Skip to main content

ଜନ୍ ଜୀବନ ରକ୍ଷା କେମିତି ହୁଏ

ମନୁଷ୍ୟ ଜୀବନ ହେଉଛି ସବୁଠୁ ଦୁର୍ଲଭ ଜନମ। ସଂସାରରେ ସବୁ ଠୁ ଶ୍ରେଷ୍ଠ ପ୍ରାଣୀ। ତାହାର ଯଥୋଚିତ ସୁରକ୍ଷା ଦେଶ ପାଇଁ ନିହାତି ଆବଶ୍ୟକ। ତେଣୁ ସରକାର ମନୁଷ୍ୟ ଜୀବନ ସୁରକ୍ଷା ପାଇଁ ଦୃଢ ପଦକ୍ଷେପ ନେଉଛନ୍ତି।
ହଁ ସମସ୍ତେ କାଳର କରାଳ ରେ ନିଶ୍ଚୟ ବଶୀଭୂତ ହେବେ। ତଥାପି ପ୍ରାକୃତିକ ଦୁର୍ବିପାକ ଓ ସାମାଜିକ ବିଶୃଙ୍ଖଳା ପାଇଁ ବହୁତ ଜୀବନ ଅକାଳରେ ଝରି ପଡୁଛନ୍ତି। ଆଜିକାଲି ଗ୍ଲୋବାଲ ଓ୍ବାର୍ମିଙ୍ଗ ପାଇଁ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଉଛି।
ବନ୍ୟା, ବାତ୍ୟା,ମରୁଡି, ଭୂମିକମ୍ପ ଏମିତି ଅନେକ ଅଘଟଣ ଘଟି ଯାଉଛି। ଆମର ଏ ଯନ୍ତ୍ରଚାଳିତ ଯୁଗରେ କଳ କୌଶଳ ପାଇଁ ଆଗରୁ କଳନା କରି ସରକାର କିଛିଟା ସତର୍କତା ଅବଲମ୍ବନ କରି ପାରୁଛନ୍ତି।ଲୋକ ମାନଙ୍କୁ ଆଗରୁ ସତର୍କ କରି ଦିଆ ଯାଉଛି। ଯାହା ଫଳରେ ଅନେକ ଧନ, ଜୀବନ ରକ୍ଷା ହୋଇ ପାରୁଛି। ବିପର୍ଯ୍ୟୟ ର ପରବର୍ତ୍ତୀ ସମୟରେ ବି ଆଭ୍ୟନ୍ତରୀଣ ଓ ଦୁର୍ଗମ ଅଞ୍ଚଳରେ ମଧ୍ୟ ଲୋକମାନଙ୍କୁ ଜରୁରୀ ସାହାଯ୍ୟ ଯୋଗାଇ ଦିଆ ଯାଇ ପାରୁଛି। ପାଣିପାଗର ଆଗାମୀ ସୂଚନା ଦେଇ ସତର୍କ କରାଇ ଯାଇ ପାରୁଛି। ବିଭିନ୍ନ ଯାଗାରେ ବିଭିନ୍ନ ରିଲିଫ ପାଣ୍ଠି ର ସହାୟତା କରା ଯାଉଛି। ତ ଦ୍ବାରା ଦୁର୍ବିପାକ ଅଞ୍ଚଳରେ ଜନ ଜୀବନ ସୁରକ୍ଷା ହୋଇ ପାରୁଛି।
ଅନେକ ସମୟରେ ମହମରୀ ମଧ୍ୟ ଦେଶରେ ହଲଚଲ ସୃଷ୍ଟି କରିଦେଉଛି । ତା ପାଇଁ ଯଥା ସମୟରେ ଟୀକାକରଣ ଯୋଗେଇ ଦେଇଛନ୍ତି। 
ରୋଗ ପ୍ରତିରୋଧ ଔଷଧ , ଭିଟାମିନ ର ବହୁଳ ବ୍ୟବସ୍ଥା ହୋଇଛି।

