*ନିଶୀଥ ଜହ୍ନ*
ଏତେ ଘଟିଗଲା ପରେ
କହୁଛ...."କିଛି ଘଟି ନାହିଁ"
କଳା ଘୂମର ବହ୍ନି ପରି ଯନ୍ତ୍ରଣା,
ନର୍କ ଝାସ ପରି ନିର୍ଯ୍ୟାତନା,
କାନଫଟା ଶଦ୍ଦ ଙ୍କ ବ୍ୟୁହରେ ନିଷ୍ଠୁରତା
ଆଉ କ'ଣ ବା ଦେଖିଥାନ୍ତ..??
ଲକ୍ଷେ ମହୁମାଛି ର ଦଂଶନ,
ନା ବିଷଝରା ବିପୁଳ ପୃଥିବୀରେ
ଅର୍ପଣ ହେଉଥିବା ଶେଷରକ୍ତ,
ନିର୍ଜନ ଦ୍ବିପହରରେ ବୁଲା କୁକୁର ପରି
ପଶି ଆସୁଥିବା କାମୁକ ଅନ୍ଧହିଂସ୍ରକ,
ବାର ବର୍ଷ ଧର୍ଷିତା ଝିଅର ଶବ..
ଆଉ କ'ଣ ଦେବ ପ୍ରମାଣ..?
ଅର୍ଥ ଉପାର୍ଜନର ଅନ୍ଧ କାମନାରେ
ଚାଲାଣ ହେଉଥିବା ନାବାଳିକା,
ଦଗାଦିଆ ଶଠ ପ୍ରବଞ୍ଚକ
ପ୍ରେମିକର ପ୍ରେମ ଜାଲରେ
ବଳି ପଡିଥିବା କୁମାରୀତ୍ବ,
ଆଜି ବି ସେ ବିବସନା
ମୁଖା ପିନ୍ଧା ସଭ୍ୟ ସମାଜର କୁରୁସଭାରେ
ପଥରର ଅହଲ୍ୟା
ଛଦ୍ମ ଅଭିଶାପରେ ବାଜି ହାରି ଯାଇଛି,
ଦଦରା ପ୍ରେମ ର ଏସିଡ ଛିଟା,
କ'ଣ ସେତିକି ଯଥେଷ୍ଟ ନୁହେଁ....?
ସ୍ବପ୍ନ ଟିଏ ଦେଖିବା ଆଶାରେ
ଶୂନ୍ୟତା କୁ ଆଲିଙ୍ଗନ କରିଛି,
ପହଁରୁଛି କପଟୀର କପଟ ମନ୍ତ୍ରଣା ରେ
ନଣନ୍ଦ, ଶାଶୁଙ୍କ ଯୌତୁକ ଯନ୍ତ୍ରଣା
ଜଳୁଥିବା ଯୁଈ..
ଅଫିସ ଫେରନ୍ତା ସେଇ ଅଶ୍ରୁ ସିକ୍ତ ଆଖି,
କ'ଣ ବା ଆଉ ଦେବ ସଠିକ ପ୍ରମାଣ..?
ସମାଜ,ମାଗାଜିନ୍ ତୁହାକୁ ତୁହା ଭାଷଣ,
ନିର୍ମାଖୀ ମେରୁଦଣ୍ଡ ଭିତରେ
ବିଦ୍ଧ ହୋଇଯାଏ ଉଲକାଟିଏ ପରି,
କିଏ ବା ଜାଣେ
ଏ ସମାଜରେ କିଏ ଶଠ କିଏ ଶ୍ରେଷ୍ଠ...
ପ୍ରାତଃ କୁ ଅନେକ ବାଟ,
କାନ୍ଦୁରା ଆକାଶରୁ ବରଫ ଝଡେ,
ନିଶାଖା କଣ୍ଠସ୍ୱର କୁରାଢି ଚୋଟରେ
ଅଧା ଭାଙ୍ଗି ପଡେ
ଓଃ........ନ୍ୟାୟ ପାଇଁ
ଅପେକ୍ଷା କରିବାକୁ ହବ ଆଉ ଗୋଟେ ଜନ୍ମ,
ବଞ୍ଚିବାକୁ ଅୟୁତ ଜୀବନ
କାନ୍ଦ ହୋଇ ରହିବାକୁ ହବ
ମେଘର ଆଖିରେ,
ସତରେ ମା'ର ଜଠ ରୁ ଭୂମି ରୁ ଭୂମା
ଖାଲି ପରୀକ୍ଷା ହିଁ ପରୀକ୍ଷା...
ତଥାପି ମିଳୁନି କିଛି ପ୍ରମାଣ।
ମିନାକ୍ଷୀ ଦ୍ବିବେଦୀ
ନିଉଦିଲ୍ଲୀ
୭୯୭୮୦୮୨୮୩୪
Comments
Post a Comment