(ଜ୍ଞାନ ପ୍ରଦାୟିନୀ ମା)
ନମସ୍ତେ ନମସ୍ତେ ମାଗୋ ଜ୍ଞାନ ପ୍ରଦାୟିନୀ
ମାନବ,ଦାନବ,ସୁର,ସାଧୁ,ସନ୍ଥ,ମୁନି।(୧)
ପୂଜନ୍ତି ତୋ ଶ୍ରୀପୟରେ ସର୍ବେ ଦିବାରାତ୍ର
ବର୍ଣ୍ଣେଶ୍ବରୀ, ବିଦ୍ୟାଦାତ୍ରୀ କାଳିଦାସ ପୁତ୍ର।(୨)
ମହାକବି ସମ୍ମାନରେ ହେଲେ ବିଭୂଷିତ
ରଚି କାବ୍ୟ , ଶ୍ଳୋକ, ଶାସ୍ତ୍ର ହୋଇଲେ ବିଖ୍ୟାତ।(୩)
ବୀଣା , ପୁସ୍ତକ ଧାରିଣୀ ହେ ହଂସ ବାହିନୀ
ତୋର ଦୟା ବଳେ ମାତ ମୂର୍ଖ ହୁଏ ଜ୍ଞାନୀ।(୪)
ବସନ୍ତ ପଞ୍ଚମୀ ଦିନ ମର୍ତ୍ତ୍ୟେ ଆବାହନ
ବାଳକ,ବାଳିକା କରନ୍ତି ତୋର ସ୍ତୁତି ଗାନ।(୫)
ଚତୁର୍ଭୁଜା ମାତ ତୁହି ମରାଳ ବାହିନୀ
ତୋ ପୂଜା ବିଧି,ନିୟମ ନ ଜାଣଇ ପୁଣି।(୬)
ଯେ ବନ୍ଦିଛି ତୋ' ପଦ୍ମପାଦ ମିଟିଛି ସଙ୍କଟ
କରୁଛି ବନ୍ଦନା ଦୂର କର ମୋର ରିଷ୍ଟ ।(୭)
ତୋର ମହିମା ଗାଇବାକୁ ଦିଅ ଦିବ୍ୟଜ୍ଞାନ
ଖୋଲିଦେବୁ ଜ୍ଞାନଚକ୍ଷୁ ହେବି ଭାଗ୍ୟବାନ।(୮)
ଅଜ୍ଞାନ,ତିମିର ଦୂର କରିଦେବୁ ମାତ
ତୋର ଦୟା ବଳେ ହେବି ମୁଁ ବିଶ୍ବ ବିଖ୍ୟାତ।(୯)
ମୁଁ ଅନ୍ଧ ଅଜ୍ଞାନୀ ତୋର ଶରଣ ଲୋଡ଼ଇ
ଜ୍ଞାନର ଭଣ୍ଡାର ଖୋଲିଦେବୁ ତୁହି।(୧୦)
କୃପା ବାରି ସିଞ୍ଚି ଦେବୁ ମୋର ମଥାନରେ
ନେହୁରା ହେଉଛି ମାତ ଦୟାକର ବାରେ।(୧୧)
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment