ଆଜି ବି ଜଳୁଛି ନାରୀ...
ଆଜି ବି ଜଳୁଛି ନାରୀ...
ଆଇନର ଶୋଷଣ ତରାଜୁ
ମାପି ପାରୁନି ନାରୀର ମହତ୍ତ୍ଵ,ମର୍ଯ୍ୟାଦା ତାର ଅସ୍ମିତା
କେତେବେଳେ ଅଧା ମରଣରେ,
କେତେବେଳେ ବେକରେ
ଫାଶୀ ର ମେଖଳା,
କେତେବେଳେ ଅର୍ଦ୍ଧ ଦଗ୍ଧ
ଶୋଷିତ ହୃଦୟରେ ନିଆଁ
ତ କେତେବେଳେ ଦି'ପରିହା ବୈଶାଖ ଝାଞ୍ଜିରେ
ମ୍ୟୁନିସପାଲିଟି ଅଳିଆଗଦାରେ ସଢୁଥିଵା କନ୍ୟା ଭୃଣ,
ଆଉ କେତେବେଳେ
ପ୍ରସବ ରୁମରେ ଛଟପଟ ହେଉଥିବା
ଅନୁଢା କିଶୋରୀ ର କୋହ,
ଦୁଇଟୋପା ଲୁହ ଶୁଖିବା ପୂର୍ବରୁ ଆକାଶରେ ପ୍ରଶସ୍ତ ଶୂନ୍ୟତା
ଶୂନ୍ୟ ଭୂମି ଉପରେ ଆକାଶରୁ ଅଗ୍ନି ବର୍ଷା,
ଅତ୍ୟାଚାରୀ ମୁହୂର୍ତ୍ତ ଝୁଲେଇ ରଖନ୍ତି
ନିର୍ମମ ସତ୍ୟର ସ୍ଥୁଳ ଅନୁଭବକୁ...
ରାବଣର ଶଠତାରେ ଶିକାର ଆଜିର ରାଜ ନନ୍ଦିନୀ
ଏବେବି ପଶାପାଲି ର ଦୃପ୍ତ ଡାକ,
କୁରୁ ସଭା ରେ କୂଳବଧୁ ର କାନ୍ଦ
ପରାହତ ଅପରାହ୍ନ ରେ
ଡ଼ର ହତାସ ହାତ ଧରାଧରି ନାଚି ଉଠନ୍ତି,
ଶତ ଶତ ନିର୍ଭୟାର ବୁକୁ ଫଟା କ୍ରନ୍ଦନ
ଝରିଲା ପତ୍ର ର ଆୟୁଷ ରେ
ଲେଉଟାଣି ଛାଇର ନିର୍ମମ ହତ୍ୟା,
ସମୟର ଈଶ୍ବର ତ
ତରାଜୁ ଧରନ୍ତି ନାହିଁ,..
କି' ଅବା ହବ ମିମାଂସା?
ଜୀବନର ହୁଲି ଡଙ୍ଗା ଅସହାୟ,ଟଳମଳ
ଏବେ ଖାଲି ହାତ ଗୋଡ ଚାଲୁ ନଥିବା
ଟେଳେ କ୍ରୁଶବିଦ୍ଧ ମାଂସ ପିଣ୍ଡୁଳା
ନା ଅଛି ସ୍ବାଦ ନା ଅଛି ସ୍ବପ୍ନ
ନା ଅଛି ସ୍ବର ଉତ୍ତୋଳନ ର ସାମର୍ଥ୍ୟ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
- Get link
- X
- Other Apps
- Get link
- X
- Other Apps
Comments
Post a Comment