Skip to main content

ମୁଁ...କଟକ...

*ମୁଁ....କଟକ*

ଛାତି ଫୁଲେଇ ବାଟ ଚାଲୁ ଚାଲୁ
ଜଣେ ବାଟୋଇ ପଚାରିଲେ
କିଏ ତୁମେ ବନ୍ଧୁ...?
କ'ଣ ତୁମ ପରିଚୟ?

ମୁଁ ଗର୍ବରେ କହିଲି
ମୁଁ.... ମୁଁ ହଉଛି
ଧବଳ ଟଗର , କଟକ ନଗର
ମୁଁ ସେଇ ହଜାର ବର୍ଷ ର ପୁରୁଣା ସହର।

ହଁ... ମୁଁ ଟିକେ ଅଧିକ ପରିଚିତ...
ଚକ୍ ମକ୍ ନିଅନ୍ ଲାଇଟିରେ
ଭାସି ଆସୁଥିବା ମାଇକ ପଛରେ 
ଭସାଣୀ ର ଆନନ୍ଦ 
ଆନ୍ଦୋଳନ ର ସ୍ପନ୍ଦନଶୀଳ ସହର,
ପ୍ରାକ୍ ଐତିହାସିକ ବାରବାଟୀ ଦୂର୍ଗ
ଦର୍ଶାଏ କଳିଙ୍ଗ ବୀରତ୍ବ,
ସକାଳ ପବନ ରେ,ଜିକି ଜିକି ଡିବିରି
ଆଲୁଅରେ ପ୍ରସ୍ଥ ପ୍ରସ୍ଥ ଖୋଲିଯାଏ
ଭାଇଚାରା ର ସଂପର୍କ,
ରେଳ ଇଞ୍ଜିନର ଲମ୍ବିଥିବା କାନ୍ଧରେ 
ସୁ.. ସୁ.. କରି ବାହାରି ଆସେ ହୃଦୟର 
ଯେତେ ସତ୍ୟ- ସ୍ବାଭିମାନ ଭାବନା,
ତାରକସୀ ର ଯାଦୁଗରୀ ସ୍ପର୍ଶ
ମିଠା ମିଠା ମୋହର ସାନ୍ତ୍ଵନା ରେ 
ଭୂମି ରୁ ଭୂମା ଆଭୂଷିତ ମୋ ଦିବ୍ୟସ୍ଥଳ,

