ଅଧା ଗଢା ହସ ଫୁଲ ଟିଏ,
ନୀଳ ଆକାଶରେ ଅସୀମ ଶ୍ରଦ୍ଧା
ତା'ର ପ୍ରାଣ ମଧୁ ଲହରୀ ରେ କିନ୍ତୁ ଅନେକ କୋଳାହଳ,ଅନେକ ପ୍ରଶ୍ନ
ଏବେ ତ ଖୋଲିଛି ଗର୍ଭାଶୟ,
ଚାରିଆଡେ ହଳାହଳ ବିଷ ସର୍ପ,
ଏଇ ଦରବୁଜା ଆଖି ଖୋଲିବାର ଚେଷ୍ଟା
ସତରେ.. କ'ଣ ସମ୍ଭବ..
ଆଖି ନଇଁ ଯାଏ କ୍ଷୋଭ,ହତାଶରେ
ଆଃ.. କି କଷ୍ଟ
ଦେଖି କି ପାରିବ ସେ ସବୁଜ ବନାନୀ ର ସବୁଜିମା..?
ଟପ୍ ଟପ୍ ହୋଇ ଝରି ପଡୁଛି ବୁନ୍ଦା ବୁନ୍ଦା ଅଶ୍ରୁ
ଆଜି ସେ ନିସ୍ତେଜ, କ୍ଲାନ୍ତ
ପ୍ରାଣର ପ୍ରତିଟି ସ୍ପନ୍ଦନ ଅସହାୟ, ମର୍ମାହତ,
ସମସ୍ତ ରଣ,କୌଶଳ ଶୂନ୍ୟତାର ଚାରି କାନ୍ଥରେ ନିଲୀନ, ବିଲୀନ
ଅବିବେକି ମଣିଷ ଛିନ୍ନ ଭିନ୍ନ କରିଛନ୍ତି ସମସ୍ତ ବୃନ୍ତ,ଡାଳ
ଅବଶୋଷ ତାର ଜନ୍ଜଜ ପତ୍ରିକା
ଆଃ.. ବୁଝେଇ ପାରନ୍ତା କି
ତୁମ ପରି ମୁଁ ବି ଶ୍ରେୟଃ,ଈଶ୍ୱର ରଚିତ
ଶେଷରେ ନିରବେଇ ଯାଏ ତାର ଶେଷ ସ୍ବପ୍ନ
ମଉଳିଯାଏ ହସ ଫୁଲ
ଅମାନୁଷ,ସ୍ବାର୍ଥରୋପି ମଣିଷର ସନ୍ଧି ଜାଲରେ ।
Comments
Post a Comment