ଶୀତର ଶୀତଳ ଦୁଷ୍ଟାମୀ
ତୁମେ କେବେ ଭାବିଛ କି
ଶୀତ କାହିଁକି ଆସେ..?
ସମୟର ପରିବର୍ତ୍ତନ ରେ...
କି...ଋତୁର ଆବର୍ତ୍ତନ ରେ
ନା...ମୋ ଅଳସୀ ଆଖିରେ
ସ୍ବପ୍ନ ନ ସରୁଣୁ
ଅନିଚ୍ଛା ସତ୍ତ୍ବେ ପଶି ଆସେ
ମୋତେ ଆଲିଙ୍ଗନ କରେ,
ପିରତି ଭାବ ଢାଳେ,
ତୁମ ମୋ ଭିତରେ
ଶତାବ୍ଦୀ ଶତାବ୍ଦୀର ଉଷ୍ମତା କୁ
ଶୀତଳ କରିବାରେ ଲାଗି ପଡେ
କିନ୍ତୁ ପାରେନା ..
ଆମ ଦିବା- ନିଶି ଇପ୍ସିତ
କାମନା କୋଳରେ
ଅଭିମାନରେ ଠେସି ହୋଇ ଯାଏ,
ତାକୁ ମୋ କମ୍ବଳ ଭିତରେ
ଲୁଚେଇ ଦିଏ
ନୂଆ ସ୍ବପ୍ନ ଟିଏ ପାଇଁ..
ଯାଇ,ଯୁଇ,ହେନା,ଟଗର, ଗେଣ୍ଡୁର
ହସରେ ଜିଇଁ ବାର ଶପଥ ନିଏ
ଭାରି ଧ୍ରୁଷ୍ଟତା ତାର,
କୁହୁଡି ର ଚାଦରରେ
ଟୋପା ଟୋପା ଶିଶିର କୁ
ଗଜରା କରି
ସୋରିଷ,ଧାନ କ୍ଷେତରେ ହସି ହସି ବୁଲୁଥାଏ
ପରିଣତ ବୟସରେ
ସଂଭୋଗ ସଂଗୀତ ଛୁଟେଇ
ତାତି ମାପୁଥାଏ,
ଅତୃପ୍ତ ଆତ୍ମା ପରି
ଘୁରି ବୁଲୁଥାଏ
ମୋ ଗାଧୁଆ ଘରୁ ରୋଷେଇ ଘର
ପୁଣି ଗୁମ ମାରି ବସିଯାଏ
ଭାରି ମାୟାବୀ,ଭାରି ଫୁଲେଇ
ଉଦାସୀ ମନଟା ପୁଣି ହସିଦିଏ
ପୌଷ ସକାଳର ଶୀତଳ ସ୍ପର୍ଶ ପାଇ
ବାକି ପାହାନ୍ତି ରାତିର କାହାଣୀ
ତାର ଅଳସ ପଣର ଭିଜା ଭିଜା ବାସ୍ନା ରେ
ଆହୁରି ଯାକିନିଏ
ହାତ ଛାଟି ମୋ ଠାରୁ
ଦୂରେଇ ଯାଏ
ଆଉଥରେ ଆସିବ କହି।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
- Get link
- X
- Other Apps
- Get link
- X
- Other Apps
Comments
Post a Comment