(କିଏ ତୁମେ .....)
କିଏ ତୁମେ ..?
ଅତୁଲ, ଅପରୁପ, ଅନାମ
ହେ ଅଭିନଭ, ଅଭିରାମ!
କୋମଳତା କେବଳ ପ୍ରକୃତି,
ମଧୁରିମା-ପ୍ରତିଛବି ଶୃଙ୍ଗାର
ଅଙ୍ଗରେ ସପ୍ତରଙ୍ଗ ଶୋଭିତ
ନିଃଷ୍କପଟ କୋମଳ ହୃଦୟ ଐଶ୍ୱର୍ଯ୍ୟ ବିମଣ୍ଡିତ
ଶୁଦ୍ଧ ନିଃଶ୍ୱାସର ପିଞ୍ଜରା ଦ୍ୱାର
ତୁମେ କିଏ, ଅକଳଙ୍କ, ଅନମୋଲ।
ନରମ ଇଚ୍ଛା ତୁମ ମାତୃ ସୁକୁମାର
ପ୍ରେମରେ ଅନନ୍ତ;
କୁଟ କପଟ ଅଜ୍ଞ ଭଗବାନ ସ୍ବରୂପ
ସୁରଭିରେ ନିଜ ଜଗତ;
ନବ ଉତ୍ସ-ଭରା ଦୀପ୍ତି ମନ୍ତ,
କଳୁଷ ଅଜ୍ଞତାର ପଥରେ ସତ୍ୟର ଅମୃତଧାରୀ;
ରହସ୍ୟମୟ, ଗଭୀର, ଅଜ୍ଞାତ କିଏ ତୁମେ ?
ହେ ନିରୁପମ , ନବଜାତ!
ବେଣୁ ପରି ନିର୍ଗତ ଯାହାର ମିଠା ସ୍ୱର
ଦୂର କରେ ଅଜ୍ଞାନ, ଅନ୍ଧକାର
ସୂର୍ଯ୍ୟ ପରି ଲେଲିହାନ ଅଲିଭା ଅନଳ
ଯାହାର ବାସସ୍ଥାନ ଶୂନ୍ୟନୀଳ;
ମନ ଉତ୍ତାଳ ଉର୍ମିମାଳ , ଶାଶ୍ବତ, ଉଦାର
କମ୍ପିତ ଜ୍ଞାନର ମହାନ
କୋମଳ ତୁଷାର ଜଳ
ଏକ ଲାବଣ୍ୟମୟ ସକାଳ
ତୁମେ କେଉଁଠାରୁ ଆସିଛ, ପ୍ରତିଛବି ତୁମ
ପୂର୍ଣ୍ଣ ଗର୍ଭା ପୂର୍ଣ୍ଣାଙ୍ଗ ଭୂଗୋଳ
ଜୀବନର ଗୀତି ପରି ସଂଗୀତ,
ଯାହାର ଅର୍ଥ ଅସ୍ପଷ୍ଟ, ଅଜ୍ଞାତ;
ସୁରଭିରେ ଯିଏ
କିଣି ନିଏ ମନ ପ୍ରାଣ
ସ୍ୱପ୍ନ ପରି ନିଦ୍ରା-ସତର୍କ,
ଚିତ୍ରକାରୀ ଲୋହିତ ପୂର୍ବାହ୍ନ
ରଶ୍ମି ପରି ସେ ଶୁଚି ରୁଚିମନ୍ତ
ପ୍ରଜ୍ଜ୍ଵଳିତ ଦୀପ ସମ ତେଜିୟାନ
ଅଜ୍ଞତା ଆତ୍ମ-ସ୍ମରଣରେ
ତୁମେ ଈଶ୍ୱର ତୁମେ ଦିବ୍ୟ ମାନ
ଖେଳୁଥିବା ଓଠରେ ହସ;
ପୂର୍ବ-ଧ୍ୟାନ ଦୁଃଖ ଅପସାରଣ
ଏକ ସରଳ ସୁମଧୁର ଛନ ଛନ
ମନର ନରମ ଅଭିଯାନ
ଅଗଣିତ ଯାହାର ଗୀତ ଜ୍ଞାତ,
ଯେଉଁ ରାଗ, ପଦ, ବନାନୀ
ସ୍ୱପ୍ନ ଜଗତରେ କ’ଣ ବା ନୀରବତା
ପୂର୍ଣ୍ଣିତାର ଥାଏ ଯାର
ନବ୍ୟ ସମ୍ଭାବନା ଖେଳେ ନବ୍ୟ ଉନ୍ମାଦନା
ତୁମେ ସକ୍ରିୟ ତୁମେ ନିଜେ ଏକ କାହାଣୀ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment