Skip to main content

*ଆଉ ଯେବେ ଆସ ବନ୍ଧୁ*

*ଆଉ ଯେବେ ଆସ ବନ୍ଧୁ*

ଆଉ ଯେବେ ଆସ ମୃତ୍ୟୁ
ସୂର୍ଯ୍ୟ ର ସୁନେଲୀ କିରଣ ରେ 
କି ଜହ୍ନର ରୂପେଲି ପରଦାରେ ଆସିବନି
ଏବେ ତ ମୁଣ୍ଡ ଟେକିଛି,ନିଦ  ଭାଙ୍ଗିଛି,
ବଞ୍ଚିବାର ଚେଷ୍ଟା ରେ ନିଜକୁ ପରଖୁଛି,
ଶଦ୍ଦଙ୍କ ମେଳରେ ସାରା ଦୁନିଆ ଦେଖୁଛି,
ଖରାବେଳେ ମୋର ସମୟ ନାହିଁ
ପୁଅ ପରା ସ୍କୁଲ ଯାଇଛି,
ଦି ମୁଠା ଚାଉଳ ଫୁଟଉଛି ପୁଅ ପାଇଁ,
ଦ୍ଵିତୀୟା ଜହ୍ନ ଟା ଧୀରେ ଧୀରେ ନିର୍ମଳ ଦିଶିଲାଣି ନୁଆଁଣିଆ ଚାଳ ଫାଟକରେ,
ତୁମେ ଆସନା ଏବେ
ସନ୍ଧ୍ୟା ଗଡ଼ି ଯାଉଛି,
ଗାଈଟା ଦେଖୁନ ହମ୍ବାଳୀ  ଛାଡିଲାଣି ଲୁଣ,ପେଜ ପାଇଁ,
ବଉଳ ଗଛଟା ମୁହଁ ଶୁଖେଇଛି

ଜାଣିଛ ବନ୍ଧୁ ଗ୍ରୀଷ୍ମ ଟା ଆଉ ମାପି ଚୁପି ଆସୁନି,
ଭାରି ବେଇମାନ , ନିର୍ଲଜିଆ ସେ
ଅସହ୍ୟ ବୈଶାଖୀ ରାତିଟା ଭାରି ଉଦ୍ଦଣ୍ଡୀ
ତା ମୁଖା ପିନ୍ଧା ପ୍ରେମ ଜାଲ ରେ ଛନ୍ଦି
ହୃଦୟକୁ ପୋଡ଼ି ଦେବ ତୁମର

ହଁ ବରଷାରେ ଭିଜି ଭିଜି ଆସିବନି 
ଭାରି ନଖରାମି ତାର,
ତା ମାର୍ମିକତାରେ 
ଓଦା କରିଦେବ ସାରା ଅସ୍ତିତ୍ବ 
ମୋନାଲିସା ହସ ପରି ରହସ୍ୟ ମୟ ହସ ତାର
କାଗଜ ଡଙ୍ଗା କରି ଭସେଇନେବ କଳା ଗୁମର ପାଣିରେ,

ଜାଣିଛ ବନ୍ଧୁ ଶୀତର ଶିଶିର 
ମର୍ଯ୍ୟାଦା ଲଂଘିଲାଣି,
ରେଶମୀ ପୋଷାକ ପିନ୍ଧେଇ
ତାର ଗୁପ୍ତ ଆଲିଙ୍ଗନ ରେ 
ଜଡ କରିଦେବ,
ତା ସମ୍ଭୋଗରେ ତୁମେ ବଳି ପଡିଯିବ, 
ଚିରି ଦେବ ତୁମ ନାଡି, ଅନ୍ତନାଡି

ହଁ ଆଉ ଯେବେ ଆସ ବନ୍ଧୁ
ବସନ୍ତର ବେସୁରା ରାଗିଣୀ ରେ ନୁହେଁ
ଆଜି ସେ ଭାରି ଆନମନା,
ତା ଲାଜରେ ଆଖି ରେ  କିଣିନେବ ତୁମକୁ
ଯୌବନର ଦର୍ପଣ ଦେଖେଇ
ଚରିଯିବ ତୁମ ନିଃଶ୍ବାସ, ପ୍ରଶ୍ବାସରେ,
ତୁମ ଜୀବନର ନିରିହ ବାସନାକୁ ଗିଳି ଦେବ ନିମିଷକେ,

