କିଏ ବଡ....
ଚାଟଶାଳୀରେ ମୁଁ ପଚାରିଲି ଦିନେ
ଗୁରୁଙ୍କୁ ନମନ କରି,
ଧନ ବଡ଼ କି ଜ୍ଞାନ ବଡ଼ ଏଠି
କୁହଯେ ବିସ୍ତାର କରି।
ମୁଣ୍ଡ ମୋ ଆଉଁସି ଗୁରୁଜୀ କହିଲେ
ମନ ଦେଇ ବାବୁ ଶୁଣ,
ଧନ ଠାରୁ ବଡ଼ ଜ୍ଞାନ ର ମହିମା
କହୁଛି ତାହାର ଗୁଣ।
ଧନ ଥିଲେ ଲୋକ ଗର୍ବ,ଅହଂକାରେ
ସମ୍ପର୍କ ହୁଅଇ ତିକ୍ତ,
ଜ୍ଞାନ ଭରିଦିଏ ଅନ୍ଧାରେ ଆଲୋକ
ସମସ୍ତେ ବସନ୍ତି ମିତ।
ଜ୍ଞାନକୁ ବାଣ୍ଟିଲେ କେବେ ନ ସରଇ
ସମୁଦ୍ର ବାଲୁକା ସମ,
ଧନର ଜୀବନ କ୍ଷଣେ କ୍ଷଣେ ଆନ
ଅସ୍ତିତ୍ବ ତା'ର ବିଷମ।
ଧନ ପାଶେ ଥିଲେ ବିପଦ ନିଶ୍ଚିତ
ମନରେ ଜାଗଇ ଭୟ,
ଜ୍ଞାନର ଜ୍ୟୋତି ରେ ମନ ପ୍ରାଣ ଶାନ୍ତ
ଧର୍ମ ର ଯେ ହୁଏ ଜୟ।
ମଲାବେଳେ କେହି ଧନକୁ ସାଥୀରେ
ନେବେ ନାହିଁ ଏହା ଜାଣ,
ଜ୍ଞାନ ବିତରିଲେ ରହିବ ଗାରିମା
ଝୁରିବ ସଭିଙ୍କ ମନ।
ଧନ ଠାରୁ ବଡ଼ ଜ୍ଞାନ ମାପକାଠି
କରିବନି ତାକୁ ହେଳା,
ବିଦ୍ୟା ଅଟଇ ମହାଧନ ଜାଣ
ବୁଡିବନି କେବେ ଭେଳା।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment