ସାଧାରଣ ଜନ ଜୀବନର ସୁରକ୍ଷା ସରକାରଙ୍କର ମୂଖ୍ଯ କର୍ତ୍ତବ୍ୟ। ବାତ୍ଯା, ବନ୍ଯା, ଭୁମିକମ୍ପ ଏବଂ କରୋନା ଆଦି ମହାମାରୀ ପରି ପ୍ରାକୃତିକ ବିପଦ ସମୟରେ ନାଗରିକ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା, ବାହ୍ଯ ଆକ୍ରମଣ ସମୟରେ ସୁରକ୍ଷା ଦେବା ଏବଂ ମୂଖ୍ୟତଃ ନିତିଦିନିଆ ଜୀବନରେ ସାଧାରଣ ନାଗରିକ ମାନଙ୍କର ଧନ ଜୀବନର ରକ୍ଷା କରିବା ସହ ଶାନ୍ତି ସୋହାର୍ଦ୍ଦ୍ୟ ର ବାତାବରଣ ସୃଷ୍ଟି କରିବା ଦିଗରେ ସରକାରଙ୍କର ଭୂମିକା ସର୍ବୋପରି।
ବାହ୍ଯ ଆକ୍ରମଣରୁ ସୁରକ୍ଷା ପାଇଁ ଦୃଢ ସୈନ୍ଯବଳ, ଆନ୍ତରିକ ସୁରକ୍ଷା ପାଇଁ ପ୍ରଶିକ୍ଷିତ ପୋଲିସ , ପ୍ରାକୃତିକ ବିପର୍ଯ୍ୟୟରୁ ମୁକାବିଲା କରିବା ପାଇଁ ପର୍ଯ୍ୟାପ୍ତ ବ୍ଯବସ୍ଥା ଏବଂ ତତ୍ ସଂଲଗ୍ନ ସମୟୋପଯୋଗି ନୀତି ନିୟମ ପ୍ରଣୟନ କରି ସରକାର ସାଧାରଣ ଧନ ଜୀବନ ସୁରକ୍ଷା କ୍ଷେତ୍ରରେ ଅନବରତ ଚେଷ୍ଟା ଚଳାଇ ଆସିଛନ୍ତି।
କିନ୍ତୁ ତର୍କର ବିଷୟ ଯେ ସରକାର ଏ ସବୁ ଦିଗରେ କେତେ ସଫଳ ବା ବିଫଳ।
ବିଷୟର ପରିପ୍ରେକ୍ଷିରେ ଆନ୍ତରିକ ଶାନ୍ତି ଶୃଙ୍ଖଳା ,ସାଧାରଣ ଧନ ଜୀବନ ସୁରକ୍ଷା ଏବଂ ସମାଜରେ ସୁରକ୍ଷାର ବାତାବରଣ ସୃଷ୍ଟି କରିବାରେ ସରକାର କେତେଦୁର ସକ୍ଷମ ହେଇପାରିଛନ୍ତି ତାହର ତର୍ଜମା କରିବାର ଆବଶ୍ଯକତା ଅଛି।
ସାମାଜିକ ଦ୍ବନ୍ଦ, ସମାଜର ବିଭିନ୍ନ ବର୍ଗ ମାନଙ୍କ ଭିତରେ ଭେଦଭାବ, ଅର୍ଥନୈତିକ ତାରତ୍ଯମ, ଦାରିଦ୍ର୍ୟ, ବେରୋଯାଗାରି ଆଦି ସମସ୍ଯା ଆମର ସାମାଜିକ ମେରୁଦଣ୍ଡ କୁ ଦୋହଲାଇ ଦେଉଛି। ଫଳରେ ଯେତେ ସରକାରୀ ବ୍ଯବସ୍ଥା କଲେ ମଧ୍ଯ ସାଧାରଣ ଶାନ୍ତି ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଯାଉଛି।ଜନ ଜୀବନ ଅସରୁକ୍ଷିତ ହେଇଯାଉଛି।
କେବଳ ପୋଲିସ ଶକ୍ତି ପ୍ରୟୋଗ କରି ବା ଶକ୍ତ ନିୟମ ପ୍ରଣୟନ ଦ୍ବାରା ସମାସ୍ଯାର ସମ୍ପୁର୍ଣ ସମାଧାନ ବୋଧହୁଏ ସମ୍ଭବ ନୁହେଁ।
ସକାରାତ୍ମକ ରାଜନୀତି, ସାମାଜିକ ସମାନତା, ଆର୍ଥନୈତିକ ସୁରକ୍ଷା, ଉତ୍ତମ ଶିକ୍ଷା ଓ ସ୍ବାସ୍ଥ୍ୟର ବଳୟ ଭିତରେ ହିଁ ଜନ ଜୀବନର ସୁରକ୍ଷା ପ୍ରଦାନ କରାଯାଇ ପାରିବ।
କେବଳ ସରକାର ନୁହେଁ , ସାଧାରଣ ଜନଜୀବନର ସୁରକ୍ଷା ପାଇଁ ପ୍ରତ୍ଯକ ନାଗରିକ ଯତ୍ନମାନ ହେବାର ଆବଶ୍ଯକତା ଅଛି। ଧନ ଜୀବନର
ସୁରକ୍ଷା ହେତୁ ପର୍ଯ୍ୟାପ୍ତ ସରକାରି ବ୍ଯବସ୍ଥା ସହିତ ସମାଜରେ ସୁରକ୍ଷାର ବାତାବରଣ ସୃଷ୍ଟି କରିବା ଅପରିହାର୍ଯ୍ୟ।
Comments
Post a Comment