ଏବେ ବିଲକୁଲ ଆସନା ବନ୍ଧୁ
ଆଜି ମୁଁ ଅନ୍ୟମନସ୍କା
ମୋ ପିଠିରେ ଲାଉ ହେଇ କର୍ତ୍ତବ୍ୟ ଘୁରି ବୁଲୁଛି ଚଉଦିଗ,
ସାତତାଳ ପଙ୍କରୁ ପଦ୍ମ ଫୁଟେଇବାର ବେଳ ଏବେ ,
ଖୋଲା ଆଖିରେ ସ୍ବପ୍ନ ସାର୍ଥକ କରିବାର ଅଛି,

ଟିକିଏ ସ୍ଥିର ଧର
ତୁମର ମଧୁରତା ରେ ମୁଁ ବି ମଗ୍ନ,
କିନ୍ତୁ ଏବେ ତ ସମୟ ନାହିଁ
ସମୟ ଆସିଲେ ଗାଣିତିକ ସୁତ୍ରରେ ଧୀରେ ଧୀରେ ଆଉଜେଇ ନେବି ତୁମକୁ
ସେତେବେଳେ କେବଳ ତୁମେ ଥିବ ଆଉ ମୁଁ,
ଆଉ ଥିବ ଆମର ମିଳନାନ୍ତକ ପ୍ରତିଶୃତି।

Comments

Popular posts from this blog

ଅଳସୁଆ ଦୁଃଖ ପାଏ (ଶିଶୁ କବିତା )✓

ଅଳସୁଆ ଦୁଃଖ ପାଏ ସମୟ ହାତରେ ଘଣ୍ଟି, ଟିକ୍–ଟିକ୍ କରି କୁହେ  “ଉଠ, ଚାଲ, ସୃଷ୍ଟି କର।” କିନ୍ତୁ ଅଳସୁଆ ଶୋଇ ରହେ, ଚାଦରକୁ ଭାବେ ସ୍ଵପ୍ନର ରାଜ୍ୟ, କାରଣ ସେ ପ୍ରକୃତିର ନିୟମରୁ ବିପରୀତ କରିଥାଏ। ପ୍ରକୃତି କେବେ ଅଳସୁଆ ନୁହେଁ ସୂର୍ଯ୍ୟ ନିତ୍ୟ ଉଦୟ ହୁଏ, ନଦୀ ସଦା ବହେ, ଗଛ ସଦା ବୃଦ୍ଧି ପାଏ, ପକ୍ଷୀ ସଦା ପରିଶ୍ରମରେ ନୀଡ଼ ଗଢ଼େ।  ଯେପରି ବୀଜ ମାଟିରେ ପଡ଼ି ଶ୍ରମର ସ୍ନେହ ପାଇଲେ ଗଛରେ ପରିଣତ ହୁଏ, ତେଣୁ ମଣିଷର ଭାଗ୍ୟ କେବଳ କାର୍ଯ୍ୟରେ ପ୍ରସ୍ଫୁଟିତ। କାର୍ଯ୍ୟହୀନ ବୀଜ ଶୁଖିଯାଏ, ଜୀବନର କାଳୀନୀ କୌଣସି ଫଳ ଦିଏନାହିଁ। ଜୀବନ ହେଉଛି ଏକ ପ୍ରବାହମାନ ନଦୀ, ଯେଉଁଥିରେ ସମୟର ଝରଣା ନିରନ୍ତର ପ୍ରବାହିତ ହୋଇ ବହିଯାଏ। କର୍ମରେ ରହିଛି ଆନନ୍ଦ, ଶ୍ରମରେ ରହିଛି ସ୍ୱାଧୀନତା, ପରିଶ୍ରମରେ ହିଁ ମଣିଷ ନିଜ ଆତ୍ମାକୁ ଜୀବନ୍ତ କରିଥାଏ। ତତ୍ତ୍ୱ କୁହେ... କର୍ମ ହିଁ ଯଜ୍ଞ, ଶ୍ରମ ହିଁ ଧ୍ୟାନ, ପରିଶ୍ରମ ହିଁ ମୁକ୍ତିର ପଥ। କର୍ମଯୋଗୀ ସମୟ ସହିତ  ଏକତାରେ ସ୍ଵୟଂକୁ ଦେଖେ। ତା’ର ପାଇଁ ପ୍ରତ୍ୟେକ କ୍ଷଣ ହୁଏ ଅମୃତ, ପ୍ରତ୍ୟେକ କାର୍ଯ୍ୟ ହୁଏ ଉପାସନା। ଅଳସୁଆ ମନରେ ସ୍ୱପ୍ନ ଥାଏ, କିନ୍ତୁ ହାତ ଆଗକୁ ବଢ଼େନି, ଚକ୍ଷୁରେ ଆଶା ଭରିଥାଏ, କିନ୍ତୁ ପାଦେ ପାଦେ ମନ୍ଥରତାର ବେଡ଼ି। ତା’ର ହାତରେ ରହିଯାଏ କେବଳ  ଦୁଃଖର ଖାଲିପଣ ଓ ପଶ୍ଚାତ୍ତାପର ଲୁହ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ...

ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ”

“ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ” ମାନବ ଇତିହାସ ଅଗଣିତ ବଳିଦାନର ସାକ୍ଷୀ। କେହି ଦେଶ ପାଇଁ, କେହି ଧର୍ମ ପାଇଁ, କେହି ସତ୍ୟ ପାଇଁ ପ୍ରାଣ ଦେଇଥାନ୍ତି। କିନ୍ତୁ ପ୍ରକୃତି ପାଇଁ ପ୍ରାଣ ଆହୁତି ଦେବାର ଉଦାହରଣ ଅତ୍ୟନ୍ତ ଦୁର୍ଲଭ । ମାନବ ସଭ୍ୟତାର ଇତିହାସରେ କେତେକ ଏମିତି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ  ନିଜ ସ୍ଵାର୍ଥକୁ ତ୍ୟାଗ କରି ସାମୂହିକ ମୂଲ୍ୟବୋଧ ପାଇଁ ଜୀବନ ଦେଇଛନ୍ତି। ହିମାଳୟ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ପାଇଁ ଚିପକୋ ଆନ୍ଦୋଳନ ବିଷୟରେ ଅନେକ ଲୋକ ଜାଣନ୍ତି। କିନ୍ତୁ, ଏହାର ଶହ ଶହ ବର୍ଷ ପୂର୍ବରୁ, ରାଜସ୍ଥାନରେ ମଧ୍ୟ ଏକ ଚିପକୋ ଆନ୍ଦୋଳନ ହୋଇଥିଲା, ଯାହାର ଇତିହାସ ବହୁତ ସ୍ପର୍ଶକାତର। ଏଥିରେ ପରିବେଶ ରକ୍ଷା ପ୍ରତି ସଚେତନ ଅମୃତା ଦେବୀ ବିଶ୍ନୋଇଙ୍କ ସମେତ ୩୬୩ ଜଣ ଲୋକ ନିଜ ଜୀବନ ବଳିଦାନ ଦେଇଥିଲେ।ସରକାରଙ୍କର ମୁଣ୍ଡ ନୁଆଁଇ ଦେଇଥିଲେ।ବିଶ୍ନୋଇ ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ଗୁରୁ ଜମ୍ଭେଶ୍ୱର (ଜମ୍ଭୋଜୀ), ଯିଏ ୧୫ ଶତାବ୍ଦୀରେ ପ୍ରକୃତି ସୁରକ୍ଷାକୁ ଧର୍ମୀୟ କର୍ତ୍ତବ୍ୟ ଭାବରେ ସ୍ଥାପନ କରିଥିଲେ। ତାଙ୍କ ୨୯ ଟି ନିୟମ (ବିଶ୍-ନୋଇ)ରେ ସ୍ପଷ୍ଟ କରାଯାଇଥିଲା। ବିଶ୍ନୋଇ ସମ୍ପ୍ରଦାୟରେ ପ୍ରକୃତି ହେଉଛି ପରମେଶ୍ୱରଙ୍କ ପ୍ରତିରୂପ। ସେଠାରେ ପଶୁ, ପକ୍ଷୀ, ଗଛ, ମାଟି, ଜଳ ସବୁକୁ ପବିତ୍ର ମାନାଯାଏ। “ଗଛ କାଟିବା ପାପ, ପଶୁକୁ ହତ୍ୟା କରିବା ପାପ, ପ୍ରକୃତିକୁ ବିନାଶ କରିବା ମାନେ ମାନବତାକୁ...

