ଆଜି ବି ଜଳୁଛି ନାରୀ...
ଆଜି ବି ଜଳୁଛି ନାରୀ...
ଆଇନର ଶୋଷଣ ତରାଜୁ
ମାପି ପାରୁନି ନାରୀର ମହତ୍ତ୍ଵ,ମର୍ଯ୍ୟାଦା ତାର ଅସ୍ମିତା
କେତେବେଳେ ଅଧା ମରଣରେ,
କେତେବେଳେ ବେକରେ
ଫାଶୀ ର ମେଖଳା,
କେତେବେଳେ ଅର୍ଦ୍ଧ ଦଗ୍ଧ
ଶୋଷିତ ହୃଦୟରେ ନିଆଁ
ତ କେତେବେଳେ ଦି'ପରିହା ବୈଶାଖ ଝାଞ୍ଜିରେ
ମ୍ୟୁନିସପାଲିଟି ଅଳିଆଗଦାରେ ସଢୁଥିଵା କନ୍ୟା ଭୃଣ
ଆଉ କେତେବେଳେ
ପ୍ରସବ ରୁମରେ ଛଟପଟ ହେଉଥିବା
ଅନୁଢା କିଶୋରୀ ର କୋହ,
ଦୁଇଟୋପା ଲୁହ ଶୁଖିବା ପୂର୍ବରୁ ଆକାଶରେ ପ୍ରଶସ୍ତ ଶୂନ୍ୟତା
ଶୂନ୍ୟ ଭୂମି ଉପରେ ଆକାଶରୁ ଅଗ୍ନି ବର୍ଷା,
ସ୍ବପ୍ନ ର ତାରା ଫୁଲ
ନିଃଷ୍ପ୍ରାଣ,ନିଃସ୍ତବ୍ଧ,
ଅତ୍ୟାଚାରୀ ମୁହୂର୍ତ୍ତ
ଝୁଲେଇ ରଖନ୍ତି
ନିର୍ମମ ସତ୍ୟର ସ୍ଥୁଳ ଅନୁଭବକୁ...
ଏବେବି ପଶାପାଲି ର ଦୃପ୍ତ ଡାକ
ପରାହତ ଅପରାହ୍ନ ରେ
ଡ଼ର ହତାସ ହାତ ଧରାଧରି ନାଚି ଉଠନ୍ତି,
ଝରିଲା ପତ୍ର ର ଆୟୁଷ ରେ
ଲେଉଟାଣି ଛାଇର ନିର୍ମମ ହତ୍ୟା,
ସମୟର ଈଶ୍ବର ତ
ତରାଜୁ ଧରନ୍ତି ନାହିଁ,..
କି' ଅବା ହବ ମିମାଂସା?
ଜୀବନର ହୁଲି ଡଙ୍ଗା ଅସହାୟ,ଟଳମଳ
ମଝି ସମୁଦ୍ରରେ ,
ଏବେ ଖାଲି ହାତ ଗୋଡ ଚାଲୁ ନଥିବା
ଟେଳେ କ୍ରୁଶବିଦ୍ଧ ମାଂସ ପିଣ୍ଡୁଳା
ନା ଅଛି ସ୍ବାଦ ନା ଅଛି ସ୍ବପ୍ନ
ନା ଅଛି ସ୍ବର ଉତ୍ତୋଳନ ର ସାମର୍ଥ୍ୟ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
- Get link
- X
- Other Apps
- Get link
- X
- Other Apps
Comments
Post a Comment