*ରାତ୍ରୀର ଅବସାଦ*
ବିଜନ ବେଳାରେ ନିଶି ତା ବୁକୁ ରେ
ଲେଖୁଛି ଜୀବନ ଗିତି,
ରିକ୍ତ ମନ ତାର ସିକ୍ତ ହୋଇଛି
ସମୟ ଯାଉଛି ବିତି।
ଅନ୍ଧାରୀ ଗୁମ୍ଫାରେ ଶୂନଶାନ ପଥେ
ସାନ୍ତ୍ଵନା ର ଜଉଘରେ,
ନିରୋଳା ରେ ବସି ସନ୍ଧି କରିଛି
ଜ୍ୟୋସ୍ନା ଭିଜା ପଣତରେ।
କ୍ଳାନ୍ତି ର ପଥେ ଶ୍ୟାମଳୀ ରଜନୀ
ଖୋଜେ ପ୍ରିୟତମ ସ୍ପର୍ଶ,
କୁମୁଦିନୀ କିନ୍ତୁ ଚୋରେଇ ନେଇଛି
ଚନ୍ଦ୍ରମାର ମୃଦୁ ହର୍ଷ।
ଅନ୍ୟାୟ,ଅଧର୍ମ,ଅସତ୍ୟ ରଜ୍ଜୁ ରେ
ରାତ୍ରୀ ପଡ଼ିଛି ବନ୍ଧା,
କାମନା,ବାସନା,ନିର୍ଲଜ ଭାବନା
ସଭିଏଁ ମେଣ୍ଟାନ୍ତି କ୍ଷୁଧା।
ବିଲୁଆ ଛାଡଇ ହୁକେ ହୋ ରଡି
ପ୍ରେତାତ୍ମା ଦେଖାଏ ନାଟ,
ଶ୍ବାନ,ଶୃଗାଳ ର ବିକଟାଳ ଶଦ୍ଦେ
ଡରେ ଆତ୍ମା ଛାଡେ ଘଟ।
ରାତ୍ରୀ ଆଜି ନିଜ ଶରୀର ଦେଖୁଛି
ପାଉନାହିଁ ତାର ଛବି,
ମାନ,ଅଭିମାନ,ଲୁହ,କ୍ଷତ ଚିହ୍ନ
ଅନ୍ଧାରେ ଯାଉଛି ଡୁବି।
ଜହ୍ନ ର କଳଙ୍କେ ଅଭିସାରେ ଲିପ୍ତ
ଅସଂଖ୍ୟ ଓଥରା ଅଳନ୍ଧୁ,
ଆଜନ୍ମ ଅନ୍ଧାର ଆବୋରି ନେଇଛି
ତନ୍ଦ୍ରାକୁ କରିଛି ବନ୍ଧୁ।
କଅଁଳ ଉଶ୍ୱାସେ ଶୀତଳ ଚନ୍ଦନେ
ହାରିବ ସଭିଙ୍କ କଷ୍ଟ,
ଉଆଁସୀ ଛାତିରେ ଲହଡ଼ି ଭାଙ୍ଗିବ
ମିଟାଇବ ସବୁ ରିଷ୍ଟ।
Comments
Post a Comment