ଟିକି ଟିକି ଫୁଲ ଆମେ✓

(ଟିକି ଟିକି ଫୁଲ ଆମେ) ଟିକି ଟିକି ଫୁଲ ଆମେ ଭାରତ ମାତାର ଖିଲି ଖିଲି ହସୁଥାଉ ନ ଥାଏ ଯେ ଡର ।। ଆମ ବାସ ଖେଳିଯାଏ ମୁଲକରୁ ମୁଲକ ଭାରତର ଅଟୁ ଆମେ ସୁକୋମଳ ପ୍ରତୀକ ।। ଟିକି ଟିକି ମନ ଆମ ଦିଅ ନାହିଁ ଦଳିରେ ସ୍ବର୍ଣ୍ଣ ଦେଶ ଗଢିଦେବୁ ତୋଳି ନିଅ ସ୍ନେହରେ।। ଟିକି ଟିକି ଶିଶୁ ଆମେ ଭାରତର ମଣି ଦୂର କରିବୁ ଅନ୍ଧାର ଆଲୋକକୁ କିଣି।। ଆମେ ଅଟୁ ଭବିଷ୍ୟତ ହୀରା ମୋତି ମାଣିକ ରଖିବୁ ଦେଶର ଟେକ ହୋଇ ଆମେ ନିର୍ଭୀକ ।। ଦେଶ ଜନନୀର ଲୁହ ପୋଛି ଦେବୁ ଆମେରେ ମାଆର ସୁରକ୍ଷା ଭାର ନେବୁ ଆମ କାନ୍ଧରେ ।। ଦରିଆ ବୁକୁରୁ ଆମେ ଖୋଜି ଦେବୁ ମୁକୁତା ସ୍ନେହ,ପ୍ରେମ, ଭକ୍ତି ଢାଳି ଦେବୁ ଶାନ୍ତି ବାର୍ତ୍ତା।। ଜ୍ଞାନର ଆଲୋକ ବାଣ୍ଟି ଯିବୁ ସତ୍ୟ ପଥରେ ଚିକିମିକି ଚମକିବୁ ଭାଇଚାରା ଡୋରରେ।। ରଙ୍ଗ ରଙ୍ଗୀନ ଫୁଲ ପରି ଗୁଣ ବିକଶିବ ଦିଗନ୍ତ ବିସ୍ତାରି ଆମ ନାମ ମହକିବ।। ଆମ ହାତେ ଦିଅ ଯେତେ ନୂଆ ରଙ୍ଗ ତୁଳିକା  ଆଙ୍କି ଦେବୁ ନବ ଛବି କେତେ ଭଳି ଭଳିକା ।। ସମୃଦ୍ଧ କରିବୁ ଭାଷା ବିଶ୍ୱେ ଯିବ ଚହଟି ହେଳା ନ କର ଆମକୁ ନିଅ କୋଳେ ସାଉଁଟି।। ଭାରତ ମାତାର ଅଟୁ ଗେହ୍ଲା ପୁଅ ଝିଅ କଳା, ସଂସ୍କୃତି ଐତିହ୍ୟ ରଖିବୁ ବଜାୟ।। ଅସୁମାରୀ ସ୍ବପ୍ନ ନେଇ ଦେଶକୁ ଗଢ଼ିବୁ ସୁସ୍ଥ, ଶାନ୍ତ ପରିବେଶ ଉଦ୍ଭବ କରିବୁ।। ଗାନ୍ଧୀ,ଚାଚା, ଶାସ୍ତ୍ରୀ,ପରି ମନୋଭାବ ନେଇ ଶୃଙ୍ଖଳ ବିଶ୍ବ ଗଢିବୁ ପ୍ରୀତି ରଙ୍ଗ ଦେଇ।। ମିଳିମିଶି ପ୍ରକୃତିର ରକ୍ଷା ଯେ କର...