*ମୋ ସ୍କୁଲ ଯୋଜନା...*
*ବିଜ୍ଞାନ ପ୍ରଦର୍ଶନୀ ସଭାଗୃହ ଉଦ୍ଘାଟିତ...*
ମୋ ସ୍କୁଲ କାର୍ଯ୍ୟକ୍ରମ ଓଡିଶା ସରକାରଙ୍କର ଏକ ଅନନ୍ୟ ଯୋଜନା। ସରକାରୀ ସ୍କୁଲ ମାନଙ୍କର ଭିତ୍ତିଭୂମି ଏବଂ ଶିକ୍ଷା ସ୍ତରର ବିକାଶରେ ପ୍ରାକ୍ତନ ଛାତ୍ର ଛାତ୍ରୀ ମାନଙ୍କୁ ଭାଗିଦାରୀ କରାଇବା ଉଦ୍ଦେଶ୍ୟ ରେ ମୋ ସ୍କୁଲ ଯୋଜନା ଏକ ସଫଳ ପ୍ରୟାସ।
ଏଇ ଯୋଜନା ମାଧ୍ୟମରେ ଯଦି କୌଣସି ପୁରାତନ ଛାତ୍ର ଛାତ୍ରୀ ସ୍କୁଲର ବିକାଶ କାମ ପାଇଁ କିଛି ଅର୍ଥ ଦାନ କରନ୍ତି ତେବେ ଓଡିଶା ସରକାର ସେହି ଦାନର ଦୁଇଗୁଣ ଅର୍ଥ ପ୍ରଦାନ କରନ୍ତି ଏବଂ ତାହାର ଏକ ପାଣ୍ଠି ସୃଷ୍ଟି କରି ସ୍କୁଲର ପ୍ରଧାନ ଶିକ୍ଷଙ୍କର ତତ୍ତ୍ବାବଧାନରେ କାର୍ଯ୍ୟ ସମ୍ପାଦନ ହୋଇଥାଏ।
ନିଶ୍ଚିନ୍ତକୋଇଲି, ୧୪୧୦ ବରାଦୋ ପଞ୍ଚାୟତ ପାଟପୁରସ୍ଥିତ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଯୋଜନାରେ ୧୫ଲକ୍ଷ ଟଙ୍କା ବ୍ୟୟରେ ବିଜ୍ଞାନ ପ୍ରଦର୍ଶନୀ ସଭା ଗୃହ ନିର୍ମାଣ କରାଯାଇଛି।
ଶ୍ରୀମତୀ କମଳ କୁମାରୀ ଦ୍ବିବେଦୀ, ୮୩ ବୟସ୍କା , ବାପୁଜୀ ସରକାରୀ ବିଦ୍ୟାଳୟର ପୁରାତନ ଛାତ୍ରୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ କରି ବିଦ୍ୟାଳୟରେ ଏକ ସଭାଗୃହ ନିର୍ମାଣ କରିବା ଉଦ୍ଦେଶ୍ୟରେ ୫ଲକ୍ଷ ଟଙ୍କା ସ୍କୁଲର “ମୋ ସ୍କୁଲ” ଖାତାରେ ଜମା କରିଥିଲେ। ନିୟମ ଅନୁସାରେ ଓଡିଶା ସରକାର
ତରଫରୁ ଉକ୍ତ କାର୍ଯ୍ୟ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା।
ଶ୍ରୀମତୀ କମଳ କୁମାରୀ ଙ୍କର ସ୍ବର୍ଗତ ପିତା ଚୌଧୁରୀ ଶରତ ଚନ୍ଦ୍ର ନନ୍ଦ ଏହି ସ୍କୁଲର ଅନେକ ବର୍ଷଧରି ସମ୍ପାଦକ ଥିଲେ। ଶ୍ରୀମତୀ କମଳ କୁମାରୀ ତାଙ୍କର ସ୍ବର୍ଗତ ପିତାଙ୍କର ନାମରେ ଏକ ଅଭିନବ ବିଜ୍ଞାନ ସଭାର୍ଗୁହ ନିର୍ମାଣର ପ୍ରସ୍ତାବ ରଖିଲେ, ଯାହାକି ବିଦ୍ୟାଳୟର ଆଲୁମିନି କମିଟି ଅନୁମୋଦନ କଲା। ବିଜ୍ଞାନ ସଭାଗୃହରେ ସ୍ବାସ୍ଥ୍ୟ ଶିକ୍ଷା ସହିତ ପ୍ରାଣୀ ବିଜ୍ଞାନ ଶିକ୍ଷାର ସମସ୍ତ ଆଧୁନିକ ଉପକରଣ ସ୍ଥାନ ପାଇବ ଏବଂ ତା ସହିତ ସାଧାରଣ ସଭାଗୃହ ହିସାବରେ ମଧ୍ୟ ବ୍ୟବହାର କରାଯାଇ ପାରିବ। ଏହା ଏକ ନିଆରା ଅଭିନବ କଳ୍ପନା ଥିଲା।
