*ପ୍ରିୟା କୁ ପଦେ*
ଧୀର ନେତ୍ର ପ୍ରାନ୍ତେ ପ୍ରେମାଙ୍ଗୀ ପ୍ରତିମା
ମୃଦୁ ପାଦ ପଦ୍ମ ସୁନେଲି ଚନ୍ଦ୍ରମା,
କନକବରନୀ ତୁମ ଅଙ୍ଗ ଅଙ୍ଗ ଶିରୀ
ସ୍ବପ୍ନ ମିଶା କଳ୍ପନା ରୂପସୀ କାଉଁରୀ,
ଗୁଣୁ ଗୁଣୁ ଗାଏ ମୋ ମନ ଭ୍ରମର
ଇଛା ର ନଈ ତୁମେ ଆଲୋକର ଢେଉ ଝର,
କୁହହେ .. ପ୍ରାଣବଲ୍ଲଭୀ
କେତେ ପ୍ରତୟ ସାଇତିଛି
ତୁମ ଦୁଇ ନୀଳ ଆଖି
ବିଶ୍ବାସ ର ମଧୁ ଗାଇ
ଜହ୍ନ କୁ କରିଛ ସାକ୍ଷୀ,
ଆକାଶ ମାଟି ଗାଏ ମଧୁର ମିଳନ ଗୀତି
ଲୁଚି ରୁହ ମୋ ଛାତିରେ
ରଜନୀ ଯାଉଛି ବିତି,
କାମନା,ବାସନା ଜାଲେ ଏ ବିଦଗ୍ଧ ହୃଦୟ
ଦିଅ ପୂର୍ଣ୍ଣ ଅନୁଭବ ତୁମ ପ୍ରୀତି ପ୍ରଣୟ
ତୁମ ପ୍ରେମ ଛନ୍ଦ ସୁର
ହୃଦ କୁଞ୍ଜେ ସଂଚରେ ଶ୍ବାସ
ଚେତନାର ଆଇନା ରେ
ଦିଅ ମୃଦୁ ଶୀତଳ ସ୍ପର୍ଶ।
Comments
Post a Comment