*ଯୋଗଜନ୍ମା ନରେନ୍ଦ୍ର ମୋଦୀ*
ସମସ୍ତେ ଜିଣି ପାରନ୍ତିନି ରଣ,
ସମସ୍ତେ ଛୁଇଁ ପାରନ୍ତିନି ମନ
ହଁ ସେଇ ଯୋଗଜନ୍ମା,ଜନ୍ମେଜୟ ପୁରୁଷ
ସବୁରି ପ୍ରାଣରେ ଭରିଦେଲେ ଅମୃତର ରସ,
ସମସ୍ତଙ୍କ ଝୋଲିରେ ଖେଳିଗଲା ସ୍ନେହ,ମମତା,ଆନନ୍ଦର ସ୍ବଚ୍ଛ ଉତ୍ସ
ବସୁଧା ସହିଛି ଅଜସ୍ର କଷଣ,
ସକଳ ଜୀବନ ସଂପି କରାଇଲେ ମଧୁ ସୁଧା ପାନ,
ଶ୍ଳଥ ମୁଖେ ଖେଳିଗଲା ହର୍ଷ ଆକର୍ଷଣ।
ହେ ଯୋଗ୍ୟ ସନ୍ତାନ, ଦେଶର ମଉଡମଣି
ଧନ୍ୟ ତୁମ ଅମୃତ ସାଧନା,
ଗୋଟି ଗୋଟି ଦେଶ ବାସି ହୃଦ ସ୍ପନ୍ଦନ କରି ଜପାମାଳି
କିଣିନେଲ ସମସ୍ତଙ୍କ ଦୁଃଖ
ସହି ଅନେକ ଯାତନା।
ମା'ର ସିକ୍ତ ପଣତରୁ ଭୂମିରୁ ଭୂମା ଲମ୍ବିଗଲା କେତୋଟି ଦୀର୍ଘଶ୍ୱାସ,
ବାସ୍ ଆଉ ନୁହେଁ...
ନିଃସଙ୍ଗ,ନିଥର ବିବର୍ଣ୍ଣ ବସୁଧାରେ ଖେଳିଗଲା ମୃଦୁ ଗୁଞ୍ଜରଣ
ପ୍ରଜାପତିର ଡେଣାରେ ଶୀତଳ ଚନ୍ଦନ ଲେପି,ମିଷ୍ଟ ବାଣୀ ସିଞ୍ଚି
ଫୁଟାଇଲ ଶିଳା ପଦ୍ମ।
ଏ ବିକା କିଣା ଦେଶରେ ଶିଖାଇଲ ରକ୍ତର ସମ୍ପର୍କଠୁ ବି ବଡ ଭିଟାମାଟି ର ସମ୍ପର୍କ,
ଭାଇଚାରାର ସମ୍ପର୍କ।
ବଢେଇ ଦେଲ ଆକାଶ ଆଡେ ସୁଖ ନଟେଇର ଡୋର,
ସତ୍ୟ,ଧର୍ମ, ନ୍ୟାୟ ନୀତିର ତରାଜୁରେ
ଝଟକିଲା ଚେନାଏ ହସ ଉଷ୍ଣ ଆବେଗର ,ଉଷ୍ଣ ଆଶ୍ବସ୍ତିର।
ହେ ଶୌର୍ଯ୍ୟ,ବୀର୍ଯ୍ୟ,ଉଦାର
ପ୍ରଶାନ୍ତି ପୁରୁଷ,
ଜୀବର ବିଦଗ୍ଧ ପଥେ କଲ ଭାବର ପ୍ରସାର,
ସଭିଙ୍କୁ ପାଇଲ ଭଲ
କରି ସାଦରେ ଆଲିଙ୍ଗନ
ରବିତଳେ ଭରିଲ ବିଶ୍ବାସ,
ସ୍ବପ୍ନ କୁ କରି ସାକାର ରଚିଲ ଇତିହାସ।
ମହିୟସୀ ମାତୃ ତବ ଯା'ର କ୍ଷୀର ଭରିଦେଲା ମନେ ଦେଶ ସେବା,ଧର୍ମ,କର୍ମ ପ୍ରୀତି,
ଶତ ଶତ ଜନତାର ଅନ୍ତରେ ଖେଳିଗଲା ସାମ, ମଧୁ ରସ ଗୀତି
ଧନ୍ୟ ଧନ୍ୟ ତୁମେ ନରେନ୍ଦ୍ର ମୋଦୀ, ଅମୃତର ମୋତି
ତୁମେ ଅଟ ଅନ୍ଧକାରେ ଆଲୋକର ଜ୍ୟୋତି,
ଜୋଡ ହସ୍ତେ କରୁଛି ପ୍ରଣାମ ହେ ଭାରତ ସନ୍ତାନ,
ଧନ୍ୟ ତୁମ ବୀର ର ହୃଦୟ, ଧନ୍ୟ ତୁମ ରାଜନୀତି।
ମିନାକ୍ଷୀ ଦ୍ବିବେଦୀ
ନିଉ ଦିଲ୍ଲୀ
୭୯୭୮୦୮୨୮୩୪
Comments
Post a Comment