*କରୁଣ ବିଳାପ*✓
ଥାଆନ୍ତା କି ଯଦି ବିହଙ୍ଗ ପକ୍ଷ
ଉଡି ଯାଆନ୍ତି ମୁଁ ଆକାଶ ବକ୍ଷ
ଦେଖନ୍ତି ମୁଁ ସୂର୍ଯ୍ୟ,ଚନ୍ଦ୍ର ରୋଷଣୀ
ତାରା ସଙ୍ଗେ ମିଶି ରଚି କାହାଣୀ
ପରି ରାଇଜେ କରି ପରିକ୍ରମା
ସୁନ୍ଦର ସୃଷ୍ଟିର ଚାରୁ ଉପମା
ହେନା,କେତକୀ ଫୁଲ ପାରିଜାତ
ଦେଖି ମନ ମୋର ହୁଅନ୍ତା ତୃପ୍ତ
ଇନ୍ଦ୍ର,କୁବେର ସର୍ବ ଦେବାଦେବୀ
ଭକ୍ତି ଭାବନା ମନେ ରଖି ସେବି
ପଚାରନ୍ତି ମୋ ପିତାମାତା କଥା
ଦୂର କରନ୍ତେ ଯେତେ ଅଛି ବ୍ୟଥା
ମୁଁ ଛାର ଶିଶୁ କରିଛି କି ପାପ
କାହିଁ ଦେଲ ପ୍ରଭୁ ଏତେ ଅଭିଶାପ
ଜଗତେ ସର୍ବେ ଯେତେ ସ୍ବେଚ୍ଛାଚାରୀ
ବିଶ୍ବାସ,ଭରସା କରନ୍ତି ଚୋରୀ
ମାତାପିତା ଛଡ଼ା ନୁହେଁ କେ' ନିଜର
ଲୋଭ,ମାୟାରେ ସର୍ବେ ସ୍ଵାର୍ଥପର
ତୁମ ବିନା ପ୍ରଭୁ ପତ୍ର ନ ହଲଇ
ପିତାମାତା ନେଲ କାଇଁ ଯେ ଛଡ଼ାଇ
ଥିଲି ମୁଁ ତାଙ୍କର ହୃଦ ଗଳାହାର
ସହି ନପାରି,ହେଲ ଯେ କଠୋର
ନିଃସଙ୍ଗ ଜୀବନେ ତୁମେ ହିଁ ସାହାରା
ନେଇଯାଅ ପାଶେ ହେଉଛି ନେହୁରା
କରିବି ସେବା ତୁମ ମନ ଜାଣି
ମାତାପିତା ପାଇ ହେବି ମୁଁ ଋଣୀ
ସକଳ ସର୍ଜନା ଜ୍ୟୋତି ପ୍ରଦାୟକ
ଏ ବାଚାଳ ମନୁ ଦୂର କର ଶୋକ
ତୁମେ ହିଁ ମୋର ଆଶାର ଆଲୋକ
ଦେଇଦିଅ ପ୍ରଭୁ ବିହଙ୍ଗ ସମ ପଂଖ।
Comments
Post a Comment