ମୁଁ ସେଇ ଆଦିମାତା,ଜନ୍ମଦାତ୍ରୀ,ରକ୍ଷାକର୍ତ୍ତ୍ରୀ 
ମୋ ଆତ୍ମାର ମମତାର ଦିହୁଡିରେ ସୃଷ୍ଟି
ଅନେକ ବୀର ପୁଙ୍ଗବ
କଳା-କଲ୍ଲୋଳିନୀ ,ଉଚ୍ଚ ନ୍ୟାୟାଳୟ,
ବିଶ୍ବ ବିଦ୍ୟାଳୟ,ବଡ଼ ମେଡ଼ିକାଲ
ସଞ୍ଜୁଆ ସଞ୍ଜୁଆ ଶୀତଳ ପବନରେ,
ଦିବାର ଦହଗଞ୍ଜ ତାତିରେ 
ମମତାର କ୍ଷମତାରେ ସମତା ଭରି
ଭଲ ପାଆନ୍ତି ନିର୍ଲିପ୍ତ ମାଟିକୁ,
ଭ୍ରାନ୍ତ ଅସତ୍ୟରୁ ଚେନାଏ ହସ ଝରି 
ମୁକ୍ତି ପାଏ ସ୍ବପ୍ନିଳ ସକାଳ,
ମହାନଦୀ, କାଠଯୋଡୀ
ଆଖି ରୁ ନିଦ ଧୋଇ 
ହାତ ବଢାଏ ବର୍ଷା କୁ 
ତା ସତୀତ୍ୱ ଆତ୍ମାର 
ଅନାଘ୍ରାତ ନୈବେଦ୍ୟ 
ନେତ୍ର ମୁଜି ନିତ୍ୟ ସମର୍ପିତା 
କଟକ ଚଣ୍ଡୀ ଚରଣରେ,
ଉର୍ଦ୍ଧ୍ଵ ବାହୁ ଟେକି ଧରେଇ ଦିଏ
ଜୀବନର ବର୍ଣ୍ଣବୋଧ,
ମୁଁ ହଜିଲା ସ୍ବରର ମୁକସାକ୍ଷୀ...
ସ୍ମୃତି ର ନୌବାଣିଜ୍ୟ ବାରମ୍ବାର 
ଉତ୍ତେଇ ଆସେ ଏ ଦେହ ଭିତରକୁ,
ବାଲିଯାତ୍ରା ର ଲଟକ ଛଟକରେ
ବାଟ କଢ଼େଇ ନିଏ ମୋ
ନ୍ୟାୟ ସଙ୍ଗତ ପ୍ରବୃତ୍ତି,
ମୁଁ କଳିଙ୍ଗର ପ୍ରାଚୀନ ରାଜଧାନୀ
ଆକାଶର ରଙ୍ଗୀନ୍ ରଙ୍ଗରେ 
ସଦା ଚଳଚଞ୍ଚଳ,
ବାଉନ ବଜାର ତେପନ ଗଳି
ବିମୁଗ୍ଧ ପ୍ରେମିକ ପରି
ଅନ୍ତହୀନ ଇତିହାସ ଭିଣେ,
ବୁଣେ ସ୍ୱର୍ଗୀୟ ଆନନ୍ଦ
ମୋ ଅପରୂପ ନିଖୁଣ ପ୍ରତିମା 
ସମୟର ଗଦା ଗଦା ପାହାଞ୍ଚରେ 
ଏଇ ନାଲି ମାଟିର 
ନାଲି ମନ୍ଦିରର ଆତ୍ମା ଭିତରେ 
ଦିଏ ଶ୍ରେଷ୍ଠତାର ପରିଚୟ,
ପରମ୍ପରା ର ମୁଠାଏ ପବନରେ
ଶହ ଶହ ପ୍ରଜାପତି ଆଖି
ଅସତ୍ୟ ର ଧୂଳି ଝାଡି 
ଅଜ୍ଞାନ ଅହଂକାର ଦୂର କରି
ଅଖଣ୍ଡ ଅମୃତଧାରା ରେ ବିମଣ୍ଡିତ  
ଆଉଜେଇ ଆସନ୍ତି ଧୀରେ ଧୀରେ ମୋ କୋଳକୁ..
ଶିଖି ନିଅନ୍ତି ଜୀଇଁ ବାର ରଣ କୌଶଳ
ଓ ସମ୍ପର୍କର ଆତ୍ମ ଉନ୍ମୀଳନ ସୁତ୍ର।

Comments

Popular posts from this blog

ଅଳସୁଆ ଦୁଃଖ ପାଏ (ଶିଶୁ କବିତା )✓

ଅଳସୁଆ ଦୁଃଖ ପାଏ ସମୟ ହାତରେ ଘଣ୍ଟି, ଟିକ୍–ଟିକ୍ କରି କୁହେ  “ଉଠ, ଚାଲ, ସୃଷ୍ଟି କର।” କିନ୍ତୁ ଅଳସୁଆ ଶୋଇ ରହେ, ଚାଦରକୁ ଭାବେ ସ୍ଵପ୍ନର ରାଜ୍ୟ, କାରଣ ସେ ପ୍ରକୃତିର ନିୟମରୁ ବିପରୀତ କରିଥାଏ। ପ୍ରକୃତି କେବେ ଅଳସୁଆ ନୁହେଁ ସୂର୍ଯ୍ୟ ନିତ୍ୟ ଉଦୟ ହୁଏ, ନଦୀ ସଦା ବହେ, ଗଛ ସଦା ବୃଦ୍ଧି ପାଏ, ପକ୍ଷୀ ସଦା ପରିଶ୍ରମରେ ନୀଡ଼ ଗଢ଼େ।  ଯେପରି ବୀଜ ମାଟିରେ ପଡ଼ି ଶ୍ରମର ସ୍ନେହ ପାଇଲେ ଗଛରେ ପରିଣତ ହୁଏ, ତେଣୁ ମଣିଷର ଭାଗ୍ୟ କେବଳ କାର୍ଯ୍ୟରେ ପ୍ରସ୍ଫୁଟିତ। କାର୍ଯ୍ୟହୀନ ବୀଜ ଶୁଖିଯାଏ, ଜୀବନର କାଳୀନୀ କୌଣସି ଫଳ ଦିଏନାହିଁ। ଜୀବନ ହେଉଛି ଏକ ପ୍ରବାହମାନ ନଦୀ, ଯେଉଁଥିରେ ସମୟର ଝରଣା ନିରନ୍ତର ପ୍ରବାହିତ ହୋଇ ବହିଯାଏ। କର୍ମରେ ରହିଛି ଆନନ୍ଦ, ଶ୍ରମରେ ରହିଛି ସ୍ୱାଧୀନତା, ପରିଶ୍ରମରେ ହିଁ ମଣିଷ ନିଜ ଆତ୍ମାକୁ ଜୀବନ୍ତ କରିଥାଏ। ତତ୍ତ୍ୱ କୁହେ... କର୍ମ ହିଁ ଯଜ୍ଞ, ଶ୍ରମ ହିଁ ଧ୍ୟାନ, ପରିଶ୍ରମ ହିଁ ମୁକ୍ତିର ପଥ। କର୍ମଯୋଗୀ ସମୟ ସହିତ  ଏକତାରେ ସ୍ଵୟଂକୁ ଦେଖେ। ତା’ର ପାଇଁ ପ୍ରତ୍ୟେକ କ୍ଷଣ ହୁଏ ଅମୃତ, ପ୍ରତ୍ୟେକ କାର୍ଯ୍ୟ ହୁଏ ଉପାସନା। ଅଳସୁଆ ମନରେ ସ୍ୱପ୍ନ ଥାଏ, କିନ୍ତୁ ହାତ ଆଗକୁ ବଢ଼େନି, ଚକ୍ଷୁରେ ଆଶା ଭରିଥାଏ, କିନ୍ତୁ ପାଦେ ପାଦେ ମନ୍ଥରତାର ବେଡ଼ି। ତା’ର ହାତରେ ରହିଯାଏ କେବଳ  ଦୁଃଖର ଖାଲିପଣ ଓ ପଶ୍ଚାତ୍ତାପର ଲୁହ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ...

ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ”

“ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ” ମାନବ ଇତିହାସ ଅଗଣିତ ବଳିଦାନର ସାକ୍ଷୀ। କେହି ଦେଶ ପାଇଁ, କେହି ଧର୍ମ ପାଇଁ, କେହି ସତ୍ୟ ପାଇଁ ପ୍ରାଣ ଦେଇଥାନ୍ତି। କିନ୍ତୁ ପ୍ରକୃତି ପାଇଁ ପ୍ରାଣ ଆହୁତି ଦେବାର ଉଦାହରଣ ଅତ୍ୟନ୍ତ ଦୁର୍ଲଭ । ମାନବ ସଭ୍ୟତାର ଇତିହାସରେ କେତେକ ଏମିତି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ  ନିଜ ସ୍ଵାର୍ଥକୁ ତ୍ୟାଗ କରି ସାମୂହିକ ମୂଲ୍ୟବୋଧ ପାଇଁ ଜୀବନ ଦେଇଛନ୍ତି। ହିମାଳୟ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ପାଇଁ ଚିପକୋ ଆନ୍ଦୋଳନ ବିଷୟରେ ଅନେକ ଲୋକ ଜାଣନ୍ତି। କିନ୍ତୁ, ଏହାର ଶହ ଶହ ବର୍ଷ ପୂର୍ବରୁ, ରାଜସ୍ଥାନରେ ମଧ୍ୟ ଏକ ଚିପକୋ ଆନ୍ଦୋଳନ ହୋଇଥିଲା, ଯାହାର ଇତିହାସ ବହୁତ ସ୍ପର୍ଶକାତର। ଏଥିରେ ପରିବେଶ ରକ୍ଷା ପ୍ରତି ସଚେତନ ଅମୃତା ଦେବୀ ବିଶ୍ନୋଇଙ୍କ ସମେତ ୩୬୩ ଜଣ ଲୋକ ନିଜ ଜୀବନ ବଳିଦାନ ଦେଇଥିଲେ।ସରକାରଙ୍କର ମୁଣ୍ଡ ନୁଆଁଇ ଦେଇଥିଲେ।ବିଶ୍ନୋଇ ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ଗୁରୁ ଜମ୍ଭେଶ୍ୱର (ଜମ୍ଭୋଜୀ), ଯିଏ ୧୫ ଶତାବ୍ଦୀରେ ପ୍ରକୃତି ସୁରକ୍ଷାକୁ ଧର୍ମୀୟ କର୍ତ୍ତବ୍ୟ ଭାବରେ ସ୍ଥାପନ କରିଥିଲେ। ତାଙ୍କ ୨୯ ଟି ନିୟମ (ବିଶ୍-ନୋଇ)ରେ ସ୍ପଷ୍ଟ କରାଯାଇଥିଲା। ବିଶ୍ନୋଇ ସମ୍ପ୍ରଦାୟରେ ପ୍ରକୃତି ହେଉଛି ପରମେଶ୍ୱରଙ୍କ ପ୍ରତିରୂପ। ସେଠାରେ ପଶୁ, ପକ୍ଷୀ, ଗଛ, ମାଟି, ଜଳ ସବୁକୁ ପବିତ୍ର ମାନାଯାଏ। “ଗଛ କାଟିବା ପାପ, ପଶୁକୁ ହତ୍ୟା କରିବା ପାପ, ପ୍ରକୃତିକୁ ବିନାଶ କରିବା ମାନେ ମାନବତାକୁ...