ସରକାରଙ୍କ ପାଇଁ ସର୍ବ ପୁରାତନ ଏବଂ ସରଳ ନିତୀ ହଉଛି ନାଗରିକ ମାନଙ୍କୁ ହିଂସାକୁ ରକ୍ଷା କରିବା । ନାଗରିକ ମାନଙ୍କୁ ପରସ୍ପର ଠାରୁ ତଥା ବିଦେଶୀ ଶତ୍ରୁ ମାନଙ୍କ ଠାରୁ ରକ୍ଷା କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ବାସ୍ତବରେ ଯୁଦ୍ଧ ଓ ଅନେକ ବିଶୃଙ୍ଖଳା ପରିସ୍ଥିତି କୁ ବନ୍ଦ କରିବା ପାଇଁ ସୈନିକ(army) ଓ ପୋଲିସ ଙ୍କୁ କଡ଼ା ତାଲିମ୍ ପ୍ରଦାନ କରୁଛନ୍ତି। ଅନେକ ହିତୋପକାରୀ ଆଇନ ପ୍ରଣୟନ ମଧ୍ୟ କରୁଛନ୍ତି।

ମାନବ ସଂଯୋଗ ର ଅର୍ଥନୈତିକ ଭିତ୍ତିଭୂମି, ଶାରୀରିକ ଭ୍ରମଣ ର ମାଧ୍ୟମ ଯେପରିକି ସଡ଼କ, ବ୍ରିଜ, ସମସ୍ତ ପ୍ରକାର ବନ୍ଦର ,ବ୍ରଡବ୍ୟାଣ୍ଡ ପରି ଭର୍ଚୁଆଲ ଭ୍ରମଣ ର ସୁବିଧା କରୁଛନ୍ତି। ତଦ୍ୱାରା ଆକ୍ସିଡେଣ୍ଟ କି ଅନେକ ଯାତ୍ରା ଜନିତ ଅସୁବିଧାରୁ ଯାତ୍ରୀ ରକ୍ଷା ପାଇଁ ପାରୁଛନ୍ତି। ସରକାର ନାଗରାକ ଙ୍କର ନିଜ ସୁବିଧା ପାଇଁ ଯୁବକ, ପ୍ରୌଢ଼ାବସ୍ଥା, ଅସୁସ୍ଥତା, ଅକ୍ଷମତା , କୃଷି, ବେରୋଜଗାର ର ଦୁର୍ବଳ ଅବସ୍ଥା କୁ ଦୂର କରିବା ପାଇଁ ଅନେକ କଲ୍ୟାଣକାରୀ ଯୋଜନା,ବୀମା ଲାଗୁ କରିଛନ୍ତି। ତଦ୍ୱାରା ଚୋରୀ ଚକୋରୀ ,ଲୁଣ୍ଠନ ଆତ୍ମହତ୍ୟା ଏମିତି ଅନେକ ସମସ୍ୟା ନିୟନ୍ତ୍ରଣ କୁ ଅଣା ଯାଇ ପାରିଛି।ନାଗରିକ ମାନଙ୍କୁ ସାମାଜିକ ତଥା ଅର୍ଥନୈତିକ ଦୃଷ୍ଟିରୁ ସମୃଦ୍ଧ କରିବା ପାଇଁ ଅନେକ ପ୍ରତିଯୋଗୀତା ଭିତ୍ତିଭୂମି ପ୍ରଦାନ କରୁଛନ୍ତି।
ନାରୀ ସୁରକ୍ଷା, ଗର୍ଭବତୀ ନାରୀ ସୁରକ୍ଷା ତଥା ଜନନୀ ର ବିକଶତ ପାଇଁ ମଧ୍ୟ ଅନେକ ଆଇନ ଲାଗୁ କରିଛନ୍ତି। 
ଏହା ଦ୍ବାରା ସାମାଜିକ ସୁରକ୍ଷା କରିବାରେ ସାହାଯ୍ୟ ହୋଇପାରୁଛି।

ଆମ ସମ୍ବିଧାନରେ ତିନୋଟି କାରଣରୁ ଦେଶରେ ଆପାତକାଳୀନ ଜରୁରୀ ପରିସ୍ଥିତି ଘୋଷଣା କରିବାର ବ୍ୟବସ୍ଥା ଅଛି।ଗୋଟିଏ ହେଲା ବାହ୍ୟ ଶତୃ ଆକ୍ରମଣ, ଅନ୍ୟଟି ଆଭ୍ୟନ୍ତରୀଣ ଓ ତୃତୀୟ ଟି ହେଲା ଅର୍ଥନୈତିକ ବ୍ୟାପକ ଅସଫଳତା।
ତେଣୁ ସରକାରଙ୍କ ସହ ନିଜ ନିଜ ଜୀବନ ରେ ମଧ୍ୟ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ତାହେଲେ ଅମୂଲ୍ୟ ଜୀବନର ଅମୃତ ରସର ସ୍ବାଦ ଆମେ ପାଇ ପାରିବା।

Comments

Popular posts from this blog

ଅଳସୁଆ ଦୁଃଖ ପାଏ (ଶିଶୁ କବିତା )✓

ଅଳସୁଆ ଦୁଃଖ ପାଏ ସମୟ ହାତରେ ଘଣ୍ଟି, ଟିକ୍–ଟିକ୍ କରି କୁହେ  “ଉଠ, ଚାଲ, ସୃଷ୍ଟି କର।” କିନ୍ତୁ ଅଳସୁଆ ଶୋଇ ରହେ, ଚାଦରକୁ ଭାବେ ସ୍ଵପ୍ନର ରାଜ୍ୟ, କାରଣ ସେ ପ୍ରକୃତିର ନିୟମରୁ ବିପରୀତ କରିଥାଏ। ପ୍ରକୃତି କେବେ ଅଳସୁଆ ନୁହେଁ ସୂର୍ଯ୍ୟ ନିତ୍ୟ ଉଦୟ ହୁଏ, ନଦୀ ସଦା ବହେ, ଗଛ ସଦା ବୃଦ୍ଧି ପାଏ, ପକ୍ଷୀ ସଦା ପରିଶ୍ରମରେ ନୀଡ଼ ଗଢ଼େ।  ଯେପରି ବୀଜ ମାଟିରେ ପଡ଼ି ଶ୍ରମର ସ୍ନେହ ପାଇଲେ ଗଛରେ ପରିଣତ ହୁଏ, ତେଣୁ ମଣିଷର ଭାଗ୍ୟ କେବଳ କାର୍ଯ୍ୟରେ ପ୍ରସ୍ଫୁଟିତ। କାର୍ଯ୍ୟହୀନ ବୀଜ ଶୁଖିଯାଏ, ଜୀବନର କାଳୀନୀ କୌଣସି ଫଳ ଦିଏନାହିଁ। ଜୀବନ ହେଉଛି ଏକ ପ୍ରବାହମାନ ନଦୀ, ଯେଉଁଥିରେ ସମୟର ଝରଣା ନିରନ୍ତର ପ୍ରବାହିତ ହୋଇ ବହିଯାଏ। କର୍ମରେ ରହିଛି ଆନନ୍ଦ, ଶ୍ରମରେ ରହିଛି ସ୍ୱାଧୀନତା, ପରିଶ୍ରମରେ ହିଁ ମଣିଷ ନିଜ ଆତ୍ମାକୁ ଜୀବନ୍ତ କରିଥାଏ। ତତ୍ତ୍ୱ କୁହେ... କର୍ମ ହିଁ ଯଜ୍ଞ, ଶ୍ରମ ହିଁ ଧ୍ୟାନ, ପରିଶ୍ରମ ହିଁ ମୁକ୍ତିର ପଥ। କର୍ମଯୋଗୀ ସମୟ ସହିତ  ଏକତାରେ ସ୍ଵୟଂକୁ ଦେଖେ। ତା’ର ପାଇଁ ପ୍ରତ୍ୟେକ କ୍ଷଣ ହୁଏ ଅମୃତ, ପ୍ରତ୍ୟେକ କାର୍ଯ୍ୟ ହୁଏ ଉପାସନା। ଅଳସୁଆ ମନରେ ସ୍ୱପ୍ନ ଥାଏ, କିନ୍ତୁ ହାତ ଆଗକୁ ବଢ଼େନି, ଚକ୍ଷୁରେ ଆଶା ଭରିଥାଏ, କିନ୍ତୁ ପାଦେ ପାଦେ ମନ୍ଥରତାର ବେଡ଼ି। ତା’ର ହାତରେ ରହିଯାଏ କେବଳ  ଦୁଃଖର ଖାଲିପଣ ଓ ପଶ୍ଚାତ୍ତାପର ଲୁହ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ...

ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ”

“ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ” ମାନବ ଇତିହାସ ଅଗଣିତ ବଳିଦାନର ସାକ୍ଷୀ। କେହି ଦେଶ ପାଇଁ, କେହି ଧର୍ମ ପାଇଁ, କେହି ସତ୍ୟ ପାଇଁ ପ୍ରାଣ ଦେଇଥାନ୍ତି। କିନ୍ତୁ ପ୍ରକୃତି ପାଇଁ ପ୍ରାଣ ଆହୁତି ଦେବାର ଉଦାହରଣ ଅତ୍ୟନ୍ତ ଦୁର୍ଲଭ । ମାନବ ସଭ୍ୟତାର ଇତିହାସରେ କେତେକ ଏମିତି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ  ନିଜ ସ୍ଵାର୍ଥକୁ ତ୍ୟାଗ କରି ସାମୂହିକ ମୂଲ୍ୟବୋଧ ପାଇଁ ଜୀବନ ଦେଇଛନ୍ତି। ହିମାଳୟ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ପାଇଁ ଚିପକୋ ଆନ୍ଦୋଳନ ବିଷୟରେ ଅନେକ ଲୋକ ଜାଣନ୍ତି। କିନ୍ତୁ, ଏହାର ଶହ ଶହ ବର୍ଷ ପୂର୍ବରୁ, ରାଜସ୍ଥାନରେ ମଧ୍ୟ ଏକ ଚିପକୋ ଆନ୍ଦୋଳନ ହୋଇଥିଲା, ଯାହାର ଇତିହାସ ବହୁତ ସ୍ପର୍ଶକାତର। ଏଥିରେ ପରିବେଶ ରକ୍ଷା ପ୍ରତି ସଚେତନ ଅମୃତା ଦେବୀ ବିଶ୍ନୋଇଙ୍କ ସମେତ ୩୬୩ ଜଣ ଲୋକ ନିଜ ଜୀବନ ବଳିଦାନ ଦେଇଥିଲେ।ସରକାରଙ୍କର ମୁଣ୍ଡ ନୁଆଁଇ ଦେଇଥିଲେ।ବିଶ୍ନୋଇ ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ଗୁରୁ ଜମ୍ଭେଶ୍ୱର (ଜମ୍ଭୋଜୀ), ଯିଏ ୧୫ ଶତାବ୍ଦୀରେ ପ୍ରକୃତି ସୁରକ୍ଷାକୁ ଧର୍ମୀୟ କର୍ତ୍ତବ୍ୟ ଭାବରେ ସ୍ଥାପନ କରିଥିଲେ। ତାଙ୍କ ୨୯ ଟି ନିୟମ (ବିଶ୍-ନୋଇ)ରେ ସ୍ପଷ୍ଟ କରାଯାଇଥିଲା। ବିଶ୍ନୋଇ ସମ୍ପ୍ରଦାୟରେ ପ୍ରକୃତି ହେଉଛି ପରମେଶ୍ୱରଙ୍କ ପ୍ରତିରୂପ। ସେଠାରେ ପଶୁ, ପକ୍ଷୀ, ଗଛ, ମାଟି, ଜଳ ସବୁକୁ ପବିତ୍ର ମାନାଯାଏ। “ଗଛ କାଟିବା ପାପ, ପଶୁକୁ ହତ୍ୟା କରିବା ପାପ, ପ୍ରକୃତିକୁ ବିନାଶ କରିବା ମାନେ ମାନବତାକୁ...

