-----ପରିବେଶ ସୁରକ୍ଷା -----
ସ୍ବଚ୍ଛ ରଖିବା ନୀରୋଗ ରହିବା
କରିବା ଆଜିଠୁ ପଣ,
ଶାନ୍ତ ସ୍ନିଗ୍ଧ ପ୍ରକୃତି ଧରାର
ବଜାୟ ରଖିବା ଗୁଣ।
ପ୍ରକୃତି ରେ ଅଛି ଅସରନ୍ତି ଉତ୍ସ
ସୌନ୍ଦର୍ଯ୍ୟ ଭଣ୍ଡାର ଘର,
ବାତାବରଣ ତା' କରିବାନି ନଷ୍ଟ
ହୋଇ ଆମେ ସ୍ଵାର୍ଥପର।
ପଞ୍ଚଭୂତ ରେ ଗଢ଼ା ପରିବେଶ
ସୁନ୍ଦର ଦିଶଇ ଧରା,
କ୍ଷିତି,ଆପ,ତେଜ,ମରୁତ,ବ୍ୟୋମ
ସ୍ବଚ୍ଛ ଆମ ବସୁନ୍ଧରା।
ଆମ ପରିବେଶ ହୋଇଲେ ଦୂଷିତ
ଜୀବନ ହୋଇବ ବିଷ,
ଜନ,ଜୀବ ଜନ୍ତୁ ଲଭିବେ କଷଣ
ଅକାଳେ ହୋଇବେ ଶେଷ।
କାଚ,ପଲିଥିନ,ଘନ ଧୁମ୍ର ସ୍ରୋତ
ପବନରେ ମିଶେ ଜହର,
କଳ,କାରଖାନା,କଙ୍କ୍ରିଟର ରାସ୍ତା
ଦେଖିଲେ ଲାଗଇ ଡର।
ଖାଦ୍ୟ ପାନୀୟ ନିରମଳ ବାୟୁ
ପ୍ରକୃତି କରୁଛି ଦାନ,
ଜଙ୍ଗଲ ସୁରକ୍ଷା,ଜୀବନ ରକ୍ଷା
ରଖିବା ତାହାର ମାନ।
ଗଛ ଲଗାଇବା ସ୍ବଚ୍ଛ ରଖିବା
ସୁସ୍ଥ ହେବ ପରିବେଶ
ପ୍ରକୃତି ହସିବ , ଧରା ଝଲସିବ
ମନରେ ଖେଳିବ ହସ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment