ଣ୍ଣେ।
ଅଧର୍ମ ର କ୍ଷୟ ଧର୍ମର ରକ୍ଷକ
ବହିଅଛ ଯୁଗେ ଯୁଗେ
ସଙ୍କଟ ହାରିଣୀ ନାମ ଲଭିଅଛ
ମହିଷାମର୍ଦିନୀ ଦୁର୍ଗେ।
ଘଣ୍ଟ ,ମୃଦଙ୍ଗ, ହୁଳହୁଳି ଶଙ୍ଖେ
କରୁ ଆଦ୍ୟ ଆବାହନ,
ହିଂସା ,ଈର୍ଷା,ଦ୍ବେଷ,କପଟ କଳୁଷୁ
ସ୍ୱଚ୍ଛ ରଖ ପାପୀ ମନ।
ଓଁ କାର ଧ୍ବନି ତୋଳିଲା ଧରଣୀ
ହୁଅ ମାତ ଆବିର୍ଭାବ,
ଅସତ୍ୟ ଉପରେ ସତ୍ୟର ବିଜୟ
ଦେଖାଅ ଅବ ପରାଭବ।
ସ୍ନେହ ର ସିନ୍ଦୁରେ ମନର ମନ୍ଦିରେ
ସଜାଇଛୁ ଆଜ ମାତ,
ଭକ୍ତି ଅର୍ଘ୍ୟ ଦେଇ ନିଷ୍ଠାର ଅବିରେ
କରୁଅଛୁ ମାତ ସ୍ବାଗତ।
Comments
Post a Comment