ପ୍ରଧାନ ଶିକ୍ଷୟତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ତତ୍ତ୍ବାବଧନତାରେ ସଭାରଗୃହର ନିର୍ମାଣ କାର୍ଯ୍ୟ ୭ ମାସରେ ସମାପ୍ତ ହୋଇଥିଲା।
ସଭାଗୃହ ନିର୍ମାଣ ସମୟରେ ଶ୍ରୀମତୀ କମଳ କୁମାରୀଙ୍କର ପରିବାରଙ୍କର ମତ ଅନୁଯାୟୀ ସଭାଗୃହ ଭିତରର ପରିପାଟି ପ୍ରସ୍ତୁତି କରାଯାଇଛି। ତାଙ୍କର ବଡ ପୁଅ ରାଜେନ୍ଦ୍ର ଦ୍ବିବେଦୀ ଙ୍କର ସହାୟତାରେ
ସମସ୍ତ ଉଚ୍ଚକୋଟୀର ବୈଜ୍ଞାନିକ ଉପକରଣ ଆଗ୍ରାର ଏକ ଅଗ୍ରଣୀ ବ୍ୟବସାୟିକ ସଂସ୍ଥାରୁ ଉପଲବ୍ଧ ହୋଇଛି। ଭୁବନେଶ୍ବର ସ୍ଥିତ କିଟ୍ ବିଶ୍ବ ବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗ ଏ କ୍ଷେତ୍ରରେ ଜ୍ଞାନ କୌଶଳ ପ୍ରଦାନ କରିଛନ୍ତି। ତତ୍ ସହିତ ବିଶିଷ୍ଠ ବୈଜ୍ଞାନିକ ଯଥା ଆଇନଷ୍ଟାଇନ, ଅବବ୍ଦୁଲ କଲାମ, ସି.ଭି.ରମଣ ଏବଂ ପ୍ରାଣକୃଷ୍ଣ ପରିଜାଙ୍କର ତୈଳ ଫଟୋଚିତ୍ର ସଭାଗୃହରେ ସ୍ଥାନ ପାଇଛି।
ଉକ୍ତ ବିଜ୍ଞାନ ସଭାଗୃହ ଅକ୍ଟୋବର ୧୪ ତାରିଖ ଦିନ
ଶ୍ରୀମତୀ କମଳା କୁମାରୀ ଦ୍ବିବେଦୀଙ୍କର ଦ୍ବାରା ଉଦଘାଟିତ ହୋଇଛି।
ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀଙ୍କର ସଭାପତିତ୍ବରେ ଏହି ଉଦଘାଟନ ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷା ଅଧିକାରୀ, ସ୍ଥାନିୟ ସରପଞ୍ଚ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ଥିଲେ।
ସଭାରେ ମୁଖ୍ୟଅତିଥ୍ୟ ଭାବେ ଡିଏମଇଟି ଓଡ଼ିଶା ମୁଖ୍ୟ ଡଃ, ସଚ୍ଚି ମହାନ୍ତି, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପୁଲିସ ଡିଜି ଏମ୍ ଅକ୍ଷୟ, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧ୍ଵରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ମୋ କଲେଜ ଯୋଜନାର ସଂଯୋଜକ ଡଃ. ହୃଷୀକେଶ ମହାନ୍ତି, ଆଇସିଏମଆର ବୈଜ୍ଞାନିକ ଡଃ ଅମର ମହାପାତ୍ର, ଚକ୍ଷୁ ବିଶେଷଜ୍ଞ ଡାକ୍ତର ଦିଲ୍ଲୀପ ସାହୁ, ଇଂଜିନିୟର ହିମାଂଶୁ ଜେନା, ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଅକ୍ଷୟ ମହାପାତ୍ର, ଶିଶୁ ବିଭାଗର ନିର୍ଦେଶକ ଡା, ଶଶିକାନ୍ତ ମିଶ୍ର, ଜିଓ ସାଇଣ୍ଟିଷ୍ଟ ରାଜେନ୍ଦ୍ର ବିବେଦୀ, କିଟ୍ର ଭାଇସ୍ ପ୍ରିନ୍ସିପାଲ ଧର୍ମେନ୍ଦ୍ର ଦ୍ବିବେଦୀ, ଶିକ୍ଷାବିତ୍ ନନ୍ଦିତା ପରିଡ଼ା, ପୂର୍ବତନ ପ୍ରଧାନଶିକ୍ଷକ ପର୍ଶୁରାମ ବେହେରା, ଚୌଧୁରୀ ଶଶିଭୂଷଣ ନନ୍ଦ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ବିଭୂତିଭୂଷଣ ସାମଲ, ସରପଞ୍ଚ ଦୀପ୍ତିମୟୀ ବରାଳ, ସମିତିସଭ୍ୟା ଶୁଭଶ୍ରୀ ସାହୁ, ସ୍କୁଲ ପରିଚାଳନା କମିଟି ସଭାପତି ଭରତ ନାୟକ, ପୁରାତନ ଛାତ୍ର ସଂସଦ ସଭାପତି ନୃସିଂହଚରଣ ବିଶ୍ବାଳ। ଛାତ୍ର ଛାତ୍ରୀ ଙ୍କ ବିଜ୍ଞାନ ଶିକ୍ଷାରେ ଏହି ଗୃହ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷକ ସୀତାକାନ୍ତ ସାମଲ ଅତିଥ୍ ପରିଚୟ ପ୍ରଦାନ କରିଥିଲାବେଳେ ଶିକ୍ଷୟିତ୍ରୀ ପ୍ରିୟତମା ଚାନ୍ଦ ସ୍ବାଗତ ଭାଷଣ ଦେଇଥିଲେ। ଶିକ୍ଷକ ଦେବପ୍ରସାଦ ଦାସ, ଭାନୁପ୍ରିୟା ବେହେରା, ମନସ୍ବିନୀ ଖଟୁଆ, ମଧୁସ୍ମିତା ସାହୁ, ସ୍ନେହଲତା ଦାସ, ରାଜଶ୍ରୀ ଜେନା, ଜାନକୀବଲ୍ଲଭ ସେଠୀ, ଜାକିର ହୁସେନ୍, ଗଗନବିହାରୀ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖୁଥିବା କୋମଳ ପ୍ରିୟଦର୍ଶିନୀ ସେଠୀଙ୍କୁ ପୁରସ୍କାର ସଦୃଶ ୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଶିକ୍ଷକ ଦେବପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଦ୍ବିବେଦୀ ପରିବାର ତରଫରୁ ଗୋଟିଏ ଲାପ୍ ଟପ୍ ପ୍ରଦାନ କରାଗଲା।
ଉକ୍ତ ବିଜ୍ଞାନ ସଭାଗୃହ ଏକ ନିଆରା ଅଭିନବ ପରିକଳ୍ପନା। ତୃଣମୁଳ ସ୍ତରରେ ବିଜ୍ଞାନର ବିଶେଷକରି ପ୍ରାଣୀ ଏବଂ ସ୍ବାସ୍ଥ୍ୟ ବିଜ୍ଞାନ ପ୍ରତି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବ । ପାଠ ପଢାରେ ସହାୟକ ହେବ।
ଉକ୍ତ ପରିକଳ୍ପନା ଓଡିଶା ସରକାରଙ୍କର “ମୋ ସ୍କୁଲ” କାର୍ଯ୍ଯକ୍ରମର ଏକ ସଫଳ ନମୁନା।
Comments
Post a Comment