*ଆଃ କବିଟିଏ ହୋଇଥାନ୍ତି କି..!!*
ଆଃ ମୁଁ କବିଟିଏ ହୋଇଥାନ୍ତି କି
ସରଗରୁ ଚାନ୍ଦ ଟିଏ ତୋଳି
ମୋ ଅଗଣାରେ ଫୁଟେଇ ପାରି ଥାନ୍ତି,
ମଲାପରେ ବି କିଣି ନେଇଥାନ୍ତି ସମଗ୍ର ଅସ୍ତିତ୍ବ,
ଶାମୁକା ପେଟରୁ ସମଗ୍ର ଆୟୁଷ ମୁଠେଇ
ଖେଳୁଥାନ୍ତି ଛକି ଶୂନ ଖେଳ ଆପଣାତ୍ବ ମହକ ଭରି,
ସାତ ତାଳ ପଙ୍କରୁ ମୁକ୍ତା ଖୋଜି
ଦେଇଥାନ୍ତି ତାର ପରିଚୟ,
ନିର୍ଜନ ନଈବନ୍ଧ ରେ ହଜି ଯାଇଥିବା
ପାଣ୍ଡୁଲିପି କୁ ପୋଥି କରି ଦୁର୍ମୁଲ୍ୟ ଉପହାର ଦେଇ ସଜେଇ ରଖିଥାନ୍ତି ହୃଦୟ ଗହନ କାନନରେ,
କିଛି ବାଣୀ ଉଚ୍ଚାରିତ କରି
ସମଗ୍ର ବିଶ୍ୱର ତୃଷ୍ଣ ଓଷ୍ଠଧାରରେ ଖଞ୍ଜି ଦେଇଥାନ୍ତି ପ୍ରବାଳଦ୍ୱୀପ ର ମଥାମଣି,
ସତରେ କବି ହେବା କ'ଣ ସହଜ..ନା.. ଭାଗ୍ୟ ?
କୋଟି କୋଟି ସ୍ପନ୍ଦନ କୁ ଯପାମାଳି କରି ଆତ୍ମାର ଶତଦଳରେ କୈବଲ୍ୟ ଖୋଜିବା ଏକ ସାଧନା,
ସ୍ବପ୍ନ ଆଉ କଳ୍ପନାର କଳ୍ପବଟ ରେ ରଙ୍ଗ ଭରି ଶବ୍ଦ ଚଢେଇର ଡେଣାରେ ଉଡାଣ ଭରିବା ଏକ ତପସ୍ୟା,
ସେଇ ରାତି ପାହାନ୍ତା କବି ଭାବନା
ଧୀରେ ଧୀରେ ସକାଳ ଆକାଶର କୁଆଁ ତାରା ପରି ଅନ୍ତର୍ଦ୍ଧାନ ହୋଇ ଯାଇଛି ଉଦାସୀନ ଆକାଶର କରୁଣ ଆଖି ରେ,
ସମସ୍ତ ଶଦ୍ଦ ଡବ ଡବ ହୋଇ ଫୁଟୁଛନ୍ତି ନିରୀହ,କାତର୍ଯ୍ୟ ର ଭଗ୍ନ ବିଶ୍ବାସରେ,
ଶଦ୍ଦ ଲହରୀ ରେ ଭାସି ଭାସି ପହଞ୍ଚି ଯାଇଛି କୋଉ ଏକ ଅପନ୍ତରା ଯାଗାରେ
ଯୋଉଠି ବର୍ଷା, ବସନ୍ତ,ବୈଶାଖ ସବୁ ଏକାପରି,
ଶେଷରେ ପଡ଼ିଯାଇଛି କବିତାରେ ପୂର୍ଣ୍ଣଛେଦ ଭୋକିଲା ପେଟରେ ଉକୁଚୁଥିବା ହଳାହଳ ବିଷରେ,
ମୁହୁର୍ତ୍ତର ଖୁଣ୍ଟିରେ ବେଙ୍ଗଳା ପଡ଼ି ଯାଇଛି ସବୁ ଅଭିଳାଷା,
ଶେଷରେ କବି ହେବାର ନିଶା ନୈତିକତାର ଜାଲରେ ଫାଶି ପାଉଛି ଜୀବନର ଆବର୍ତ୍ତନ ର ନିକଳପ ଫନ୍ଦି ରେ।
Comments
Post a Comment