ଟିକି ଟିକି ଫୁଲ ଆମେ✓

(ଟିକି ଟିକି ଫୁଲ ଆମେ) ଟିକି ଟିକି ଫୁଲ ଆମେ ଭାରତ ମାତାର ଖିଲି ଖିଲି ହସୁଥାଉ ନ ଥାଏ ଯେ ଡର ।। ଆମ ବାସ ଖେଳିଯାଏ ମୁଲକରୁ ମୁଲକ ଭାରତର ଅଟୁ ଆମେ ସୁକୋମଳ ପ୍ରତୀକ ।। ଟିକି ଟିକି ମନ ଆମ ଦିଅ ନାହିଁ ଦଳିରେ ସ୍ବର୍ଣ୍ଣ ଦେଶ ଗଢିଦେବୁ ତୋଳି ନିଅ ସ୍ନେହରେ।। ଟିକି ଟିକି ଶିଶୁ ଆମେ ଭାରତର ମଣି ଦୂର କରିବୁ ଅନ୍ଧାର ଆଲୋକକୁ କିଣି।। ଆମେ ଅଟୁ ଭବିଷ୍ୟତ ହୀରା ମୋତି ମାଣିକ ରଖିବୁ ଦେଶର ଟେକ ହୋଇ ଆମେ ନିର୍ଭୀକ ।। ଦେଶ ଜନନୀର ଲୁହ ପୋଛି ଦେବୁ ଆମେରେ ମାଆର ସୁରକ୍ଷା ଭାର ନେବୁ ଆମ କାନ୍ଧରେ ।। ଦରିଆ ବୁକୁରୁ ଆମେ ଖୋଜି ଦେବୁ ମୁକୁତା ସ୍ନେହ,ପ୍ରେମ, ଭକ୍ତି ଢାଳି ଦେବୁ ଶାନ୍ତି ବାର୍ତ୍ତା।। ଜ୍ଞାନର ଆଲୋକ ବାଣ୍ଟି ଯିବୁ ସତ୍ୟ ପଥରେ ଚିକିମିକି ଚମକିବୁ ଭାଇଚାରା ଡୋରରେ।। ରଙ୍ଗ ରଙ୍ଗୀନ ଫୁଲ ପରି ଗୁଣ ବିକଶିବ ଦିଗନ୍ତ ବିସ୍ତାରି ଆମ ନାମ ମହକିବ।। ଆମ ହାତେ ଦିଅ ଯେତେ ନୂଆ ରଙ୍ଗ ତୁଳିକା  ଆଙ୍କି ଦେବୁ ନବ ଛବି କେତେ ଭଳି ଭଳିକା ।। ସମୃଦ୍ଧ କରିବୁ ଭାଷା ବିଶ୍ୱେ ଯିବ ଚହଟି ହେଳା ନ କର ଆମକୁ ନିଅ କୋଳେ ସାଉଁଟି।। ଭାରତ ମାତାର ଅଟୁ ଗେହ୍ଲା ପୁଅ ଝିଅ କଳା, ସଂସ୍କୃତି ଐତିହ୍ୟ ରଖିବୁ ବଜାୟ।। ଅସୁମାରୀ ସ୍ବପ୍ନ ନେଇ ଦେଶକୁ ଗଢ଼ିବୁ ସୁସ୍ଥ, ଶାନ୍ତ ପରିବେଶ ଉଦ୍ଭବ କରିବୁ।। ଗାନ୍ଧୀ,ଚାଚା, ଶାସ୍ତ୍ରୀ,ପରି ମନୋଭାବ ନେଇ ଶୃଙ୍ଖଳ ବିଶ୍ବ ଗଢିବୁ ପ୍ରୀତି ରଙ୍ଗ ଦେଇ।। ମିଳିମିଶି ପ୍ରକୃତିର ରକ୍ଷା ଯେ କର...