*---ଚରିତ୍ରହୀନା----*
ମୁଁ ଅନୁସନ୍ଧାନ କଲି ଗୋଟେ
ଚରିତ୍ରହୀନା ସ୍ତ୍ରୀ ଲୋକ ର ସଜ୍ଞା
ରାସ୍ତା,ଘାଟ, କ୍ଲବ, ମାର୍କେଟ,ବଗିଚା
ଏମିତି ଅନେକ ଯାଗା
ମୁଁ କିନ୍ତୁ ଆଶ୍ଚର୍ଯ୍ୟ,ଆଚଂଭିତ
ସେମିତି ଗୋଟେ ମୁଁ କାଇଁ ପାଇଲିନି ,
ମୁଁ ଖୋଜିଲି ସବୁ ଯାଗା , ସବୁ ସ୍ଥାନ
ଯେତେ ଧୋଇ ଧାଇ ପରଖିଲି
ଅସଂଖ୍ୟ ଛିଦ୍ର ଥିବା ସଂସାରରେ,
ସମୁଦ୍ର ରେ ଝାସ ଦେଉଥିବା ନଈକୁ,
ବର୍ଷା ରେ ମହକୁ ଥିବା ମାଟିକୁ,
ସୁଲୁ ସୁଲିଆ ପବନରେ ଦୋହଲୁଥିବା ଫୁଲ କୁ,
ଉଡାଣ ଭରୁଥିବା ପ୍ରଜାପତିକୁ
ପଚାରିଲି ଚରିତ୍ରହୀନାର ଠିକଣା
ସେମାନେ ବି ଆଚଂଭିତ..
ଦେଖିଲି...କେତେକ ଦେହର
ବାସ୍ନାରେ ବଳି ପଡୁଛନ୍ତି,
ମରି ପଡୁଥିବା ନିଜ ନିଜ ହସକୁ
ମୁଖା ପିନ୍ଧେଇ
ଦେହର ବଜାର ସଜେଇଛନ୍ତି,
ଆଉ କେହି
ଅର୍ଦ୍ଧଦଗ୍ଧ ହୋଇ ଅର୍ଦ୍ଧ ନଗ୍ନ ନାଚୁଛନ୍ତି
କୋଉ କ୍ଲବ ,ହୋଟେଲରେ
ପତ୍ର ଦାଢେ ଝୁଲୁ ଥିବା ବନ୍ଧା ବର୍ଷା ଜୁଝି ନପାରି
କାମନା ବାସନା ମୋହରେ
ନୁଆ ଜନ୍ମ ଅବତରୁଛନ୍ତି
ଅନ୍ୟ ପୁରୁଷର କପଟିଆ ଆଖି ରେ,
ଦେଖିଲି...
ଗୋଟିଏ ପତ୍ରକୁ ଚୁପଚାପ୍ ଶୁଖିବାକୁ
ଏବଂ ଅକାଳରେ ଝଡ଼ିବାକୁ ପଡୁଛି
ଶୂନ୍ୟ ପଥର ଉପରେ ଏକ ଉଚ୍ଚ ଜଳପ୍ରପାତର ପତନ,
ତାଙ୍କ ସ୍ୱର ବଧିର ହୋଇ ଯାଇଛି
ସମସ୍ତ ଉଚ୍ଚ ଏବଂ ନିମ୍ନ ଚରିତ୍ର ଭିତରେ
ସମସ୍ତ ଚରିତ୍ର ଅତୀତର କାହାଣୀରେ ଫସି ରହିଛନ୍ତି
ସେଏକ ଚରିତ୍ରହୀନା ନାରୀ
ସେଠାରେ ଏକ ଶୂନ୍ୟସ୍ଥାନ ରହିଅଛି
ଚରିତ୍ରହୀନତା ଏକ ଅସ୍ପୃଶ୍ୟତା ,
ତାର ଅସ୍ତିତ୍ବ ଏକ ନିର୍ଜୀବ କାୟା
ଅପବିତ୍ରତା ସର୍ବଦା ଏକ ମୃତ୍ୟୁ ଦେଇ ଗତି କରୁଛି
ଚରିତ୍ରହୀନା ନାରୀଙ୍କର
କୌଣସି ପ୍ରଶ୍ନ ନାହିଁ, ଉତ୍ତର ନାହିଁ
ଖରାପ ଚରିତ୍ର ଏକ ଖାଲି ଦର୍ପଣ
କିନ୍ତୁ ଦର୍ପଣ କ'ଣ କୌଣସି ଚରିତ୍ରକୁ ମନେ ରଖେ ??
ଏକ ଚରିତ୍ରହୀନ ନାରୀର ସ୍ମୃତିରେ ପରିପୂର୍ଣ୍ଣ
ସବୁକିଛି ଭରିବା ପାଇଁ
ପ୍ରେମ ପରି କୌଣସି ଅର୍ଥ ନାହିଁ
ଚରିତ୍ରହୀନା ଅସୀମତାରେ
ବଜ୍ରପାତ ପ୍ରବଳ ଜଳ ବୁନ୍ଦା ପରି ପଡ଼ୁଛି
ସେ ନିଜ ଅନ୍ଧାରରେ ହଜି ଯାଇଛି
ଏକ ଚରିତ୍ରହୀନ ଖୋଳପା ଭିତରେ...
ସମସ୍ତ ଙ୍କୁ ଦେଖିଲି ପରଖିଲି
ନାଁ, ଗାଁ ଘୋଷିଲି
କେହି ଗୋଟେ ଚରିତ୍ରହୀନା ଲାଗିଲେନି
ସମସ୍ତ ଙ୍କ ମନ୍ତବ୍ୟ ଶୁଣିଲି
ପବନର ସତ୍ୟତା ଚାପ ଏବଂ
ଶବ୍ଦ ମାପୁ ମାପୁ ଅନୁଭବ କଲି
କିଏ ଦାୟୀ..??
କେବଳ ଦାୟୀ ସେଇ ମାୟାବୀ
ସଚ୍ଚୋଟ ମୁଖା ପିନ୍ଧା ଚରିତ୍ରହୀନ ପୁରୁଷ
ତାରି ଶିକାର ରେ ବିକଳ୍ପ ପନ୍ଥା ହରେଇ
ସ୍ତ୍ରୀ ଲୋକ ନାଚି ନାଚି ଯାଉଛି
ଶୁଭୁ ନଥିବା ଘଣ୍ଟ ଓ ମାଦଳ ଧ୍ବନି ରେ,
ନାଚି ନାଚି ଯାଉଛି
କାୟର,କାମୁକ,ଲମ୍ଫଟ କାଦୁଅ ରେ
ଲଟ ପଟ ହେଉଥିବା ପୁରୁଷର
ଅନ୍ଧ ବାସନାରେ...
ସେ ହିଁ କରିଛି ଚରିତ୍ରହୀନା ନାମ କରଣ
ତାର ପ୍ରସାରିତ କାପୁରୁଷ ହସ୍ତ ରୁ ଝୁଲୁଛି
ଚରିତ୍ରହୀନତା ର ମୁକୁଟ
ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତ ସେ ନାରୀ କରୁଛି
ସଂଘର୍ଷ, ସଂଘର୍ଷ ଆଉ ସଂଘର୍ଷ
"ଚରିତ୍ରହୀନା" ବୋଝ ମୁଣ୍ଡେଇ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ନିଉ ଦିଲ୍ଲୀ
Comments
Post a Comment