____ଗଛ....ତିନି ପାଦ____
ଅନେକ ଥର...
ପ୍ରକୃତିର ବ୍ୟାକୁଳତାରେ ଭୟ ଲାଗେ
ନଦୀର ନୀଳ ଆଖିରେ ବିବଶତା,
କଅଁଳ ମାଟିର ମନରେ ଲମ୍ବି ଆସିଥିବା
ସଜ୍ଞା,ପ୍ରେମ,କୋହ ଭରା ନିରବତା,
ଘାଣ୍ଟି ଚକଟି ହେଉଥିବା
ବିଷର୍ଣ୍ଣ,ବିବସ୍ତ୍ର ତା'ର ବର୍ତ୍ତମାନ
ଗଛଟିଏ ଶହୀଦ ହେଲାପରେ
ଆଉ କଣ ସତରେ ଜନ୍ମ ନବ ବୀର ସୈନିକ ..?
ଚାହିଁ ରହିଛି ତାର ଅଧାକଟା ଗଣ୍ଡିକୁ
ଅସହାୟ କାହାର ଦୁଃଖ...? କି ନିଜସ୍ଵ ମୃତ୍ୟୁ?
ଗୋଟିଏ ପାଦ .... ଧରା କୁ କରିଛି ମଜବୁତ
ଯାହାର ଧୂଳି ଗୋଟିଏ ରୁ ଗୋଟିଏ ଛାଡେ ନାହିଁ,
ଧରଣୀ ର ମହାଶକ୍ତି ରେ ସିଧା ମେରୁଦଣ୍ଡ ,
ଡାଳ, ପତ୍ର,ଫୁଲ,ଫଳ ମଣ୍ଡି
ଲେସିହୋଇ ଖରା ଓ ବରଷା ଛିଡ଼ା ହୋଇଥାଏ
ରୁକ୍ଷ ଇଲାକାରେ ,
ଦ୍ବିତୀୟ ପାଦ ...ବଢେଇ ଦେଇଛି ଆକାଶକୁ
ମନ ଭୁଲାଣିଆ ଗୀତ ପକ୍ଷୀ ମାନଙ୍କର,
ଯିବା ବାଟରେ ସାଉଁଳେଇ ଦିଏ ପିଠିକୁ
କୋଳେଇ ନିଏ ଶାନ୍ତିର ଫଳକ ଧରି,
ବାଣ୍ଟି ଚାଲେ ଶୁଦ୍ଧ ପ୍ରେମ ରେଣୁ
ତାହାରି ତାହାରି କେବଳ ତାହାରି କଥା ବୁଝୁ ବୁଝୁ
ବିତିଯାଏ ପରମାୟୁ
ଜ୍ଞାନ ର କୌଶଳ ଦେଖାଇ
ଖିନଭିନ କରି ଦିଅନ୍ତି ହୃଦୟ
ଜୀର୍ଣ୍ଣଶୀର୍ଣ୍ଣ ନୀଳ ବର୍ଣ୍ଣ ଆକାଶ ଶୁଷ୍କ ରୁକ୍ଷ,
ଦୁଃଖୀ ପର୍ବତର ଆଖିର ଲୁହ,
ଖୋଜୁଛି ନଈର ଉଛୁଳା ନାଦ,
ମେଘ ର ଆକୃତି
ପବନ ରେ ଥିବା ନିଷ୍କଳଙ୍କ ପ୍ରେମିଳ ଉଚ୍ଛ୍ୱାସ ,
ତୃତୀୟ ପାଦ...
ତୁମେ ଓ ସେ ଏକାଠି ସରି ଯାଉଥିବା ସମୟରେ
ମଉନେ ଦେଖିବ
ସୂର୍ଯ୍ୟ ଙ୍କର କିରି କିରି ତାତ୍ସଲ୍ୟର ହସ
ବୁନ୍ଦା ବୁନ୍ଦା ନିଗାଡି ଦେଇଥିବା ଶ୍ରମ ଝାଳର
ମାଗିନବ ପାଉଣା
ରାତ୍ରୀ ଥିବ ନିଦ୍ରା ନଥିବ,
ଟଙ୍କା ଥିବ ଖୁସି ନଥିବ,
ଶ୍ଵାସ ଥିବ ନିଃଶ୍ୱାସ ରେ ଥିବ ଧୋକା
ଅଳିକ ସୁଖର ଉନ୍ମାଦର ସଚରାଚର ରେ
କିଛିଟା ବୁଝିପାରିବେ ଶ୍ରେଷ୍ଠତା ତା'ର
ବାସ୍ ସେଇ ସମୟକୁ ଅପେକ୍ଷା କେବଳ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ନିଉ ଦିଲ୍ଲୀ
- Get link
- X
- Other Apps
- Get link
- X
- Other Apps
Comments
Post a Comment