*ନୂଆ ବରଷ*
ସମୟଟା କେବେ ଅଟକି ଯାଏନି
ଅବିରତ ଥାଏ ଧାଇଁ,
ଦିନ ପରେ ରାତି,ରାତି ପରେ ଦିନ
ଚକ ଘୁରେ ଘାଇଁ ଘାଇଁ।
କାହା ପାଇଁ କିଏ ଅଟକି ଯାଇନି
ଏହି ଭବ ଭୂମି ତଳେ,
ଆତ୍ମା ଯେ ଶରୀରୁ ଛାଡି ଚାଲିଯାଏ
ନୂଆ ସନ୍ଧାନର ଆଳେ।
ବର୍ଷ,ମାସ,ଦିନ ବିତି ଯାଇଅଛି
ଆସିଅଛି ନୂଆ ସକାଳ,
ସ୍ବାଗତ କରିବା ନୂଆ ବରଷ କୁ
ସାଙ୍ଗ,ସାଥୀ ହୋଇ ମେଳ।
ଏ ଶୁଭ ଲଗନେ,ଶୁଭ ମୁହୂର୍ତ୍ତ ରେ
କରିବା ଆମେ ଶପଥ,
ଦେଇ ଶ୍ରଦ୍ଧା,ପ୍ରୀତି,ଭାଇଚାରା ସ୍ପର୍ଶ
ଉଡ଼ାଇବା ଶାନ୍ତି ନେତ।
ନୂଆ ଆଶା,ନୂଆ ଉଦ୍ଦୀପନା ନେଇ
କଳ କଳ ଯିବା ବହି,
ସଭିଙ୍କ ମୁଖରେ ଫୁଟାଇବା ହସ
ବିଶ୍ବାସ,ଭରସା ଦେଇ।
ଆମେ ସବୁ ଶିଶୁ ଜ୍ୱଳନ୍ତ ତାରକା
ଅନ୍ଧାର ର ବତୀଘର,
ନାହିଁ ପଛଘୁଞ୍ଚା ଆମର ଜାତକେ
କରିବୁ ସ୍ବପ୍ନ ସାକାର।
ପ୍ରତି ବରଷରେ ନୂଆ ସ୍ମୃତି ନେଇ
ରଚିବୁ ଏକ ଇତିହାସ,
ଅଳୀକ ଜୀବନେ କର୍ମଯୋଗୀ ହୋଇ
ରଖିବୁ ଦେଶର ଯଶ।
Comments
Post a Comment