*କନ୍ୟାଭ୍ରୂଣ ର ବିଳାପ*
ଅନ୍ତରାଳେ କନ୍ୟା ଭ୍ରୁଣ ମୁଁ କୁହଇ,
ନ ମାର ନ ମାର ବାପା,ମାଆ,ଭାଇ।
ଆଜି ସିନା ତୁମେ ପାରୁନ ହେଜି,
କାଲି ଜିତିପାରେ ମୁଁ ଦେଶର ବାଜି।
ତିନି ଭୁବନ ର ସୌନ୍ଦର୍ଯ୍ୟ ସଜାଡି,
ଗଢନ୍ତି ବିଧାତା ମନ ପ୍ରାଣ ଯୋଡ଼ି।
ଫୁଟିବା ପୂର୍ବରୁ ମାରି ଦେଉଛ,
ସଭ୍ୟ ସମାଜ ବୋଲି ନାମ ବହିଛ।
ଜନମ ପାଇଁ କି ଦରକାର ମାଆ,
ରାକ୍ଷୀ ବନ୍ଧା ପାଇଁ ଭଉଣୀ ସାହା।
ଘର ତ ସୁନ୍ଦର ଘରଣୀ ଥିଲେ,
ସମ୍ଭବ କି କୁହ ଝିଅ ନ ଥିଲେ..?
କେବେ ହୁଏ ଲକ୍ଷ୍ମୀ କେବେ ଦୁର୍ଗା,କାଳୀ
ଅନ୍ୟାୟ, ଅଧର୍ମ ଯେବେ ଯାଏ ବଢ଼ି।
ଲୋପ ପାଇବ ଯଦି ଝିଅର ଜାତି,
ସଂସାର ଗଢ଼ା ହେବ କେମିତି??
ନାରୀ ଓ ପୁରୁଷ ଏକ ବିନା ଆନ,
ଜାଣେନା କି' ସମାଜ ନୁହେଁ ସଂପୂର୍ଣ୍ଣ।
ଲିଭିବ ଜଗତୁ ମଣିଷର ଚିହ୍ନ
ସୁରକ୍ଷିତ ନୁହେଁ ଯଦି କନ୍ୟାର ଭ୍ରୁଣ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment