ପୂଜା ଉପଲକ୍ଷେ ମୋ କବିତା
*ସ୍ବାଗତ ହେ ମା' ମୃଣ୍ମୟୀ..*
ଝିପି ଝିପି ବର୍ଷା ମାଗିଲା ମେଲାଣି
ଆଶିଣ ଆସିବ ବୋଲି,
କାଶତଣ୍ଡୀ ଆଜି ନଈପଠା ପରେ
ହସୁଅଛି ଖିଲି ଖିଲି।
ସବୁଜ ମେଖଳା ସୁଷମା ମଣ୍ଡିତ
ଆଜି ଏ ଧରଣୀ ରାଣୀ,
ଗଭା ସଜାଇଛି କାଶତଣ୍ଡୀ ଫୁଲେ
ଅତି ଜତନରେ ଆଣି।
ସ୍ବାଗତ ସ୍ବାଗତ ହେ ମା ମୃଣ୍ମୟୀ
କରୁଅଛୁ ଆବାହନ,
କାଶତଣ୍ଡୀ ଆଜ ଚାଉଁରୀ ସାଜିଛି
ଦେବୀ ଆଗମନେ ମନ।
ଏ ଶାରଦୀ ଲଗନେ ସ୍ଵତଃସ୍ପୃତ ମାତ
ଆସିଯାଅ ଧରା ଧାମେ,
ଚିନ୍ତା ଚେତନା ତନୁ ମନେ ଅଛ
ବିରାଜିତ ହୃଦ କୋଣେ।
ଆଦ୍ୟାଶକ୍ତି ମାଗୋ ମହିଷାମର୍ଦିନୀ
ଦୁଃଖ ବିନାଶିନି ମାତ,
କଳୁଷ କଳଙ୍କ ଦୂର କର ଦେବୀ
ହଉ ଜଗ ପଲ୍ଲବିତ।
ଭକତର ଭକ୍ତି ଗୁଞ୍ଜରିତ ହଉ ତବ
ହୃଦ କର୍ଣ୍ଣ ଗହ୍ୱରରେ,
ଅପରୂପ ଶକ୍ତି ଭରିଦେଉ ଶାନ୍ତି
ଏ ନିଷ୍ପ୍ରାଣ ଶରୀରରେ।
କରୁଛି ଦୟିନୀ ଶକ୍ତି ସ୍ଵରୁପିଣି
ଦୁଷ୍ଟ କୁ ବିନାଶ କର,
ଅକିଞ୍ଚନେ କୃପା ଦିଅ ବରଷାଇ
ଏତିକି ମାଗୁଣି ମୋର।
ମିନାକ୍ଷୀ ଦ୍ବିବେଦୀ
ନିଉ ଦିଲ୍ଲୀ
୭୯୭୮୦୮୨୮୩୪
Comments
Post a Comment