ଟିକି ଟିକି ଫୁଲ ଆମେ✓

(ଟିକି ଟିକି ଫୁଲ ଆମେ) ଟିକି ଟିକି ଫୁଲ ଆମେ ଭାରତ ମାତାର ଖିଲି ଖିଲି ହସୁଥାଉ ନ ଥାଏ ଯେ ଡର ।। ଆମ ବାସ ଖେଳିଯାଏ ମୁଲକରୁ ମୁଲକ ଭାରତର ଅଟୁ ଆମେ ସୁକୋମଳ ପ୍ରତୀକ ।। ଟିକି ଟିକି ମନ ଆମ ଦିଅ ନାହିଁ ଦଳିରେ ସ୍ବର୍ଣ୍ଣ ଦେଶ ଗଢିଦେବୁ ତୋଳି ନିଅ ସ୍ନେହରେ।। ଟିକି ଟିକି ଶିଶୁ ଆମେ ଭାରତର ମଣି ଦୂର କରିବୁ ଅନ୍ଧାର ଆଲୋକକୁ କିଣି।। ଆମେ ଅଟୁ ଭବିଷ୍ୟତ ହୀରା ମୋତି ମାଣିକ ରଖିବୁ ଦେଶର ଟେକ ହୋଇ ଆମେ ନିର୍ଭୀକ ।। ଦେଶ ଜନନୀର ଲୁହ ପୋଛି ଦେବୁ ଆମେରେ ମାଆର ସୁରକ୍ଷା ଭାର ନେବୁ ଆମ କାନ୍ଧରେ ।। ଦରିଆ ବୁକୁରୁ ଆମେ ଖୋଜି ଦେବୁ ମୁକୁତା ସ୍ନେହ,ପ୍ରେମ, ଭକ୍ତି ଢାଳି ଦେବୁ ଶାନ୍ତି ବାର୍ତ୍ତା।। ଜ୍ଞାନର ଆଲୋକ ବାଣ୍ଟି ଯିବୁ ସତ୍ୟ ପଥରେ ଚିକିମିକି ଚମକିବୁ ଭାଇଚାରା ଡୋରରେ।। ରଙ୍ଗ ରଙ୍ଗୀନ ଫୁଲ ପରି ଗୁଣ ବିକଶିବ ଦିଗନ୍ତ ବିସ୍ତାରି ଆମ ନାମ ମହକିବ।। ଆମ ହାତେ ଦିଅ ଯେତେ ନୂଆ ରଙ୍ଗ ତୁଳିକା  ଆଙ୍କି ଦେବୁ ନବ ଛବି କେତେ ଭଳି ଭଳିକା ।। ସମୃଦ୍ଧ କରିବୁ ଭାଷା ବିଶ୍ୱେ ଯିବ ଚହଟି ହେଳା ନ କର ଆମକୁ ନିଅ କୋଳେ ସାଉଁଟି।। ଭାରତ ମାତାର ଅଟୁ ଗେହ୍ଲା ପୁଅ ଝିଅ କଳା, ସଂସ୍କୃତି ଐତିହ୍ୟ ରଖିବୁ ବଜାୟ।। ଅସୁମାରୀ ସ୍ବପ୍ନ ନେଇ ଦେଶକୁ ଗଢ଼ିବୁ ସୁସ୍ଥ, ଶାନ୍ତ ପରିବେଶ ଉଦ୍ଭବ କରିବୁ।। ଗାନ୍ଧୀ,ଚାଚା, ଶାସ୍ତ୍ରୀ,ପରି ମନୋଭାବ ନେଇ ଶୃଙ୍ଖଳ ବିଶ୍ବ ଗଢିବୁ ପ୍ରୀତି ରଙ୍ଗ ଦେଇ।। ମିଳିମିଶି ପ୍ରକୃତିର ରକ୍ଷା ଯେ କର...