*ପ୍ରଭାତ ର ଆଗମନେ*✓
ଆସ ପିଲେ ଆସ ପାହିଲା ରଜନୀ
କର ସୂର୍ଯ୍ୟ ନମସ୍କାର,
ଧରଣୀ ମାତା ଯେ ସୁନ୍ଦର ଦିଶଇ
ପାଇଁ ସ୍ପର୍ଶ ସକାଳର।
ପକ୍ଷୀ ଗଲେ ଉଡ଼ି ନିଜ ନୀଡ଼ ଛାଡି
ଖାଦ୍ୟର ସଂଧାନ ପାଇଁ,
ପିଲାଙ୍କୁ ଦେବେ ଆହାର ଗଣ୍ଡିଏ
ଖରା, ବର୍ଷା ଡର ନାହିଁ।
ଢୋଲ ,ମୃଦଙ୍ଗ,ବେଦମନ୍ତ୍ର ପାଠ
ଶୁଭୁଛି ମନ୍ଦିର କୋଣେ,
ତେଜି ଆଳସ୍ୟ ହୋଇ ହସ ହସ
କର୍ମ କର ଶୁଦ୍ଧ ମନେ।
ରବି ସମ ତୁମେ ହୁଅ ତେଜିୟାନ
ଚାଲ ସତ୍ୟ ପଥ ପରେ,
ଲୋଭ,ମୋହ,ମାୟା ନ କରୁ ଆଚ୍ଛନ୍ନ
ସଫଳତା ଛୁଉଁ ଶିରେ।
ତୁମେ ଅଟ ଶିଶୁ ଅମୃତ ସନ୍ତାନ
ସ୍ପନ୍ଦନ ଏ ବସୁଧାର,
ଫୁଲଟିଏ ପରି ବିତର ମହକ
ଅନ୍ଧକାର କର ଦୂର।
Comments
Post a Comment