(ଗଛ ଓ ବୀଜ)
ଗଛୁ ଜାତ ହୁଏ ବୀଜ,ବୀଜୁ ପୁଣି ଗଛ,
କହି ନ ପାରନ୍ତି କେହି,କେ ଆଗ କେ ପଛ।
ଯେଉଁ ଗଛ ଜାତ କରେ ନବ ସୂକ୍ଷ୍ମ ବୀଜ,
ସେହି ବିଜେ ଗଛ ଆତ୍ମା ରହିଥାଏ ହେଜ।
ଛୋଟ ହେଉ ବଡ଼ ହେଉ ଯେ ଗଛ ଯେପରି,
ତା'ର ସବୁଜିମା ବିଜେ ରହିଥାଏ ଭରି।
ଧୀରେ ଧୀରେ ସେହି ବୀଜ ଅଙ୍କୁରିତ ହୋଇ
ଦୁଇରୁ ଚାରି ପତର ପ୍ରଥମେ ଦିଶଇ।
କେତେ ବୀଜ ଆଖି କୁ ଯେ ସମାନ ଦିଶଇ,
ଗଛ ହେଲେ ତା ଆକାର,ପ୍ରକାର ବଢଇ।
ଆସ୍ତେ ଆସ୍ତେ ଫଳ,ପୁଷ୍ପ ଶାଖା ଯେ ବଢ଼ଇ,
ଯା ସ୍ବଭାବ ଯେଉଁ ପରି ସେ ରସ ଲଭଇ।
ମାଟିରୁ ଜଳ,ଖାଦ,ରସାୟନ ଦ୍ରବ୍ୟ,
ଶୋଷି ଚେର ଯୋଗାଏ ତା ଶରୀରକୁ ସର୍ବ।
ସୂରୁଜ କିରଣେ ଯେତେ ଆଲୋକ ଶ୍ଳେଷଣ,
ହୃଷ୍ଟ ପୃଷ୍ଟ ସତେଜ ଯେ ହୁଏ ବୃକ୍ଷ ମାନ।
ବିଗତରୁ ଆଗତ ଯେତେ ତୁଳି ଦେଖ,
ରଙ୍ଗ,ରୂପ,ଆକାର ଆଗ ଲାଗେ ଏକ।
ଯାହା ପାଇଁ ଯେଉଁ ବୀଜ ଗଢିଅଛି ବିହି,
ସେହି ଗଛ ସେହି ବୀଜୁ ଧରିଅଛି ମହୀ।
ସ୍ରଷ୍ଟା ଏକ ସୃଷ୍ଟି ଭିନ୍ନ, ଭିନ୍ନ ବୃକ୍ଷ ରାଜି,
ଅସୁମାର,ଅଗଣିତ ଭିନ୍ନ ତାର ମଞ୍ଜି।
ସୁନ୍ଦର ଏଇ ଅବନୀ ପ୍ରକୃତି ବିନ୍ୟାସ,
ଦେବ ବରଦାନ ଅଟେ ନାହିଁ ତାର ଶେଷ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment