*ନୀରବ ଅଭିମାନ*
ଜୀବନର ସ୍ବାଦ ସେ ଚାଖି ନଥିଲା
ମା'ର ଅନନ୍ତ ଗହ୍ୱରରୁ ତାର ଅନ୍ତରୀକ୍ଷ ଯାତ୍ରାର ସ୍ବପ୍ନ
କେତେବେଳେ ବାଟ ଭାଙ୍ଗି ଚାଲି ଯାଇଥିଲେ,
କିଛି ବୁଝିବା ପୂର୍ବରୁ ଚାରିଆଡ ଅନ୍ଧକାର,
ବାସ୍ତବ ପରିକଳ୍ପନା ର ଗହଳିରୁ ପାଇଲା ଛଦ୍ମବେଶୀ ଛଳନା,
ଜୋଡୁଥିଲା ସଂପର୍କ ଆଲୋକର ମସୃଣତାକୁ ଚୋରେଇ ଆଣି,
କିନ୍ତୁ ନିର୍ଲିପ୍ତ ଆକାଶକୁ ଛୁଇଁ ପାରିନଥିଲା,
ମାଟିର ମହକ ଶୁଙ୍ଘି ପାରିନଥିଲା,
ପାଇଲା ଆତ୍ମ ନିର୍ବାସନ ଭାଗ୍ୟର ଦ୍ୱାହି ଦେଇ
ଆଲୋକ ପରି ଆବୋରି ଥିଲା ସତ୍ୟତା,
କିନ୍ତୁ କ'ଣ ହେଲା ପରିଣାମ..?
ଫୁଲ ହୋଇ ଫୁଟିବା ପୂର୍ବରୁ
ଶୁନ୍ୟତା ରେ ପିଟି ହେଲା ତା ଭାଗ୍ୟ ଓ ଭବିଷ୍ୟ ,
ଧୋକା ଦିଆ ସମୟ ନିକୁଟେଇ ହସୁଥିଲା,
ନା କମ୍ପିଲା ଚୌହଦୀ,
ନା ଗର୍ଜିଲା ବାଦଲ,
କନ୍ୟା ହବା କ'ଣ ଏତେ ପାପ..??
ନୀରବ ଅଭିମାନ ଭରା ଶୂନ୍ୟ ପଞ୍ଜୁରୀ ରେ ଛଟପଟ ହେଉଥିଲା ତା ଅସ୍ତିତ୍ବ
ଅଣନିଃଶ୍ବାସୀ ଲାଗୁଥିଲା ମିଥ୍ୟା ପ୍ରରୋଚନାରେ..
ଦେବୀ ପ୍ରତି ଜଡ଼ିତ ନିଃଶ୍ୱାସ,ବିଶ୍ବାସରେ..
କେମିତି ଭୁଲି ଗଲେ ନିଜସ୍ଵ ଉତ୍ପତ୍ତି ଠିକଣା..?
ସବୁ ତ ଶେଷରେ ମୁଠାଏ ପାଉଁଶ..
ତଥାପି ଏତେ ପାତର ଅନ୍ତର ...
ଜାଣିନ କି ଏ ଗଢା ମାଂସ,ହାଡ଼ ତୁମରି ଦେୟ
ପାଦ ଟିକେ ଥୋଇବାକୁ ଭବିଷ୍ୟତ ଗଢୁ ଗଢୁ
ଲିଭିଗଲା ତାର ହାତରେଖା,
କଟିଗଲା ସବୁ ସଂପର୍କ,
ଏ କି ବିଡମ୍ବନା ସତେ..
ଦୋଷ କ'ଣ ତା ଭାଗ୍ୟର ...?
ନା ତା କର୍ମର...
ନା ସ୍ରଷ୍ଟାର ସୃଷ୍ଟି ର..?
ମିନାକ୍ଷୀ ଦ୍ବିବେଦୀ
ନିଉ ଦିଲ୍ଲୀ
୭୯୭୮୦୮୨୮୩୪
Comments
Post a Comment