ଜୟ ବିଜ୍ଞାନ,ଜୟ ବିଜ୍ଞାନ,ଜୟ ବିଜ୍ଞାନ ଜୟ
ତୁମ ଛଡ଼ା ଆଜି ଦୁନିଆରେ ନୁହେଁ କେ' ଆଉ ଶ୍ରେୟଃ।
ଭାଗ୍ୟବାନ ମଣୁଛୁ ନିଜକୁ ଶିଖି ବିଜ୍ଞାନ କଳା,
ସତ୍ୟ,ଦ୍ଵାପର, ତ୍ରେତୟା ନୁହଁ ଆମେ ଆଜିର ପିଲା।
ଆକାଶେ ଉଡୁ,ପାଣିରେ ବୁଡୁ ନାହିଁ କୋଉଠି ଡର
ଯାନ୍ତ୍ରିକ ଯୁଗର ପିଲାରେ ଆମେ ସଭିରେ ଧୁରନ୍ଧର।
ଆଈ,ମାଁ କଥା କାହାଣୀ ଆଜି ଗଲାଣି ସତେ ହଜି,
ଢ଼ିଙ୍କି କୁଟିବା,ସୁତା ଭିଣିବା ପାରୁନାହୁଁ ତ ଖୋଜି।
ରକେଟ ଚଢି ମହା ଆକାଶେ ଜହ୍ନମାମୁଁ ଙ୍କୁ ଛୁଇଁ,
ଜ୍ଞାନ କୌଶଳେ ମଙ୍ଗଳ ଗ୍ରହେ ଘର କରିବୁ ଯାଇ।
ବର୍ଷା, ବାତ୍ୟା, ମରୁଡି ଆତଙ୍କ ଆଗୁଆ ଦେବୁ କହି,
ସାଟେ ଲାଇଟ୍ ଗଣନାରେ ସୁରକ୍ଷା ରଖିବୁ ମହୀ।।
ଲାପଟପ୍, କମ୍ପ୍ୟୁଟର ନେଇ ପଢ଼ୁଛୁ ଆମେ ପାଠ,
ଘରେ ବସି ଇଣ୍ଟରନେଟ ରେ ପାଉଛୁ ବିଶ୍ବର ଚାର୍ଟ।
ବିଜ୍ଞାନ ବଳେ ବଢ଼ିଛି ଆଜି କେତେ କଳ କାରଖାନା
କୃଷିକ୍ଷେତ୍ର ଯନ୍ତ୍ର ବଳରେ ଉପୁଯାଉଛି ଯେ ଦାନା।
ଚିକିତ୍ସା କ୍ଷେତ୍ରେ ବିଜ୍ଞାନ ଦାନ କି' କହିବି ଆଉ ଭାଇ,
ନୁଆ କୌଶଳେ ନୁଆ ଔଷଧ ଖୋଜେ ତନ୍ନତନ୍ନ ହୋଇ।
ବିଜ୍ଞାନକୁ ଭଲ ବାଟରେ ନବା ରଖିବା ଆମେ ଲୟ,
ଜୟ ବିଜ୍ଞାନ, ଜୟ ବିଜ୍ଞାନ, ଜୟ ବିଜ୍ଞାନ ଜୟ।
Comments
Post a Comment