*ଉତ୍କଳ ଗୌରବ ଦ୍ରୌପଦୀ ମୁର୍ମୁ*
ସାନ୍ତାଳୀ ରାଣୀ,ଆମ "ଦୌପଦୀ ମୁର୍ମୁ"
ଉତ୍କଳ ର ଗୌରବ,
ନୁହଁନ୍ତି ଅବଳା, ନୁହଁନ୍ତି ଦୁର୍ବଳା
ଦେଖାଇଲେ ପରାଭବ।
ଆଦିବାସୀ ଙ୍କ ସେ କୋହିନୁର ହୀରା
ଓଡ଼ିଶା ମଉଡମଣି,
ପଞ୍ଚଦଶ ରାଷ୍ଟ୍ରପତି ସ୍ଥାନ ପାଇ
ରଚିଲେ ନିଜ କାହାଣୀ।
ବାଲ୍ୟାବସ୍ଥା ରୁ କୈଶୋର ଅବସ୍ଥା
ଥିଲା ଯେ ସଂଘର୍ଷ ମୟ,
ଦୃଢ଼ ଶକ୍ତି ନେଇ ଆଗକୁ ବଢିଲେ
ମନରେ ନ ରଖି ଭୟ।
ସ୍ବୟଂସିଦ୍ଧା ସେ ସ୍ବୟଂସଂପୂର୍ଣ୍ଣା
ଆଦର୍ଶ ର ପ୍ରତିମୂର୍ତ୍ତି,
କେତେ ଝଡଝଞ୍ଜା, ବାଧାବିଘ୍ନ ସହି
ବିସ୍ଥାପିଲେ ନିଜ କୀର୍ତ୍ତି।
ପଙ୍କରୁ ଉଦ୍ଭବ ପଦ୍ମଫୁଲ ସିଏ
ସିଞ୍ଚିଲେ ମହକ ବାରି,
ପୁରପଲ୍ଲୀ ରୁ ରାଜଧାନୀ ଦିଲ୍ଲୀ
କ୍ରାନ୍ତି ର ମଶାଲ ଧରି।
ମହାଭାରତର ଦୌପଦୀ ନୁହେଁ ସେ
ପଞ୍ଚପତି, କୃଷ୍ଣ ସାହା,
ଏ କଳି ଯୁଗରେ ଏକାକୀ ବଢିଲେ
ଧରି ସତ୍ୟ,ଶାନ୍ତି ରାହା।
ଓଡ଼ିଶାକୁ ସର୍ବେ ପଛୁଆ ଭାବିଲେ
ମୁରୁଖ ରାଇଜ ବୋଲି,
ମହାମହିମ ଆମ ଗରବ ରଖିଲେ
ବଢ଼ିଗଲା ଆମ ଶିରି।
ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ
ଯୋଗଜନ୍ମା ,ମହିୟସୀ,
ଅକ୍ଷୁର୍ଣ୍ଣ ରହୁ ଅମ୍ଳାନ ପ୍ରତିଭା
ହସି ଉଠୁ ଦେଶବାସୀ।
କଳିଯୁଗର ଯାଜ୍ଞସେନୀ ତୁମେ
ଚିର ବନ୍ଦନୀୟା ମାତ,
ସାଗରକୁ ମନ୍ଥି ପାଉଥାଅ ମୋତି
ଦେଶ ହଉ ପଲ୍ଲବୀତ।
ମିନାକ୍ଷୀ ଦ୍ବିବେଦୀ
ନିଉ ଦିଲ୍ଲୀ
୭୯୭୮୦୮୨୮୩୪
Comments
Post a Comment